ETV Bharat / entertainment

ଅନନ୍ତ ଅମ୍ୱାନୀଙ୍କ ବର୍ଥ ଡେ' ପାର୍ଟିରେ ମନ ଜିତିଲେ ଭାଇଜାନ - Salman Khan

author img

By ETV Bharat Odisha Team

Published : Apr 10, 2024, 3:55 PM IST

Salman Khan Sings Saari Duniya Jala Denge: ଏପ୍ରିଲ ୧୦ ଅର୍ଥାତ୍ ଆଜି ଅନନ୍ତ ଅମ୍ୱାନୀ ତାଙ୍କ ୨୯ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ସେ ଜାମନଗରରେ ଜନ୍ମଦିନ ପାଳନ କରିଥିବା ବେଳେ ସଲମାନ ଖାନ ଏଥିରେ ଯୋଗ ଦେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଅନନ୍ତ ଅମ୍ୱାନୀଙ୍କ ବର୍ଥ ଡେ' ପାର୍ଟିରେ ମନ ଜିତିଲେ ଭାଇଜାନ, ଗାଇଲେ 'ସାରି ଦୁନିଆ ଜଲା ଦେଙ୍ଗେ' ଗୀତ

ହାଇଦ୍ରାବାଦ: ଆଜି ଏପ୍ରିଲ ୧୦ରେ ୨୯ ବର୍ଷରେ ପଦାର୍ପଣ କଲେ ରିଲାଏନ୍ସ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ନୀତା ଅମ୍ବାନୀଙ୍କ ସାନ ସନ୍ତାନ ଅନନ୍ତ ଅମ୍ବାନୀ । ଏହି ଅବସରରେ ଗୁଜୁରାଟର ଜାମନଗରରେ ଧୁମଧାମରେ ନିଜ ଜନ୍ମଦିନ ପାଳନ କରିଛନ୍ତି ଅନନ୍ତ । ଏହି ଉତ୍ସବରେ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କ ସମେତ ଅନେକ କଳାକାର ଯୋଗ ଦେଇଛନ୍ତି । ତେବେ ଏହି ସମୟରେ ସଲମାନ ଗୀତ ଗାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ଜାମନଗରରେ ଗତ ମଙ୍ଗଳବାର ଅନନ୍ତ ଅମ୍ବାନୀ ନିଜ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ପଞ୍ଜାବର ଲୋକପ୍ରିୟ ଗାୟକ ବି ପ୍ରାକ ନିଜ ଗୀତ ମାଧ୍ୟମରେ ଚାରଚାନ୍ଦ ଲଗାଇଥିବା ବେଳେ ତାଙ୍କ ସହ ତାଳରେ ତାଳ ମିଲାଇଥିଲେ ସଲମାନ ଖାନ । ସଲମାନ ଖାନ ବି ପ୍ରାକଙ୍କ ସହ ଲୋକପ୍ରିୟ ଫିଲ୍ମ 'ଆନିମଲ'ର ଗୀତ 'ସାରି ଦୁନିଆ ଜଲା ଦେଙ୍ଗେ'ରେ ପରଫର୍ମ କରି ସମସ୍ତଙ୍କ ମନ ଜିତିଛନ୍ତି । ଏହି ବର୍ଥ ଡେ' ପାର୍ଟିର ଭିଡିଓକୁ ବି ପ୍ରାକ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ସୂଚନା ଥାଉ କି, ଜାମନଗରରେ ଗତ ମାର୍ଚ୍ଚ ମାସରେ ଅନନ୍ତ ଅମ୍ୱାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି-ୱେଡିଂ ସମାରୋହ ୩ ଦିନ ଧରି ଆୟୋଜିତ ହୋଇଥିଲା । ଏହି ସମାରୋହରେ ବଲିଉଡର ଅନେକ ଲୋକପ୍ରିୟ ସେଲିବ୍ରିଟି, ଶିଳ୍ପୋଉଦ୍ୟୋଗପତି ଏବଂରାଜନେତା ସମେତ ବହୁ ବରିଷ୍ଠ ବ୍ୟକ୍ତି ସାମିଲ ହୋଇଥିଲେ । ଏହି ସମୟରେ ମଧ୍ୟ ସଲମାନ ଖାନ ନିଜ ଡ୍ୟାନ୍ସରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଭାଇଜାନ, ଶାହାରୁଖ ଖାନ ଏବଂ ଆମୀର ଖାନଙ୍କ ସହ ମିଳିତ ଭାବେ ପରଫର୍ମ କରିଥିଲେ । ମଞ୍ଚରେ ୩ ଖାନଙ୍କୁ ଏକାଠି ଦେଖି ଫ୍ୟାନ୍ସ ବେଶ ଦିୱାନା ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ; ଏକାଠି ନାଚିଲେ ତିନି ଖାନ ସଲମାନ-ଶାହାରୁଖ-ଆମୀର

ସଲମାନ ଖାନଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ସଲମାନଙ୍କୁ 'ଟାଇଗର ୩'ରେ ପରଦାରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା, ଯାହା ଏକ ବଡ଼ ଧରଣର ହିଟ୍ ଥିଲା । ବର୍ତ୍ତମାନ ସଲମାନଙ୍କୁ ଫିଲ୍ମ ନିର୍ମାତା ସାଜିଦ ନାଦିଆଡୱାଲା ଏବଂ ସାଉଥ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଆର ମୁରୁଗାଦୋସଙ୍କ ଆଗାମୀ ଫିଲ୍ମରେ ଦେଖିବାକୁ ମିଳିବ । ଚଳିତ ବର୍ଷ ରମଜାନରେ ଏହି ଫିଲ୍ମର ଘୋଷଣା ହୋଇଥିଲା । ଏହି ଫିଲ୍ମ ଇଦ୍ ୨୦୨୫ରେ ମୁକ୍ତିଲାଭ କରିବ। ଏଥିସହ ସଲମାନ ବିଷ୍ଣୁବର୍ଦ୍ଧନଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଦ ବୁଲ'ରେ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.