ETV Bharat / entertainment

'ରାମାୟଣ' ପାଇଁ ବଦଳିଲା ରଣବୀରଙ୍କ ଲୁକ, ବଡ଼ି ଟ୍ରାନ୍ସଫରମେସନ ଦେଖି ଫିଦା ଫ୍ୟାନ୍ସ - Ranbir Kapoor Lord Ram Role Prep

Ranbir Kapoor Lord Ram Role Prep: ରଣବୀର କପୁର ତାଙ୍କର ଆଗାମୀ ଚଳଚ୍ଚିତ୍ର 'ରାମାୟଣ' ପାଇଁ ଆଜିକାଲି ଚର୍ଚ୍ଚାରେ ରହିଛନ୍ତି । ବର୍ତ୍ତମାନ ଅଭିନେତା ଫିଲ୍ମରେ ରାମଙ୍କ ଭୂମିକା ପାଇଁ କଠିନ ପରିଶ୍ରମ କରୁଥିବା ବେଳେ ତାଙ୍କ ବଡ଼ି ଟ୍ରାନ୍ସଫରମେସନର ଫଟୋ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

'ରାମାୟଣ' ପାଇଁ ରଣବୀରଙ୍କ ବଦଲିଲା ଲୁକ, ବଡ଼ି ଟ୍ରାନ୍ସଫରମେସନ ଦେଖି ଫିଦା ଫ୍ୟାନ୍ସ

author img

By ETV Bharat Odisha Team

Published : Apr 25, 2024, 3:39 PM IST

ହାଇଦ୍ରାବାଦ: ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଆନିମଲ'ର ଦମଦାର ସଫଳତା ପରେ ବର୍ତ୍ତମାନ ଅଭିନେତା ରଣବୀର କପୁର ତାଙ୍କର ଆଗାମୀ ଚଳଚ୍ଚିତ୍ର 'ରାମାୟଣ'ର ସୁଟିଂରେ ବ୍ୟସ୍ତ ଅଛନ୍ତି । ରଣବୀର ଏହି ଫିଲ୍ମରେ ପ୍ରଭୁ ଶ୍ରୀ ରାମଙ୍କ ଭୂମିକାରେ ନଜର ଆସିବେ । ତେବେ ଅଭିନେତା ରାମଙ୍କ ଚରିତ୍ରରେ ଫିଟ୍ ହେବା ପାଇଁ ନିଜ କହିବା, ଶରୀର ଉପରେ ବିଶେଷ ଧ୍ୟାନ ଦେଉଛନ୍ତି । ଏଥିପାଇଁ ସେ ନିଜ ଟ୍ରେନିଂ ମଧ୍ୟ ଆରମ୍ଭ କରିଦେଇଛନ୍ତି । ବର୍ତ୍ତମାନ ଅଭିନେତାଙ୍କ ଟ୍ରେନର ତାଙ୍କ ଟ୍ରେନିଂ ସମୟର କିଛି ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିବା ବେଳେ ରଣବୀରଙ୍କ ବଡ଼ି ଟ୍ରାନ୍ସଫରମେସନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ରଣବୀର କପୁରଙ୍କ ଫିଟନେସ୍ ଟ୍ରେନର ଶିବୋମ ଅଭିନେତାଙ୍କର ଅନେକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏଥିରେ ରଣବୀରଙ୍କ ବଡ଼ି ଟ୍ରାନ୍ସଫରମେସନର ଝଲକ ଦେଖିବାକୁ ମିଳିଛି । ଏହି ଫଟୋଗୁଡିକ ସେୟାର କରି ସେ ଲେଖିଛନ୍ତି, ତିନି ବର୍ଷରୁ ଅଧିକ କଠିନ ପରିଶ୍ରମ ପରେ ରଣବୀରଙ୍କ ଏପରି ଲୁକ ହୋଇଛି । ଜୀବନରେ ସର୍ଟକଟ୍ ଗ୍ରହଣ କରି କୌଣସି ଜିନିଷ କେବେ ହାସଲ ହୁଏ ନାହିଁ । ସେହି ଲକ୍ଷ୍ୟରେ ପହଞ୍ଚିବା ପାଇଁ ଆପଣଙ୍କର ଇଚ୍ଛା ଶକ୍ତି, ଅନୁଶାସନ, ସ୍ଥିରତା ଥାଏ ତେବେ ନିଶ୍ଚୟ ଏହା କରିପାରିବେ । ଏହା ଏକ ସୁନ୍ଦର ଯାତ୍ରା ଥିଲା ଏବଂ ରଣବୀର କପୁରଙ୍କ ପରବର୍ତ୍ତୀ ବ୍ଲକବଷ୍ଟର ସଫଳତା ପାଇଁ ମୁଁ ଶୁଭେଚ୍ଛା ଜଣାଉଛି ।

ଏହା ମଧ୍ୟ ପଢନ୍ତୁ: ରଣବୀରଙ୍କ ଫିଲ୍ମ 'ରାମାୟଣ' ସୁଟିଂ ଆରମ୍ଭ, ସେଟରୁ ସାମ୍ନାକୁ ଆସିଲା ଏହି ଖବର

'ରାମାୟଣ' ବିଷୟରେ କହିବାକୁ ଗଲେ, 'ରାମାୟଣ'ର ନିର୍ଦ୍ଦେଶନା ନିର୍ଦ୍ଦେଶକ ନୀତେଶ ତିୱାରୀ ଦେଉଥିବା ବେଳେ ନାମିତ ମଲହୋତ୍ରାଙ୍କ ଦ୍ବାରା ନିର୍ମିତ ହେବ । ଏଥିରେ ପ୍ରଭୁ ରାମଙ୍କ ଭୂମିକାରେ ରଣବୀର କପୁର ନଜର ଆସିବାକୁ ଥିବାବେଳେ ମାତା ସୀତା ଭୂମିକାରେ ସାଇ ପଲ୍ଲବୀ ନଜର ଆସିବେ । ବିଭୀଷଣ ଭୂମିକା ପାଇଁ ବିଜୟ ସେଥୁପଥି ଏବଂ ହନୁମାନ ଭୂମିକା ପାଇଁ ସନ୍ନି ଦେଓଲ, କୁମ୍ଭକର୍ଣ୍ଣ ଭୂମିକା ପାଇଁ ବବି ଦେୱଲ, କୈକେୟୀଙ୍କ ଭୂମିକା ପାଇଁ ଲାରା ଦତ୍ତାଙ୍କ ନାଁ ଫାଇନାଲ କରିଥିବା ଜଣାପଡିଛି । ଏଥିସହ ଦଶରଥଙ୍କ ଭୂମିକାରେ ଅରୁଣ ଗୋବିଲ ନଜର ଆସିବେ ଏବଂ ଗୁରୁ ବଶିଷ୍ଟଙ୍କ ଭୂମିକାରେ ଶିଶିର ଶର୍ମାଙ୍କୁ ଚୟନ କରାଯାଇଥିବା କୁହାଯାଉଛି । କିନ୍ତୁ ନିର୍ମାତା ଫିଲ୍ମର ଷ୍ଟାରକାଷ୍ଟ ନେଇ କୌଣସି ସୂଚନା ଦେଇନାହାନ୍ତି । ଖୁବଶୀଘ୍ର ଏହା ମଧ୍ୟ ଘୋଷଣା କରାଯିବ ବୋଲି ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.