ETV Bharat / entertainment

'ରାମାୟଣ'ରେ ଡବଲ୍ ରୋଲରେ ନଜର ଆସିବେ ରଣବୀର କପୁର, 'ଜଟାୟୁ'ଙ୍କ ଭଏସ୍ ଦେବେ ବିଗ ବି - Ranbir Kapoor in Ramayana

author img

By ETV Bharat Entertainment Team

Published : Sep 10, 2024, 10:08 AM IST

Ranbir Kapoor-Big B In Ramayana: ରଣବୀର କପୁରଙ୍କ ଆଗାମୀ ଚଳଚ୍ଚିତ୍ର 'ରାମାୟଣ' କୁ ଦୀର୍ଘ ଦିନରୁ ଚର୍ଚ୍ଚାରେ ରହିଛନ୍ତି । ଏପରି ସମୟରେ ବର୍ତ୍ତମାନ ଏହି ଫିଲ୍ମ ବିଷୟରେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ ରଣବୀର କପୁର ଏହି ଫିଲ୍ମରେ ଡବଲ୍ ରୋଲରେ ନଜର ଆସିବାକୁ ଥିବା ବେଳେ ଫିଲ୍ମରେ ବିଗ ବିଙ୍କ ଏଣ୍ଟ୍ରି ହୋଇଥିବା ଜଣାପଡିଛି । ସେ ଏଥିରେ ଜାଟାୟୁଙ୍କୁ ସ୍ୱର ଦେବେ ବୋଲି ଜଣାପଡିଛି । ଅଧିକ ପଢନ୍ତୁ,

'ରାମାୟଣ'ରେ ଡବଲ୍ ରୋଲରେ ନଜର ଆସିବେ ରଣବୀର କପୁର, 'ଜଟାୟୁ'ଙ୍କ ଭଏସ୍ ଦେବେ ବିଗ ବି
'ରାମାୟଣ'ରେ ଡବଲ୍ ରୋଲରେ ନଜର ଆସିବେ ରଣବୀର କପୁର, 'ଜଟାୟୁ'ଙ୍କ ଭଏସ୍ ଦେବେ ବିଗ ବି (ETV Bharat Odisha)

ହାଇଦ୍ରାବାଦ: ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ 'ରାମାୟଣ' ସେହି ବଲିଉଡ ପ୍ରୋଜେକ୍ଟ ମଧ୍ୟରୁ ଅନ୍ୟତମ, ଯାହା ପାଇଁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ବର୍ତ୍ତମାନ ସୁଦ୍ଧା ନିର୍ମାତାମାନେ ଏହି ଚଳଚ୍ଚିତ୍ରର କୌଣସି ଅଫିସିଆଲ୍ ଘୋଷଣା ସେୟାର କରିନାହାଁନ୍ତି । କିନ୍ତୁ ଅଭିନେତାମାନଙ୍କ ସାକ୍ଷାତକାର ଏବଂ ସେଟରୁ ପ୍ରକାଶ ପାଇଥିବା ଫଟୋରୁ ଜଣାପଡିଛି ଯେ ନୀତେଶ ତିୱାରୀ ରାମାୟଣର କାହାଣୀକୁ ପରଦାରେ ବହୁତ ବଡ଼ ଶୈଳୀରେ ଆଣିବାକୁ ପ୍ରସ୍ତୁତ । ଏପର୍ଯ୍ୟନ୍ତ ଏହା ସାମ୍ନାକୁ ଆସିଛି ଯେ ରଣବୀର କପୁର ଏହି ଚଳଚ୍ଚିତ୍ରରେ ପ୍ରଭୁ ଶ୍ରୀ ରାମଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ବର୍ତ୍ତମାନ ଏହି ଚଳଚ୍ଚିତ୍ରରୁ ଦୁଇଟି ରୋମାଞ୍ଚକର ବିବରଣୀ ସାମ୍ନାକୁ ଆସିଛି । ତାଙ୍କୁ ଏହି ଫିଲ୍ମରେ ଡବଲ୍ ରୋଲରେ ଦେଖିବାକୁ ମିଳିବ ।

ରଣବୀର କପୁରଙ୍କ ଡବଲ୍ ରୋଲ୍

ମିଡିଆ ରିପୋର୍ଟ ଅନୁଯାୟୀ, ରଣବୀର କପୁର 'ରାମାୟଣ'ରେ ଡବଲ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି । ସେ ଏହି ଚଳଚ୍ଚିତ୍ରରେ ଭଗବାନ ବିଷ୍ଣୁଙ୍କର ଦୁଇଟି ଅବତାର ଉଭୟ ରାମ ଏବଂ ପର୍ଶୁରାମଙ୍କ ଭୂମିକାରେ ଅଭିନୟ କରିବେ । 'ଶ୍ୟାମଶେରା ଏବଂ ଆନିମଲ' ପରେ ଏହା ତାଙ୍କର ତୃତୀୟ ଚଳଚ୍ଚିତ୍ର ହେବ ଯେଉଁଥିରେ ସେ ଏକ ଡବଲ୍ ରୋଲ୍ କରିବାକୁ ଯାଉଛନ୍ତି । ବର୍ତ୍ତମାନ ସୁଦ୍ଧା ଫିଲ୍ମର କୌଣସି ଅଫିସିଆଲ୍ ଘୋଷଣା ହୋଇନାହିଁ କିନ୍ତୁ ଫିଲ୍ମର କାଷ୍ଟରେ ରଣବୀର କପୁର, ସାଇ ପଲ୍ଲବୀ ଏବଂ ଲାରା ଦତ୍ତାଙ୍କ ଭଳି କଳାକାର ନଜର ଆସିବେ ବୋଲି କୁହାଯାଉଛି। ବର୍ତ୍ତମାନ ଅମିତାଭ ବଚ୍ଚନ ମଧ୍ୟ ଏଥିରେ ଏଣ୍ଟ୍ରି କରିଛନ୍ତି ।

ଅମିତାଭ ବଚ୍ଚନ ଜଟାୟୁଙ୍କ ଭଏସ୍ ହେବେ

ଫିଲ୍ମ ବିଷୟରେ ଆଉ ଅପଡେଟ୍ ସାମ୍ନାକୁ ଆସିଛି । ଯେଉଁଥିରେ କୁହାଯାଇଛି ଯେ ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ମଧ୍ୟ ରାମାୟଣର କାଷ୍ଟରେ ଯୋଗଦେବେ । ହେଲେ ଶାରୀରିକ ଭାବରେ ଜଡିତ ହେବେ ନାହିଁ, ବରଂ ସେ ରାମାୟଣରେ ଜଟାୟୁଙ୍କ ସ୍ୱର ଦେବେ । ଦେବୀ ସୀତାଙ୍କୁ ବଞ୍ଚାଇବା ପାଇଁ ରାବଣ ସହିତ ମୁହାଁମୁହିଁ ସମୟରେ ଯିଏ ଜୀବନ ହରାଇଥାଏ । ଜଟାୟୁଙ୍କୁ ଉପସ୍ଥାପିତ କରିବା ପାଇଁ ନିର୍ମାତାମାନେ ବଚ୍ଚନଙ୍କ ଆଖି ସ୍କାନ କରିଥିବା ଜଣାଯାଇଛି । ଯାହାକୁ ସେମାନେ VFX ଭାବରେ ବ୍ୟବହାର କରିବେ ।

ଏହା ମଧ୍ୟ ପଢନ୍ତୁ: 'ରାମାୟଣ' ପାଇଁ ବଦଳିଲା ରଣବୀରଙ୍କ ଲୁକ, ବଡ଼ି ଟ୍ରାନ୍ସଫରମେସନ ଦେଖି ଫିଦା ଫ୍ୟାନ୍ସ

'ରାମାୟଣ' ର ଅନ୍ୟ କାଷ୍ଟ

'ରାମାୟଣ'ର ନିର୍ଦ୍ଦେଶନା ନିର୍ଦ୍ଦେଶକ ନୀତେଶ ତିୱାରୀ ଦେଉଥିବା ବେଳେ ନାମିତ ମଲହୋତ୍ରାଙ୍କ ଦ୍ବାରା ନିର୍ମିତ ହେବ । ଏଥିରେ ପ୍ରଭୁ ରାମଙ୍କ ଭୂମିକାରେ ରଣବୀର କପୁର ନଜର ଆସିବାକୁ ଥିବାବେଳେ ମାତା ସୀତା ଭୂମିକାରେ ସାଇ ପଲ୍ଲବୀ ନଜର ଆସିବେ । ବିଭୀଷଣ ଭୂମିକା ପାଇଁ ବିଜୟ ସେଥୁପଥି ଏବଂ ହନୁମାନ ଭୂମିକା ପାଇଁ ସନ୍ନି ଦେଓଲ, କୁମ୍ଭକର୍ଣ୍ଣ ଭୂମିକା ପାଇଁ ବବି ଦେୱଲ, କୈକେୟୀଙ୍କ ଭୂମିକା ପାଇଁ ଲାରା ଦତ୍ତାଙ୍କ ନାଁ ଫାଇନାଲ କରିଥିବା ଜଣାପଡିଛି । କିନ୍ତୁ ନିର୍ମାତା ଫିଲ୍ମର ଷ୍ଟାରକାଷ୍ଟ ନେଇ କୌଣସି ସୂଚନା ଦେଇନାହାନ୍ତି । ଖୁବଶୀଘ୍ର ଏହା ମଧ୍ୟ ଘୋଷଣା କରାଯିବ ବୋଲି ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: ନିତେଶ ତିୱାରୀଙ୍କ 'ରାମାୟଣ'ରେ କୈକେୟୀ ହେବେ ଲାରା, କୁମ୍ଭକର୍ଣ୍ଣ ଭୂମିକାରେ ବବି ଦେୱଲ !

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.