ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ପାଇଁ ସାରା ବିଶ୍ୱରେ ଫ୍ୟାନ୍ସ ଦିୱାନା । ଫ୍ୟାନ୍ସ ତାଙ୍କ ଫିଲ୍ମ ପାଇଁ ଉତ୍ସାହର ସହ ଅପେକ୍ଷା କରିଥାନ୍ତି । ପୂର୍ବରୁ ରିଲିଜ 'ପୁଷ୍ପା' ଫିଲ୍ମ ବେଶ ଲୋକପ୍ରିୟତା ହାସଲ କରିଥିବା ବେଳେ ପୁଣି 'ପୁଷ୍ପା ୨: ଦ ରୁଲ' ସହ ପରଦାକୁ ଫେରିଛନ୍ତି ଅଲ୍ଲୁ ଅର୍ଜୁନ । ଯାହା ଆଜି ବିଶ୍ୱରେ 12,500 ସ୍କ୍ରିନରେ ରିଲିଜ ହୋଇଛି । ପ୍ରଥମ ଶୋ ପାଇଁ ବୁକ ହୋଇଛି ରେକର୍ଡ ସଂଖ୍ୟକ ଟିକେଟ । ଫଳରେ ଫିଲ୍ମ ଆଡଭାନ୍ସ ବୁକିଂରେ ମୋଟା ଅଙ୍କର ଆୟ କରିଥିବା ବେଳେ ଏବେ ପ୍ରଥମ ଦିନରେ ଫିଲ୍ମର କ୍ରେଜକୁ ଦେଖି ବିଶ୍ୱ ବକ୍ସ ଅଫିସରେ ବମ୍ପର କଲେକ୍ସନ କରିବ ବୋଲି ଆଶା କରାଯାଉଛି ।
ପ୍ରଥମ ଦିନରେ କରିପାରେ ଏତିକି କଲେକ୍ସନ
ଫ୍ୟାନ୍ସ ଏହି ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ପ୍ରଥମ ଦିନର ଶୋ' ଦେଖିବାକୁ ଜମାଇଛନ୍ତି ଭିଡ଼ । 'ପୁଷ୍ପା ୨' ଏହାର ଓପନିଂ ଦିନରେ ବକ୍ସ ଅଫିସ୍ ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଛି । ଇଣ୍ଡଷ୍ଟ୍ରି ଇନସାଇଡର୍ସ ପୂର୍ବାନୁମାନ କରିଛନ୍ତି ଯେ ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ 270 କୋଟି ଟଙ୍କା ଆୟ କରିବ ଏବଂ ଅଲ୍ଲୁ ଅର୍ଜୁନ ଏହି ରେକର୍ଡ କରିବାରେ ପ୍ରଥମ ଅଭିନେତା ହେବେ । ଏହି ଚଳଚ୍ଚିତ୍ରଟି ଭାରତର ବିଭିନ୍ନ ଅଞ୍ଚଳରେ ପ୍ରାଧାନ୍ୟ ବିସ୍ତାର କରିବ ବୋଲି ଆକଳନ କରାଯାଇଛି ।
ସୂଚନା ଥାଉ କି, ଯଦି 270 କୋଟି ଟଙ୍କା କଲେକ୍ସନ କରେ, ତେବେ 'ପୁଷ୍ପା 2' RRR ର ଓପନିଂ ଦିନର ରେକର୍ଡ ଭାଙ୍ଗିବ । ବିଶ୍ୱର ମୋଟ 257 ଟଙ୍କା ସହ RRR ଏପର୍ଯ୍ୟନ୍ତ ଏକ ଭାରତୀୟ ଚଳଚ୍ଚିତ୍ର ପାଇଁ ସର୍ବାଧିକ ଓପନିଂ ଦିନର ରେକର୍ଡ କରିଥିଲା ।
ସବୁ ରାଜ୍ୟରେ 'ପୁଷ୍ପା 2' କରିପାରେ ଏତିକି କଲେକ୍ସନ
ସାକନିକଙ୍କ ରିପୋର୍ଟ ଅନୁସାରେ, ଏହାପୂର୍ବରୁ 2021 ମସିହାରେ 'ପୁଷ୍ପା: ଦ ରାଇଜ୍' ପ୍ରଥମ ଦିନରେ 45.78 କୋଟି ଟଙ୍କା ସଂଗ୍ରହ କରିଥିଲା । କିନ୍ତୁ ଦ୍ୱିତୀୟ ଭାଗ ପ୍ରଥମ ଦିନରେ 200କୋଟି ପାର୍ କରିପାରେ କଲେକ୍ସନ ।
- ଆନ୍ଧ୍ରପ୍ରଦେଶ / ତେଲେଙ୍ଗାନା: 90 କୋଟି
- କର୍ଣ୍ଣାଟକ: 15 କୋଟି
- ତାମିଲନାଡୁ: 8 କୋଟି
- କେରଳ: 7 କୋଟି
- ଅନ୍ୟ ରାଜ୍ୟରେ ମିଳିଭାବେ ଭାରତ: 80 କୋଟି
- ଭାରତରେ ମୋଟ: 200 କୋଟି
- ବିଦେଶ ବଜାର: 70 କୋଟି
- ବିଶ୍ୱ ବ୍ୟାପୀ ମୋଟ କଲେକ୍ସନ: 270 କୋଟି
'ପୁଷ୍ପା ୨'ର ଟିକେଟ୍ ମୂଲ୍ୟ
ଦେଶର ମୋଟ ପ୍ରେକ୍ଷାଳୟର 80% ରେ 'ପୁଷ୍ପା 2' ରିଲିଜ୍ ହେଉଛି। ପ୍ରେକ୍ଷାଳୟ ଏବଂ ଶୋ ’ଦୃଷ୍ଟିରୁ ଏହା ସବୁଠୁ ବଡ ରିଲିଜ । ଟିକେଟ୍ ମୂଲ୍ୟ ମଧ୍ୟ ବୃଦ୍ଧି କରାଯାଇଛି, ଯାହା ଫିଲ୍ମର କଲେକ୍ସନ ଉପରେ ସିଧାସଳଖ ପ୍ରଭାବ ପକାଇଛି । ଦିଲ୍ଲୀ-ଏନସିଆର ଏବଂ ମୁମ୍ବାଇ ପରି ବଡ ସର୍କିଟରେ ଟିକେଟ୍ ମୂଲ୍ୟ 150 ରୁ 2500 ଟଙ୍କା (ଗୋଲ୍ଡ କ୍ଲାସ୍), ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ମଧ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଟିକେଟ୍ ମୂଲ୍ୟ 1800 ଟଙ୍କା ପର୍ଯ୍ୟନ୍ତ ରଖାଯାଇଛି ।
ଏହା ମଧ୍ୟ ପଢନ୍ତୁ: 'ପୁଷ୍ପା 2' ବ୍ଲକବ୍ଲଷ୍ଟର ନା ଫ୍ଲପ୍, ଆସିଲା ରିଭ୍ୟୁ
'ପୁଷ୍ପା ୨'ର ବମ୍ପର ଆଡଭାନ୍ସ ବୁକିଂ
ଦେଶରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମର ଆଡଭାନ୍ସ ବୁକିଂ ଶନିବାର, ନଭେମ୍ବର 30 ରୁ ଆରମ୍ଭ ହୋଇଥିଲା । ଫିଲ୍ମର ଅନ୍ତିମ ବିକ୍ରୟ ବୁକିଂ ଆକଳନ ପହଞ୍ଚିଛି । ସମସ୍ତ ପାଞ୍ଚଟି ଭାଷାରେ ଏହା 91.24 କୋଟି ଟଙ୍କାର ମୋଟ ଆଡଭାନ୍ସ ଟିକେଟ ବୁକ୍ କରିଛି। ଯଦି ବ୍ଲକ୍ ସିଟ୍ ଯୋଡାଯାଏ, ତେବେ ଏହି ସଂଖ୍ୟା ହେଉଛି 105.67 କୋଟି ଟଙ୍କା । ଏହାର ରିଲିଜ୍ ପୂର୍ବରୁ ମଧ୍ୟ ଏହା ଅଲ୍ଲୁ ଅର୍ଜୁନଙ୍କ କ୍ୟାରିୟରର ସବୁଠାରୁ ବଡ ଉଦଘାଟନୀ ଦିନ ପାଲଟିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ