ETV Bharat / entertainment

ଅମ୍ବାନୀ ପରିବାରର ଦୁଇ ବୋହୂଙ୍କ ସମ୍ପତ୍ତି କେତେ ? ଜାଣନ୍ତୁ - ଅମ୍ବାନୀ ପରିବାରର ଦୁଇ ବୋହୂ

Properties Of Radhika And Shloka: ଅମ୍ବାନୀ ପରିବାରର ବଡ଼ ବୋହୂ ଶ୍ଲୋକା ମେହଟ୍ଟା । ଆଉ ସାନ ବୋହୂ ହେବାକୁ ଯାଉଛନ୍ତି ରାଧିକା ମର୍ଚ୍ଚାଣ୍ଟ । ଉଭୟଙ୍କ ପିତାଙ୍କର ସମ୍ପତ୍ତି ବିଷୟରେ ଜାଣନ୍ତୁ

ଦୁଇ ବୋହୂଙ୍କ ସମ୍ପତ୍ତି
ଦୁଇ ବୋହୂଙ୍କ ସମ୍ପତ୍ତି
author img

By ETV Bharat Odisha Team

Published : Mar 2, 2024, 8:26 PM IST

ହାଇଦ୍ରାବାଦ: 2019 ରେ ଅମ୍ବାନୀ ପରିବାରର ବଡ଼ ବୋହୂ ସାଜିଥିଲେ ଶ୍ଲୋକା ମେହଟ୍ଟା । ଦେଶର ସବୁଠୁ ଧନୀ ବ୍ୟକ୍ତି ଭାବେ ଜଣାଶୁଣା ମୁକେଶ ଅମ୍ବାନୀଙ୍କ ବଡ଼ ପୁଅ ଆକାଶ ଅମ୍ବାନୀଙ୍କୁ ସେ ବିବାହ କରିଥିଲେ । ଶ୍ଳୋକା ହେଉଛନ୍ତି ଜଣାଶୁଣା ହୀରା ବ୍ୟବସାୟୀ ରସେଲ ମେହଟ୍ଟାଙ୍କ ଝିଅ । ଭାରତର ୨୬ଟି ସହରରେ ରସେଲଙ୍କର ରହିଛି ୩୬ ଟି ଷ୍ଟୋର। ଏହା ଇସ୍ରାଏଲ, ଦୁବାଇ, ବେଲଜିୟମ, ଆମେରିକା, ଜାପାନ ଓ ହଂକଂ ଭଳି ଦେଶରେ ମଧ୍ୟ ତାଙ୍କର ବ୍ୟବସାୟ ରହିଛି ।

ରସେଲ ମେହଟ୍ଟାଙ୍କ ସ୍ତ୍ରୀ ବା ଶ୍ଲୋକା ମେହଟ୍ଟାଙ୍କ ମା' ହେଉଛନ୍ତି ମୋନା ମେହଟ୍ଟା । ଯିଏକି ଜଣେ ଜୁଏଲାରୀ ଜିଜାଇନର । ମୋନା ମେହଟ୍ଟା ଫ୍ୟାମିଲି ବିଜନେସ୍ ସମ୍ଭାଳିବା ବ୍ୟତୀତ ନିଜର ତିନି ସନ୍ତାନଙ୍କର ଦେଖାଶୁଣା ଖୁବ ସୁନ୍ଦର ଭାବେ କରିଥିବା କୁହାଯାଏ । ଅନେକ ଇଭେଣ୍ଟରେ ଶ୍ଳୋକା ନିଜ ମା'ଙ୍କ ସହ ଫଟୋ ପୋଜ୍ ଦେଉଥିବାର ନଜର ଆସିଥାନ୍ତି । ତେବେ ଶ୍ଳୋକା ଜଣେ ବିଜନେସ୍ ୱେମେନ ସହ ସମାଜସେବୀ ମଧ୍ୟ । ଉଭୟ ଆକାଶ ଓ ଶ୍ଲୋକା ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲରେ ପାଠ ପଢୁଥିବାବେଳେ ସେଠାରେ ତାଙ୍କର ଦେଖା ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଲଭ୍ ଷ୍ଟୋରୀ ବିବାହର ରୂପ ନେଇଥିଲା ।

ଏହା ମଧ୍ୟ ପଢନ୍ତୁ...ଅନନ୍ତ-ରାଧିକା ପ୍ରି-ୱେଡିଂ, ଜାମନଗରରେ ଜମିଲା କ୍ରିକେଟରଙ୍କ ମେଳି

ଏହା ମଧ୍ୟ ପଢନ୍ତୁ...ଜାମନଗରରେ ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ; ଆମୀର-ଦୀପିକାଙ୍କ ସମେତ ଏହି ତାରକା ହେଲେ ସାମିଲ

ବର୍ତ୍ତମାନ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଅମ୍ବାନୀ ପରିବାରର ସାନ ପୁଅ ଅନନ୍ତ ଅମ୍ବାନୀ । ତାଙ୍କ ବିବାହ ରାଧିକା ମର୍ଚାଣ୍ଟଙ୍କ ସହ ହେଉଥିବାବେଳେ ୩ ଦିନ ଧରି ଗୁଜୁରାଟ ଜାମନଗରରେ ଚାଲିଛି ପ୍ରି ୱେଡିଂ ସେରିମନି । ତେବେ ରାଧିକା ମଧ୍ୟ ଜଣେ ପ୍ରତିପତିଶାଳୀ ପରିବାରର ଝିଅ। ରାଧିକାଙ୍କ ପିତା ବୀରେନ ମର୍ଚାଣ୍ଟଙ୍କ ନାଁ ଦେଶର ନାମୀ କୋଟିପତିଙ୍କ ମଧ୍ୟରେ ସାମିଲ ରହିଛି । ବୀରେନଙ୍କ କମ୍ପାନୀ 'ଏନକୋର ହେଲଥକେୟାର' ର ବଜାର ମୂଲ୍ୟ ୨୦୦ କୋଟି ଟଙ୍କା ରହିଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବୀରେନ ମର୍ଚାଣ୍ଟଙ୍କ ମାସିକ ଆୟ ୮-୧୦କୋଟି ଟଙ୍କା । ସେହିପରି ରାଧିକା ମର୍ଚାଣ୍ଟ ମଧ୍ୟ ଫ୍ୟାମିଲି ବିଜେନେସ୍ ଦେଖୁଥିବାବେଳେ ତାଙ୍କ ଭଉଣୀ ଅଞ୍ଜଳୀ ମର୍ଚାଣ୍ଟଙ୍କର ଏକ ହେୟାର ଷ୍ଟାଇଲିଙ୍ଗ୍ କମ୍ପାନୀ ରହିଛି । ସେ 'ଡ୍ରାଏଫିକ୍ସ' କମ୍ପାନୀର ପ୍ରତିଷ୍ଠାତା ମଧ୍ୟ ଅଟନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.