ETV Bharat / entertainment

ଲୋକପ୍ରିୟ ଅଭିନେତା ଶୀର୍ଷରେ ପ୍ରଭାସ; ତାଲିକାରେ ଶାହାରୁଖ-ସଲମାନଙ୍କୁ ପକାଇଲେ ପଛରେ, ଆଲିଆ ବନିଲେ ଟପ୍ ଅଭିନେତ୍ରୀ - Most Popular Film Star In India

author img

By ETV Bharat Odisha Team

Published : Aug 23, 2024, 11:25 AM IST

Updated : Aug 23, 2024, 11:34 AM IST

Most Popular Male Film Star: ଓରମାକ୍ସ ମିଡିଆ ପକ୍ଷରୁ ଭାରତର ଲୋକପ୍ରିୟ ତାରକା (ଉଭୟ ଅଭିନେତା ଏବଂ ଅଭିନେତ୍ରୀ) ର ଜୁଲାଇ ସଂସ୍କରଣ ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ଟପ୍ 10 ମଧ୍ୟରେ ସବୁଠାରୁ ଅଧିକ ଲୋକପ୍ରିୟ ଅଭିନେତା ଭାବେ ପ୍ରଭାସ ଶୀର୍ଷରେ ରହିଥିବା ବେଳେ ଆଲିଆ ଭଟ୍ଟ ଲୋକପ୍ରିୟ ଅଭିନେତ୍ରୀ । ତେବେ ଏହି ତାଲିକାରେ ଆଉ କିଏ ରହିଛନ୍ତି ? ଜାଣନ୍ତୁ

ଲୋକପ୍ରିୟ ଅଭିନେତା ଶୀର୍ଷରେ ପ୍ରଭାସ; ତାଲିକାରେ ଶାହାରୁଖ-ସଲମାନଙ୍କୁ ପକାଇଲେ ପଛରେ, ଆଲିଆ ବନିଲେ ଟପ୍ ଅଭିନେତ୍ରୀ
ଲୋକପ୍ରିୟ ଅଭିନେତା ଶୀର୍ଷରେ ପ୍ରଭାସ; ତାଲିକାରେ ଶାହାରୁଖ-ସଲମାନଙ୍କୁ ପକାଇଲେ ପଛରେ, ଆଲିଆ ବନିଲେ ଟପ୍ ଅଭିନେତ୍ରୀ (ETV Bharat Odisha)

ହାଇଦ୍ରାବାଦ: ଜଣାଶୁଣା ପରାମର୍ଶଦାତା ସଂସ୍ଥା ଓରମାକ୍ସ ମିଡିଆ ଏହାର ଲୋକପ୍ରିୟ ତାରକାମାନଙ୍କର ତାଲିକା ପ୍ରକାଶ କରିଛି । ଓରମେକ୍ସ ମିଡିଆ ରିପୋର୍ଟ ଅନୁଯାୟୀ ସାଉଥ ସୁପରଷ୍ଟାର ପ୍ରଭାସ 2024 ବର୍ଷର ସବୁଠାରୁ ଲୋକପ୍ରିୟ ଚଳଚ୍ଚିତ୍ର ଅଭିନେତା ଭାବରେ ମନୋନୀତ ହୋଇଛନ୍ତି। ପ୍ରଭାସ ତାଙ୍କର ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'କଲ୍କି 2898 AD' ସାରା ବିଶ୍ୱରେ ପ୍ରସିଦ୍ଧ ହୋଇଥିଲେ ଏବଂ ଏହି ଚଳଚ୍ଚିତ୍ରରୁ 1100 କୋଟିରୁ ଅଧିକ ବ୍ୟବସାୟ କରିଛି । ଏପରି ସମୟରେ ବର୍ତ୍ତମାନ ପ୍ରଭାସ ଲୋକପ୍ରିୟ ତାରକା ତାଲିକାରେ ଶୀର୍ଷରେ ରହିଥିବା ବେଳେ ବଲିଉଡର ସୁପରଷ୍ଟାର ଶାହାରୁଖ ଖାନ ଏବଂ ସଲମାନ ଖାନଙ୍କୁ ପଛରେ ପକାଇଛନ୍ତି। ସେପଟେ ଆଲିଆ ଭଟ୍ଟ ଟପ୍ ଲୋକପ୍ରିୟ ଅଭିନେତ୍ରୀ ଭାବେ ବିବେଚିତ ହୋଇଛନ୍ତି ।

ଭାରତର ଟପ୍ ୧୦ ସବୁଠାରୁ ଅଧିକ ଲୋକପ୍ରିୟ ଅଭିନେତା

ଲୋକପ୍ରିୟ ତାରକା ତାଲିକାରେ ଚଳିତ ଥର ବଲିଉଡ ଷ୍ଟାରଙ୍କୁ ପଛରେ ପକାଇଛନ୍ତି ସାଉଥ ଷ୍ଟାର। ଏହି ତାଲିକାରେ ପ୍ରଭାସ, ଥାଲାପତି ବିଜୟ, ଅଲ୍ଲୁ ଅର୍ଜନଙ୍କ ଠାରୁ ଆରମ୍ଭ କରି ଅଜିତ ଏବଂ ବଲିଉଡର ଶାହାରୁଖ, ସଲମାନ ଖାନଙ୍କ ଠାରୁ ଆରମ୍ଭ କରି ଅକ୍ଷୟ କୁମାରଙ୍କ ନାଁ ସାମିଲ । ଟପ୍ ରେ ପ୍ରଭାସ ରହିଥିବା ବେଳେ ଦ୍ୱିତୀୟରେ ଥାଲାପତି ବିଜୟ ଏବଂ 3ୟ ସ୍ଥାନରେ ରହିଛନ୍ତି କିଙ୍ଗ ଖାନ । ତେବେ ଏହି ତାଲିକାରେ ଆଉ କେଉଁ ତାରକା ସାମିଲ ଏବଂ କେତେ ନମ୍ୱରରେ ରହିଛନ୍ତି । ଜାଣନ୍ତୁ,

  1. ପ୍ରଭାସ
  2. ଥାଲାପତି ବିଜୟ
  3. ଶାହାରୁଖ ଖାନ
  4. ମହେଶ ବାବୁ
  5. ଜୁନିଅର ଏନଟିଆର
  6. ଅକ୍ଷୟ କୁମାର
  7. ଅଲ୍ଲୁ ଅର୍ଜୁନ
  8. ସଲମାନ ଖାନ
  9. ରାମ ଚରଣ
  10. ଅଜିତ

ଭାରତର ଟପ୍ ୧୦ ସବୁଠାରୁ ଅଧିକ ଲୋକପ୍ରିୟ ଅଭିନେତ୍ରୀ

ସେହିପରି ଲୋକପ୍ରିୟ ଅଭିନେତରୀ ତାଲିକା ଟପ୍ ରେ ରହିଛନ୍ତି ବଲଇଉଡ ଗଙ୍ଗୁବାଇ ଆଲିଆ ଭଟ୍ଟ । ସାଉଥ ଅଭିନେତ୍ରୀ ସାମନ୍ଥା, ରଶ୍ମିକାଙ୍କୁ ପକାଇଛନ୍ତି ପଛରେ । ସାମନ୍ଥା ରୁଥ ପ୍ରଭୁ ଦ୍ୱିତୀୟ ନମ୍ୱରରେ ରହିଥିବା ବେଳେ ତୃତୀୟରେ ଦୀପିକା ପାଦୁକୋନ ରହିଛନ୍ତି । ସେହିପରି କାଜଲ ଅଗ୍ରୱାଲ, କ୍ୟାଟ୍ରିନା କୈଫ 4ର୍ଥ ଓ 5ମ ସ୍ଥାନରେ ରହିଥିବା ବେଳେ ଏଥର ଦଶମ ସ୍ଥାନରେ ରହିଛନ୍ତି ରଶ୍ମିକା ମନ୍ଦାନା ।

  1. ଆଲିଆ ଭଟ୍ଟ
  2. ସାମନ୍ଥା ରୁଥ ପ୍ରଭୁ
  3. ଦୀପିକା ପାଦୁକୋନ
  4. କାଜଲ ଅଗ୍ରୱାଲ
  5. ନୟନତାରା
  6. କ୍ୟାଟ୍ରିନା କୈଫ
  7. ତ୍ରିଶା କ୍ରିଷ୍ଣନ
  8. କିଆରା ଆଡଭାନୀ
  9. କ୍ରିତି ସାନନ
  10. ରଶ୍ମିକା ମନ୍ଦନା

ଏହା ମଧ୍ୟ ପଢନ୍ତୁ: ଲୋକପ୍ରିୟ ଅଭିନେତା ତାଲିକାରେ କିଏ ମାରିଲେ ବାଜି ?

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 23, 2024, 11:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.