ETV Bharat / entertainment

ବିଦାୟ ନେଲେ ଜଣାଶୁଣା ଅଭିନେତା ବିଜୟ, SCBରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ - Bijaya Pattnaik Passed Away - BIJAYA PATTNAIK PASSED AWAY

Bijaya Pattnaik Passed Away: ଆରପାରିରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ଚେହେରା ଅଭିନେତା ତଥା ପ୍ରଯୋଜକ ବିଜୟ ପଟ୍ଟନାୟକ। ଅଧିକ ପଢ଼ନ୍ତୁ

Bijaya Pattnaik Passed Away
Bijaya Pattnaik Passed Away (ETV Bharat Odisha)
author img

By ETV Bharat Odisha Team

Published : May 21, 2024, 9:45 PM IST

ଭୁବନେଶ୍ବର: ଓଡ଼ିଆ ସିନେ ଜଗତ ପାଇଁ ଏକ ଦୁଃଖଦ ଖବର । ଆରପାରିରେ ସିନେ ପ୍ରଯୋଜକ ବିଜୟ ପଟ୍ଟନାୟକ କଟକର SCB ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିବା ଜଣାପଡ଼ିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ବର୍ଷ ବୟସ ହୋଇଥିଲା । ତେବେ ଅଭିନୟ ପାଇଁ ବିଜୟଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ସମ୍ମାନିତ ମଧ୍ୟ କରାଯାଇଥିଲା । ତାଙ୍କ ମୃତ୍ୟୁରେ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି ।

ଓଲିଉଡ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ଚେହେରା ଅଭିନେତା ତଥା ପ୍ରଯୋଜକ ବିଜୟ ପଟ୍ଟନାୟକ ଗତକାଲି ବିଳମ୍ବିତ ରାତିରେ ତାଙ୍କ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତେବେ ସୂଚନା ମୁତାବକ ସେ ୧୫ଦିନ ପୂର୍ବରୁ ଘରେ ଦୃଘଟଣାବଶତ ପଡ଼ିଯାଇଥିଲେ । ଫଳରେ ତାଙ୍କର ମୁଣ୍ଡରେ ଆଘାତ ଲାଗିଥିଲା । ପ୍ରଥମେ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେହିଦିନ ହିଁ ତାଙ୍କୁ କଟକ ଏସିବି ପଠାଯାଇଥିଲା । ସେଠାରେ ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ତାଙ୍କର ନିଖୁଣ ଅଭିନୟ ପାଇଁ ତାଙ୍କୁ ଅନେକ ଲୋକ ନୂଆ ଟ୍ରେଣ୍ଡ ସେଟର ବୋଲି କହୁଥିଲେ । 'ଛବିର ମଣିଷ', 'ଅଗ୍ନି ସଂକେତ', ସିଦ୍ଧାନ୍ତ ମହାପାତ୍ର ଓ ରୂପା ଗାଙ୍ଗୁଲିଙ୍କ ଅଭିନୀତ 'ରଣଭୂମି', ୨୦୧୨ରେ ପରଦାକୁ ଆସିଥିବା ସିନେମା 'ଅଜାତି'ରେ ତାଙ୍କ ନିଖୁଣ ଅଭିନୟ ଦେଖିଛନ୍ତି ଦର୍ଶକ।

ଏହା ମଧ୍ୟ ପଢ଼ନ୍ତୁ.. ମାଓଗଡ଼ ମାଳତୀ ଗୋଛାପଡାରେ ରେକର୍ଡ ସଂଖ୍ୟକ ମତଦାନ - Second Phase Election

ସେହିଭଳି ଅବଲୋକରା ଉପାଖ୍ୟାନ, ଚାଖି ଖୁଣ୍ଟିଆ, ଲକ୍ଷେ ରାଜାର ମଉଡ଼ମଣି ଭଳି ନାଟକରେ ଦର୍ଶକଙ୍କୁ ଆକୃଷ୍ଟ କରିଛନ୍ତି ବିଜୟ । କେବଳ ସେତିକି ନୁହେଁ ଫକୀର ମୋହନଙ୍କ ଲିଖିତ 'ସୁନାବୋହୂ' ଧାରାବାହିକ, ବୀଣାପାଣି ମହାନ୍ତିଙ୍କ ଲିଖିତ 'ତିଥି ଅତିଥି' ଧାରାବାହିକ, ଏବଂ ବିଜୟ ମିଶ୍ରଙ୍କ ଲିଖିତ ଯେ 'ପକ୍ଷୀ ଉଡେ ଯେତେ ଦୂର' ଭଳି ଧାରାବାହିକରେ ତାଙ୍କ ଅଭିନୟର ଯାଦୁ ଦର୍ଶକଙ୍କୁ ବେଶ ଛୁଇଁଥିଲା । ଏମିତିକି ସେ ଯେଉଁଠି ବସନ୍ତି ବା ଯାହା ସହ କଥା ହୁଅନ୍ତି ତାହା ବ୍ୟଙ୍ଗ ହୋଇଯାଏ । ବ୍ୟଙ୍ଗ କଳାକାର ଭାବେ ମଧ୍ୟ ସେ ଓଡ଼ିଶାରେ ବେଶ ଜଣାଶୁଣା । ସୁଦୂର ଗଞ୍ଜାମ ଜିଲ୍ଲାରେ ଜନ୍ମିତ କଳାକାର ଆଜୀବନ ନିଜ କଳା ପାଇଁ ଜୀବନ ଉତ୍ସର୍ଗ କରିଛନ୍ତି । ବ୍ୟଙ୍ଗ କଳାକାର ଭାବେ ବେଶ କ୍ଷତି ଅର୍ଜନ କରିଥିବା ବେଳେ ଗତକାଲି ମଧ୍ୟରାତ୍ରୀରେ SCBରେ ତାଙ୍କ ମୃତ୍ୟୁ ଘଟିଥିଲା । ଆଜି ରବୀନ୍ଦ୍ର ମଣ୍ଡପରେ ଶେଷ ଶ୍ରଦ୍ଧାଞ୍ଜଳି ଦେଇ ସାଥୀ କଳାକାର ତାଙ୍କର ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ପୁରୀ ସ୍ୱର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.