ETV Bharat / entertainment

ନୀତେଶ ତିୱାରୀଙ୍କ ଆଗାମୀ ଫିଲ୍ମ 'ରାମାୟଣ',ଏହି ଦିନ ଆରମ୍ଭ ହେବ ସୁଟିଂ - Ramayana

author img

By ETV Bharat Odisha Team

Published : Mar 31, 2024, 12:31 PM IST

Ranbir Kapoor Starrer Ramayana: ନୀତେଶ ତିୱାରୀଙ୍କ ଆଗାମୀ ଫିଲ୍ମ 'ରାମାୟଣ'କୁ ଫ୍ୟାନ୍ସ ଅପେକ୍ଷା କରିନ୍ତି । ରିପୋର୍ଟ ମୁତାବକ ଏହି ଫିଲ୍ମର ସୁଟିଂ ଏପ୍ରିଲରୁ ସୁଟିଂ ହେବାକୁ ଯାଉଛି । ରଣବୀର ବହୁତ ଶୀଘ୍ର ସୁଟିଂରେ ହେବେ ସାମିଲ । ଅଧିକ ପଢନ୍ତୁ

Ranbir Kapoor Starrer Ramayana
Ranbir Kapoor Starrer Ramayana

ମୁମ୍ବାଇ: ନୀତେଶ ତିୱାରୀଙ୍କ ଆଗାମୀ ଫିଲ୍ମ 'ରାମାୟଣ' ଶିରୋନାମାରେ ରହିଛି । ଫିଲ୍ମରେ ରଣବୀର କପୁର, ସାଇ ପଲ୍ଲବୀ, ୟଶ ଓ ସନି ଦେଓଲ ମୁଖ୍ୟ ଭୂମିକାରେ ଅଛନ୍ତି । ବହୁ ପ୍ରତିକ୍ଷୀତ ଫିଲ୍ମ 'ରାମାୟଣ'ରେ ରଣବୀରଙ୍କୁ ପ୍ରଭୁ ରାମଙ୍କ ଭୂମିକାରେ ଦେଖିବାକୁ ମିଳିବ । ସେହିପରି ସାଇ ପଲ୍ଲବୀ ସୀତା, ୟଶ ରାବଣ ଓ ସନି ଦେଓଲ ହନୁମାନଙ୍କ ଭୂମିକାରେ ନଜର ଆସିବେ । ତେବେ ରିପୋର୍ଟ ମୁତାବକ ଫିଲ୍ମର ସୁଟିଂ ଆସନ୍ତା ଏପ୍ରିଲ ମାସରୁ ଆରମ୍ଭ ହୋଇଯିବ ।

ନିତେଶ ତିୱାରୀ ଏବଂ ତାଙ୍କ ଟିମ ଏପ୍ରିଲ 2ରୁ ମୁମ୍ବାଇରେ 'ରାମାୟଣ' ପାଇଁ ସୁଟିଂ ଆରମ୍ଭ କରିବାକୁ ପ୍ରସ୍ତୁତ ଅଛନ୍ତି । ଫିଲ୍ମ ସିଟିରେ ଏକ ସେଟ୍ କରାଯାଇଛି ଏବଂ ଏହି ଠାରୁ ଫିଲ୍ମର ଯାତ୍ରା ଆରମ୍ଭ ହେବାକୁ ଯାଉଛି । ଏହା ଏକ ଗୁରୁକୁଳ ସେଟ ଅପ୍ ଅଟେ । ସେହିପରି ରିପୋର୍ଟ ଅନୁଯାୟୀ ଫିଲ୍ମର ପ୍ରଥମ ସୁଟିଂରେ କୁନି କଳାକର ଭୂମିକାରୁ ଆରମ୍ଭ ହେବ । ନିତେଶ ପ୍ରଭୁ ରାମଙ୍କ ପିଲା ବେଳର କିଛି ସମୟ ସୁଟିଂ କରିବେ । ଯେଉଁ ଠାରେ ଗୁରୁ ବଶିଷ୍ଟ ଭଗବାନ ରାମ ଓ ତାଙ୍କ ଭାଇଙ୍କୁ ଗୁରୁ ଶିକ୍ଷା ଦେଉଥିବା ଦେଖିବାକୁ ମିଳିବ । ଗୁରୁ ବଶିଷ୍ଟଙ୍କ ଭୂମିକାରେ ଶିଶିର ଶର୍ମାଙ୍କୁ ଚୟନ କରାଯାଇଛି ।

ତେବେ ରଣବୀର କପୁରଙ୍କୁ ଏହି ସୁଟିଂରେ ଦେଖିବାକୁ ମିଳିବନି । ସେ ଫିଲ୍ମର ୩ଡି ସ୍କ୍ରିନର ଶେଷ ପ୍ରଯ୍ୟାୟର ସୁଟିଂ ପାଇଁ ଯିବେ । ଏପ୍ରିଲ ମଧ୍ୟ ଭାଗରେ ସେ 'ରାମାୟଣ' ଟିମରେ ଯୋଗଦେବେ ବୋଲି ଆଶା କରାଯାଉଛି । ନିତୀଶ ତିୱାରୀଙ୍କ ସହ ନାମିତ ମଲହୋତ୍ରାଙ୍କ ଦ୍ବାରା ରାମାୟଣ ନିର୍ମିତ ହେଉଛି । ଏପ୍ରିଲ 17 ତାରିଖ ରାମ ନବମୀ ଅବସରେ ନିର୍ମାତା ଏହି ଫିଲ୍ମର ଘୋଷଣା କରିବାକୁ ପ୍ରସ୍ତୁତ । ରାମାୟଣର ପ୍ରଥମ ପର୍ଯ୍ୟାୟ ସୁଟିଂ ଏପ୍ରିଲରୁ ଜୁଲାଇ ପର୍ଯ୍ୟନ୍ତ ହେବ । ନିର୍ମାତା ଏହି ଫିଲ୍ମକୁ ଆସନ୍ତା ୨୦୨୫, ଦୀପାବଳିରେ ମୁକ୍ତିଲାଭ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ନୀତେଶ ତିୱାରୀଙ୍କ 'ରାମାୟଣ'ରେ ବିଗ ବିଙ୍କ ଏଣ୍ଟ୍ରି, ଦଶରଥ ଭୂମିକାରେ ଆସିବେ ନଜର !

ସୂଚନା ଥାଉ କି,ଚନା ଥାଉ କି, ପୂର୍ବରୁ ଏହି ଭୂମିକା ପାଇଁ ରଣବୀରଙ୍କ ପତ୍ନୀ ତଥା ଆଲିଆ ଭଟ୍ଟ ଓ ଜାହ୍ନବୀ କପୁରଙ୍କ ନାଁ ଚର୍ଚ୍ଚା ହେଉଥିଲା । ଅନ୍ୟପଟେ ବିଭୀଷଣ ଭୂମିକା ପାଇଁ ବିଜୟ ସେଥୁପଥି ଏବଂ ହନୁମାନ ଭୂମିକା ପାଇଁ ସନ୍ନି ଦେଓଲ, କୁମ୍ଭକର୍ଣ୍ଣ ଭୂମିକା ପାଇଁ ବବି ଦେୱଲ, କୈକେୟୀଙ୍କ ଭୂମିକା ପାଇଁ ଲାରା ଦତ୍ତାଙ୍କ ନାଁ ଫାଇନାଲ କରିଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.