ETV Bharat / entertainment

ଓଡ଼ିଆ ଫିଲ୍ମ 'ଆଭା' ପୋଷ୍ଟର-ଅଡିଓ ରିଲିଜ, ଭିନ୍ନକ୍ଷମ ପିଲାମାନଙ୍କ ପାଇଁ କରାଗଲା ସ୍ୱତନ୍ତ୍ର ସ୍କ୍ରିନିଂ - Odia Film Aabha

author img

By ETV Bharat Odisha Team

Published : Aug 9, 2024, 1:43 PM IST

Odia Film Aabha: ମୌଳିକ କାହାଣୀକୁ ନେଇ ନିର୍ମିତ ଓଡ଼ିଆ ଫିଲ୍ମ 'ଆଭା' ଏବେ ଚର୍ଚ୍ଚାରେ । ବର୍ତ୍ତମାନ ଫିଲ୍ମଟିର ପୋଷ୍ଟର ଏବଂ ଅଡିଓ ରିଲିଜ ହୋଇଛି । ଏଥିସହ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ଫିଲ୍ମର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ହୋଇଯାଇଛି । ତେବେ ଫିଲ୍ମର କାହାଣୀ ଏବଂ ଷ୍ଟାରକାଷ୍ଟ ବିଷୟରେ ଜାଣନ୍ତୁ,

ଓଡ଼ିଆ ଫିଲ୍ମ 'ଆଭା' ପୋଷ୍ଟର-ଅଡିଓ ରିଲିଜ, ଭିନ୍ନକ୍ଷମ ପିଲାମାନଙ୍କ ପାଇଁ କରାଗଲା ସ୍ୱତନ୍ତ୍ର ସ୍କ୍ରିନିଂ
ଓଡ଼ିଆ ଫିଲ୍ମ 'ଆଭା' ପୋଷ୍ଟର-ଅଡିଓ ରିଲିଜ, ଭିନ୍ନକ୍ଷମ ପିଲାମାନଙ୍କ ପାଇଁ କରାଗଲା ସ୍ୱତନ୍ତ୍ର ସ୍କ୍ରିନିଂ (ETV Bharat Odisha)

ଭୁବନେଶ୍ୱର: ଭିନ୍ନକ୍ଷମ ନାରୀର ସଂଘର୍ଷ ଓ ପ୍ରତିଭାବାନ ଚିତ୍ରକାରର କରୁଣ କାହାଣୀକୁ ନେଇ ପ୍ରସ୍ତୁତ ଓଡ଼ିଆ ଫିଲ୍ମ 'ଆଭା'ର ଅଡିଓ ଓ ପୋଷ୍ଟର ରିଲିଜ ହୋଇଯାଇଛି । ଏହାସହ ଭିନ୍ନକ୍ଷମ ପିଲାମାନଙ୍କୁ ନେଇ ଚଳଚିତ୍ରର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ହୋଇଯାଇଛି । ଜୟଦେବ ଭବନ ଠାରେ ଏହି ସ୍ୱତନ୍ତ୍ର ସ୍କ୍ରିନିଂ ହୋଇଥିବା ବେଳେ ଚଳଚିତ୍ରଟି ଦର୍ଶକଙ୍କର ମନ ମୋହିଥିଲା।ଏକାମ୍ର ବିଧାୟକ ବାବୁ ସିଂ ମୀକ୍ଷା ଅତିଥି ଭାବେ ଯୋଗଦେଇ ଅଡିଓ ଓ ପୋଷ୍ଟର ରିଲିଜ କରିଛନ୍ତି ।

ଏହି ନିର୍ଦ୍ଦେଶକ ଦେଇଛନ୍ତି ଫିଲ୍ମର ନିର୍ଦ୍ଦେଶନା

ଓମ ବାବା ପ୍ରଡକ୍ସନ ଦ୍ୱାରା ପ୍ରସ୍ତୁତ ଭିନ୍ନ ସ୍ୱାଦର ଏହି ଓଡ଼ିଆ ଚଳଚ୍ଚିତ୍ର 'ଆଭା'ରେ ଚଳଚ୍ଚିତ୍ରର ମୁଖ୍ୟ ନାୟିକା ଭାବେ ବେଶ ଚମତ୍କାର ଅଭିନୟ କରିଛନ୍ତି ନବାଗତା ଅଭିନେତ୍ରୀ ସୋନା ମଲ୍ଲିକ । ତାଙ୍କ ସହ ଅଭିଜ୍ଞ ଅଭିନେତ୍ରୀ ଅନୁ ଚୌଧୁରୀ, କେଦାର ମିଶ୍ର, ଶ୍ଵେତା ଆଚାର୍ଯ୍ୟଙ୍କ ସମେତ ଆହୁରି ଅନେକ ତାରକା ଅଭିନୟ କରିଛନ୍ତି । ଫିଲ୍ମର ପ୍ରଯୋଜନା ଦାୟିତ୍ୱ ସମ୍ଭାଳିଛନ୍ତି ପ୍ରବୀର ମହାପାତ୍ର । ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ପଲ୍ଲବ ରୟ । ଅଭିଜିତ ମଜୁମଦାର ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେବେଳେ ସଂଳାପ ଲେଖିଛନ୍ତି ମୋହିତ ଚକ୍ରବର୍ତ୍ତୀ । ସ୍କ୍ରିପ୍ଟ, ସ୍କ୍ରିନ୍ ପ୍ଲେ ପଲ୍ଲବ ରୟ କରିଥିବା ବେଳେ ଏହି ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକ ଅନେକ ନୂଆ ସ୍ୱାଦ ପାଇବେ ବୋଲି ନିର୍ଦ୍ଦେଶକ କହିଛନ୍ତି ।

ସଚେତନତା ବାର୍ତ୍ତା ଦେଉଛି ଫିଲ୍ମ

ନିର୍ଦ୍ଦେଶକ "ପଲ୍ଲବ ରୟ" ପ୍ରଯୋଜକ "ପ୍ରବୀର ମହାପାତ୍ର" ଏହି ଓଡ଼ିଆ ଚଳଚିତ୍ରର କାହାଣୀକୁ ନେଇ କହିଛନ୍ତି ଅକ୍ଷମତା ଏକ ରୋଗ ନୁହେ ଏହା ଭଗବାନଙ୍କର ଏକ ଆର୍ଶୀବାଦ । ତେଣୁ ଦିବ୍ୟାଙ୍ଗ ଅକ୍ଷମ ନୁହେଁ ବରଂ ନିଜର ସ୍ୱତନ୍ତ୍ର ପ୍ରତିଭାକୁ ନେଇ ସେ ସକ୍ଷମ ଏହି ବାର୍ତ୍ତାକୁ ପ୍ରମାଣିତ କରିବା ପାଇଁ ଏହି ଚଳଚିତ୍ର ପ୍ରସ୍ତୁତ ହୋଇଥିବା କହିଛନ୍ତି । ଖାଲି ସେତିକି ନୁହେଁ ନାରୀ ଓ ପୁରୁଷର ସମାଜରେ ଥିବା ସମଭାବ ଓ ଭାଗକୁ ନେଇ ମଧ୍ୟ ଏହି ସିନେମାରେ ସଚେତନତା ବାର୍ତ୍ତା ଦିଆଯାଇଛି । ତେବେ ଚଳଚିତ୍ରର କାହାଣୀ ଅନୁସାରେ ଏକ ନିପଟ ମଫସଲ ଗାଁର ଗରିବ ପରିବାରର ଜଣେ ଶାରୀରିକ ଭିନ୍ନକ୍ଷମ ଝିଅ ।

ଏହା ମଧ୍ୟ ପଢନ୍ତୁ: ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା 'ସଲାମ ଭୁବନେଶ୍ୱର', ପିଣ୍ଟୁ ନନ୍ଦଙ୍କ ଶେଷ ଅଭିନୟ ଦେଖିବେ ଦର୍ଶକ

'ଆଭା' ର କାହାଣୀ

ଭିନ୍ନକ୍ଷମ ହେଲେ କେମିତି ଜୀବନ ଶୈଳୀରେ ବଞ୍ଚିବାକୁ ହେବ ଯାହା ସମାଜକୁ ଏକ ପ୍ରକାର ଶିକ୍ଷା ମିଳିବ ତାହାରି ଉପରେ ଆଧାରିତ ଚଳଚ୍ଚିତ୍ର। ଯେଉଁଥିରେ ଖୁବ ସୁନ୍ଦର ଅଭିନୟ କରିଛନ୍ତି ଆଭା ଓରଫ ସୋନା ମଲ୍ଲିକ। ଏହି ଚଳଚ୍ଚିତ୍ରଟି ପଶ୍ଚିମବଙ୍ଗର ମେଦିନିପୁରର ଏକ ଆଦିବାସୀ ଗ୍ରାମର ଜଙ୍ଗଲ ଘେରି ରହିଥିବା ଏକ ଗ୍ରାମୀଣ ପରିବେଶରେ ସୁଟିଂ କରାଯାଇଛି । ୪୨ ଡିଗ୍ରୀ ତାପମାତ୍ରାରେ ସିନେମାଟି ନିର୍ମାଣ କରାଯଇଛି । ଏହି ଚଳଚ୍ଚିତ୍ର ନାରୀ କୈନ୍ଦ୍ରିକ ହୋଇଥିବାରୁ ସମାଜକୁ ସୁନ୍ଦର ବାର୍ତ୍ତା ଦେଉଥିବା ବେଳେ ଶିକ୍ଷ ଓ ପ୍ରେରଣା ସାଜିବ। ସବୁଠାରୁ ବଡ କଥା ହେଉଛି ସିନେମାରେ ନାୟିକା ଜଣେ ଦିବ୍ୟାଙ୍ଗ ଅଭିନୟକୁ ବହୁତ ଚ୍ୟାଲେଞ୍ଜର ସହ ଲିଭାଇଥିବା ବେଳେ ଦର୍ଶକଙ୍କୁ ଭଲ ଲାଗିବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.