ହାଇଦ୍ରାବାଦ: ବଲିଉଡ ଅଭିନେତା ଆମୀର ଖାନ ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଶିରୋନାମାରେ ରହିଛନ୍ତି । ଆମୀରଙ୍କ ଦୁଇଟି ପତ୍ନୀ କିରଣ ରାଏ ଏବଂ ରୀନା ଦତ୍ତା ରହିଥିବା ବେଳେ ଉଭୟଙ୍କୁ ସେ ଛାଡପତ୍ର ଦେଇଛନ୍ତି । ଉଭୟଙ୍କ ଠାରୁ ଅଲଗା ହେବା ପରେ ବି ଅଭିନେତା ଅନେକ ସମୟରେ ନିଜ ପୂର୍ବ ପତ୍ନୀଙ୍କ ସହ ନଜର ଆସିଥାନ୍ତି । ଯାହାକୁ ନେଇ ଚର୍ଚ୍ଚାର ରହିଥାନ୍ତି ଆମୀର ଏବଂ ତାଙ୍କ ପତ୍ନୀ । ଏହାରି ମଧ୍ୟରେ ବର୍ତ୍ତମାନ ତାଙ୍କ ପୂର୍ବତନ ପତ୍ନୀ କିରଣ ରାଓ ସେମାନଙ୍କ ସମ୍ପର୍କ ବିଷୟରେ ଆଲୋଚନା କରିଛନ୍ତି ଏବଂ ତାଙ୍କ ପାଇଁ ଆମୀର ପ୍ରଥମ ପତ୍ନୀ ରୀନାଙ୍କୁ ଛାଡିଥିବା ଖବର ଉପରେ ମୁହଁ ଖୋଲିଛନ୍ତି ।
ଏକ ସାକ୍ଷାତକାର ସମୟରେ ଆମୀର ଖାନଙ୍କ ପୂର୍ବତନ ପତ୍ନୀ କିରଣ ରାଓ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ସହ ସମ୍ପର୍କ ହେତୁ ଆମୀର ରୀନାଙ୍କ ମଧ୍ୟରେ ଛାଡପତ୍ର ହୋଇନାହିଁ । କିରଣ କହିଛନ୍ତି, ''ଅନେକ ଲୋକ ଭାବନ୍ତି ଯେ ଆମେ ଲଗାନ (2001) ର ସୁଟିଂ ସମୟରେ ଡେଟିଂ କରୁଥିଲୁ, କିନ୍ତୁ ଏଥିରେ କୌଣସି ସତ୍ୟତା ନାହିଁ । ସେତେବେଳେ ମୁଁ ଅନ୍ୟ କାହାକୁ ଡେଟ କରୁଥିଲି । ସ୍ୱଦେଶ ଚଳଚ୍ଚିତ୍ର ସମୟରେ ଆମୀର ଏବଂ ମୁଁ ପରସ୍ପରର ନିକଟତର ହୋଇଥିଲୁ ଏବଂ ସେହି ସମୟରେ ସେ ମଙ୍ଗଲ ପାଣ୍ଡେ (2004) ଚଳଚ୍ଚିତ୍ରରେ ବ୍ୟସ୍ତ ଥିଲେ। ମୋ ପାଇଁ ଆମୀର ଏବଂ ରୀନାଙ୍କ ଅଲଗା ହୋଇନଥିଲେ । କାରଣ ୨୦୦୪ ପରେ ଆମେ ପରସ୍ପର ଭେଟିଥିଲୁ ଯେତେବେଳେ କି ତାଙ୍କର ପ୍ରଥମ ଛାଡପତ୍ର ୨୦୦୨ ମସିହାରେ ହୋଇଥିଲା ।''
କିରଣ ଆହୁରି କହିଛନ୍ତି, ''ଯେତେବେଳେ ତୁମେ ଅନ୍ୟ ସମ୍ପର୍କରେ ଥିବା ବ୍ୟକ୍ତିଙ୍କୁ ବିବାହ କର, ତୁମ ଉପରେ କିଛି ବୋଝ ଥାଏ ଯାହା ତୁମର ସମ୍ପର୍କକୁ ପ୍ରଭାବିତ କରିଥାଏ । ଏଥିପାଇଁ ମୁଁ କପଲ କାଉନସିଲିଂକୁ ଗୁରୁତ୍ୱ ଦିଏ । ଆମୀର ଏବଂ ମୁଁ ମଧ୍ୟ କପଲ କାଉନସିଲିଂ କରିଥିଲୁ । ଏହା ଦ୍ୱାରା ତୁମେ ତୁମ ସାଥୀକୁ ବୁଝିପାରିବ ଏବଂ ଜାଣିପାରିବ, ଯାହା ମୋ ପାଇଁ ଅତ୍ୟନ୍ତ ଲାଭଦାୟକ ରହିଥିଲା । ଏହା ପରେ ଆମୀର ଏବଂ ମୁଁ ସହମତ ହେଲୁ ଯେ ଯାହା ହେଉନା କାହିଁକି ଆମେ ଦୁହେଁ ପରସ୍ପର ସହ ସଚ୍ଚୋଟ ହୋଇ ରହିବୁ।''
ଏହା ମଧ୍ୟ ପଢନ୍ତୁ: ଛାଡପତ୍ରର 8 ମାସ ପରେ ମୁହଁ ଖୋଲିଲେ ଅମିର ଖାନ
ସୂଚନା ଥାଉ କି, ଆମୀର ଖାନ 18 ଏପ୍ରିଲ 1986 ରେ ରୀନା ଦତ୍ତଙ୍କୁ ବିବାହ କରିଥିଲେ। ସେମାନେ ଦୁଇ ସନ୍ତାନର ପିତାମାତା । ପୁଅର ନାମ ଜୁନାଦ ଏବଂ ଝିଅର ନାମ ଇରା । ୧୬ ବର୍ଷ ଏକାଠି ରହିବା ପରେ 2002 ରେ ଦୁହେଁ ଛାଡପତ୍ର ହୋଇଥିଲେ। ଏହା ପରେ ୨୮ ଡିସେମ୍ବର 2005 ରେ ଆମୀର କିରଣ ରାଓଙ୍କୁ ବିବାହ କରିଥିଲେ। ଏମାନଙ୍କ ଦାମ୍ପତ୍ୟ ଜୀବନ ମଧ୍ୟ ଅଧିକ ଦିନ ତିଷ୍ଠିନଥିଲା । ପରେ ଜୁଲାଇ 2021 ରେ ଏହି ଦମ୍ପତି ଛାଡପତ୍ର ଘୋଷଣା କରିଥିଲେ। ଆମୀର-କିରଣଙ୍କ ଏକ ପୁଅ ଆଜାଦ ରାଓ ଖାନ ଅଛନ୍ତି, ଯିଏ ଆଇଭିଏଫ ମାଧ୍ୟମରେ ଜନ୍ମ ହୋଇଥିଲେ ।