ETV Bharat / entertainment

'ଭୁଲ ଭୁଲେୟା ୩' ସୁଟିଂ ଆରମ୍ଭ, ପ୍ରଥମ ଦିନର ଝଲକ ଦେଖାଇଲେ କାର୍ତ୍ତିକ

author img

By ETV Bharat Odisha Team

Published : Mar 10, 2024, 10:31 AM IST

'Bhool Bhulaiyaa 3' Shoot: କାର୍ତ୍ତିକ ଆର୍ଯ୍ୟନଙ୍କ ଆଗାମୀ ଚଳଚ୍ଚିତ୍ର 'ଭୁଲ ଭୁଲେୟା-୩'ର ସୁଟିଂ ଆରମ୍ଭ ହୋଇଛି । ଅଭିନେତା ସୁଟିଂର ପ୍ରଥମ ଦିନର ଝଲକ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଦେଖନ୍ତୁ ଝଲକ

'ଭୁଲ ଭୁଲେୟା ୩' ସୁଟିଂ ଆରମ୍ଭ, ପ୍ରଥମ ଦିନର ଝଲକ ଦେଖାଇଲେ କାର୍ତ୍ତିକ
'ଭୁଲ ଭୁଲେୟା ୩' ସୁଟିଂ ଆରମ୍ଭ, ପ୍ରଥମ ଦିନର ଝଲକ ଦେଖାଇଲେ କାର୍ତ୍ତିକ

ହାଇଦ୍ରାବାଦ: 'ଭୁଲ ଭୁଲେୟା' ଫ୍ରାଞ୍ଚାଇଜର ପ୍ରଥମ ଏବଂ ଦ୍ୱିତୀୟ ଭାଗ ଦର୍ଶକଙ୍କୁ ବେଶ ମନୋରଞ୍ଜନ କରିଥିବା ବେଳେ ନିର୍ମାତା ଏବେ ତୃତୀୟ ଭାଗ ନେଇ ଆସୁଛନ୍ତି । ନିକଟରେ ଏହି ଫିଲ୍ମର ଘୋଷଣା ହୋଇଥିଲା । ଫିଲ୍ମର ଷ୍ଟାର କାଷ୍ଟ ଭାବେ ଏଥର ନଜର ଆସିବେ ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଏବଂ ତାଙ୍କ ବିପକ୍ଷରେ ନଜର ଆସିବେ ନ୍ୟାସନାଲ କ୍ରସ ଅଭିନେତ୍ରୀ ତିପ୍ତୀ ଡିମ୍ରି । ତେବେ ଫିଲ୍ମକୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ବର୍ତ୍ତମାନ ଫିଲ୍ମର ସୁଟିଂ ଆରମ୍ଭ ହୋଇଥିବା ଜଣାପଡିଛି । ସୋସିଆଲ ମିଡିଆରେ କାର୍ତ୍ତିକ ପ୍ରଥମ ଦିନର ଝଲକ ଦେଖାଇ ଏହି ସୂଚନା ଦେଇଛନ୍ତି ।

କାର୍ତ୍ତିକ ଆର୍ଯ୍ୟନଙ୍କ ପୋଷ୍ଟ
କାର୍ତ୍ତିକ ଆର୍ଯ୍ୟନଙ୍କ ପୋଷ୍ଟ

ଗତ ଶନିବାର ରାତିରେ ଅଭିନେତା ଇନଷ୍ଟାଗ୍ରାମ ଷ୍ଟୋରୀରେ 'ଭୁଲ ଭୁଲେୟା ୩' ସୁଟିଂର ପ୍ରଥମ ଦିନର ଝଲକ ସେୟାର କରିଛନ୍ତି । ଏଥିରେ ଫିଲ୍ମର କ୍ଲାପବୋର୍ଡର ଏକ ମନୋକ୍ରୋମ୍ ସ୍ନାପ୍ ସେୟାର କରିଛନ୍ତି, ଯେଉଁଥିରେ ସେ କ୍ୟାପ୍ସନରେ ଲେଖିଛନ୍ତି, ''ଏଠାରୁ ଆରମ୍ଭ ହେଲା ଯାତ୍ରା ।'' ଏହାର ପୃଷ୍ଠଭୂମିରେ 'ଭୁଲ ଭୁଲୟା ୨' ର ଟାଇଟଲ୍ ଟ୍ରାକ୍ ବାଜୁଛି । ଏହି ଫଟୋକୁ ସମସ୍ତେ ପସନ୍ଦ କରୁଥିବା ବେଳେ ଫିଲ୍ମକୁ ନେଇ ଉତ୍ସାହିତ ରହିଛନ୍ତି ଫ୍ୟାନ୍ସ ।

ସୂଚନା ଥାଉକି, ନିର୍ଦ୍ଦେଶକ ଅନିସ ବାଜମି ଏହାର ନିର୍ଦ୍ଦେଶନା ଦେଉଛନ୍ତି, ଯିଏ 'ଭୁଲ ଭୁଲେୟା ୨'ର ନିର୍ଦ୍ଦେଶନା ଦେଇଥିଲେ । ପ୍ରଥମ ଭାଗ ପ୍ରିୟଦର୍ଶନଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା, ଯେଉଁଥିରେ ବିଦ୍ୟାଙ୍କ ସହିତ ଅକ୍ଷୟ କୁମାର ଅଭିନୟ କରିଥିଲେ । ଦ୍ୱିତୀୟ ଭାଗରେ କାର୍ତ୍ତିକ, ତବୁ ଏବଂ କିଆରା ଆଡଭାନୀଙ୍କ ସହ ସ୍କ୍ରିନ ସେୟାର କରିଥିଲେ । ତୃତୀୟ ଭାଗ ବା ଏହି ହିଟ୍ ଫ୍ରାଞ୍ଚାଇଜ ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନ ଏବଂ ତିପ୍ତୀ ଡିମ୍ରି ସମେତ ବିଦ୍ୟା ବାଲାନ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ବିଦ୍ୟା ପ୍ରଥମ ଭାଗରେ ନଜର ଆସିଥିବା ବେଳେ ପୁଣି ତୃତୀୟ ଭାଗରେ ଲୋକଙ୍କୁ ଡରାଇବାକିୁ ପ୍ରସ୍ତୁତ ରହିଛନ୍ତି । ଏହି ଫିଲ୍ମ ଦିୱାଲୀ ୨୦୨୪ ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ।

ଏହା ମଧ୍ୟ ପଢନ୍ତୁ: 'ଭୁଲ ଭୁଲେୟା ୩'ରେ ଏଣ୍ଟ୍ରି କରିବେ କି ଅକ୍ଷୟ କୁମାର ? କାଷ୍ଟକୁ ନେଇ ଖୁଲାସା କଲେ ନିର୍ଦ୍ଦେଶକ

କାର୍ତ୍ତିକ ଆର୍ଯ୍ୟନଙ୍କ ଅନ୍ୟ ପ୍ରୋଜେକ୍ଟ ବିଷୟରେ କହିବାକୁ ଗଲେ, ଏହା ବ୍ୟତୀତ କାର୍ତ୍ତିକ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଚନ୍ଦୁ ଚାମ୍ପିଅନ'ରେ ନଜର ଆସିବେ । ନିକଟରେ ସେ ଏହି ଫିଲ୍ମର ସୁଟିଂ ଶେଷ କରିଛନ୍ତି । କବୀର ଖାନଙ୍କ ଦ୍ୱାରା ନିର୍ଦ୍ଦେଶିତ 'ଚନ୍ଦୁ ଚାମ୍ପିଅନ' ଜଣେ କ୍ରୀଡ଼ାବିତଙ୍କ ଜୀବନ କାହାଣୀ ଉପରେ ଆଧାରିତ । କାର୍ତ୍ତିକ ଚନ୍ଦୁ ଭୂମିକାରେ ଅଭିନୟ କରିବେ । ନିର୍ଦ୍ଦେଶକ କବୀର ଖାନ ଏହାର ନିର୍ଦ୍ଦେଶନା ଦେଉଥିବା ବେଳେ ଏହି ଫିଲ୍ମରେ ସେ ପ୍ରଥମ ଥର ପାଇଁ କାର୍ତ୍ତିକ ସହ କାମ କରୁଛନ୍ତି । ଏହାଛଡା କାର୍ତ୍ତିକ ନିର୍ଦ୍ଦେଶକ ଅନୁରାଗ ବସୁଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର 'ଆଶିକି ୩'ରେ ମଧ୍ୟ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.