ETV Bharat / entertainment

ସ୍ମୃତିରେ କାର୍ଗିଲ ବୀର, ଶ୍ରଦ୍ଧାଞ୍ଜଳି ଜଣାଇଲେ ବଲିଉଡ ସେଲିବ୍ରିଟି - Celebs On Kargil Vijay Diwas

author img

By ETV Bharat Odisha Team

Published : Jul 26, 2024, 3:47 PM IST

Celebs On Kargil Vijay Diwas: ୧୯୯୯ ମସିହାରେ, କାର୍ଗିଲ ଯୁଦ୍ଧରେ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା ​​ଏବଂ ପ୍ରତିବର୍ଷ ଜୁଲାଇ ୨୬ରେ ସେହି ଯୁଦ୍ଧରେ ପ୍ରାଣ ହରାଇଥିବା ଶହୀଦମାନଙ୍କ ସମ୍ମାନାର୍ଥେ କାର୍ଗିଲ ବିଜୟ ଦିବସ ଭାବରେ ପାଳନ କରାଯାଏ । ଏହି ବର୍ଷ କାର୍ଗିଲ ବିଜୟ ଦିବସଙ୍କର ୨୫ ତମ ବାର୍ଷିକୀ ପାଳନ କରାଯାଉଥିବା ବେଳେ ବଲିଉଡ ସେଲିବ୍ରିଟି ମାନେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ସ୍ମୃତିରେ କାର୍ଗିଲ ବୀର, ଶ୍ରଦ୍ଧାଞ୍ଜଳୀ ଜଣାଇଲେ ବଲିଉଡ ସେଲିବ୍ରିଟି
ସ୍ମୃତିରେ କାର୍ଗିଲ ବୀର, ଶ୍ରଦ୍ଧାଞ୍ଜଳୀ ଜଣାଇଲେ ବଲିଉଡ ସେଲିବ୍ରିଟି (ETV Bharat Odisha)

ହାଇଦ୍ରାବାଦ: 26 ଜୁଲାଇ ଆଜି ଭାରତୀୟ ମାନଙ୍କ ପାଇଁ ଗର୍ବର ଦିନ । ୧୯୯୯ ମସିହାରେ, କାର୍ଗିଲ ଯୁଦ୍ଧରେ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା । ତେବେ କାର୍ଗିଲ ଯୁଦ୍ଧରେ ଶହୀଦ ହୋଇଥିବା ବୀରମାନଙ୍କ ସମ୍ମାନାର୍ଥେ ପ୍ରତିବର୍ଷ 26 ଜୁଲାଇରେ କାର୍ଗିଲ ବିଜୟ ଦିବସ ପାଳନ କରାଯାଏ । ଏହି ଦିନ କାର୍ଗିଲ ଯୁଦ୍ଧରେ ଶହୀଦ ହୋଇଥିବା ଭାରତୀୟ ଯବାନଙ୍କ ବଳିଦାନ ଏବଂ ବୀରତ୍ୱ ସ୍ମରଣ କରାଯାଇଥାଏ । କାର୍ଗିଲ ଯୁଦ୍ଧକୁ ୨୫ ବର୍ଷ ବିତିଗଲାଣି । ବଲିଉଡର ଅନେକ ସେଲିବ୍ରେଟ୍ ମଧ୍ୟ କାର୍ଗିଲ ବିଜୟ ଦିବସରେ ସୋସିଆଲ ମିଡିଆରେ ପୋଷ୍ଟ କରି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସିଦ୍ଧାର୍ଥ ମଲହୋତ୍ରା ଠାରୁ ଅନୁପମ ଖେର ପର୍ଯ୍ୟନ୍ତ ସେଲିବ୍ରିଟି ଶୁଭେଚ୍ଛା ଜଣାଇଛନ୍ତି ।

ଅନୁପମ ଖେର ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଇନଷ୍ଟାଗ୍ରାମରେ କାର୍ଗିଲ ବିଜୟ ଦିବସର ୨୫ତମ ବାର୍ଷିକୀରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ''କାର୍ଗିଲ ଦିବସର ୨୫ ତମ ବାର୍ଷିକୀ ଅବସରରେ ଭାରତୀୟ ସେନାକୁ ଅଭିନନ୍ଦନ ଏବଂ ଯୁଦ୍ଧରେ ଶହୀଦ ହୋଇଥିବା ଯୋଦ୍ଧା ତଥା ସେମାନଙ୍କ ପରିବାରବର୍ଗଙ୍କୁ ମୋର ସମ୍ମାନ । ଜୟ ହିନ୍ଦ ।''

ସେହିପରି ଜ୍ୟାକି ଶ୍ରଫ କାର୍ଗିଲ ଯୁଦ୍ଧ ସହ ଜଡିତ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଭିଡିଓରେ ସେ ସେହି ଯୁଦ୍ଧ ବିଷୟରେ ଅନେକ କଥା କହିଛନ୍ତି । ଏହା ସହ ସେ କ୍ୟାପସନରେ ଲେଖିଛନ୍ତି ଯେ ସମସ୍ତ ସାହସୀ ବୀରଙ୍କୁ ଶ୍ରଦ୍ଧାଞ୍ଜଳି ଏବଂ ସେମାନଙ୍କ ପରିବାର ପ୍ରତି ସମ୍ମାନ । ଜୟ ହିନ୍ଦ । ସେପଟେ ବିକି କୌଶଲ ମଧ୍ୟ ଇନଷ୍ଟାଗ୍ରାମ ଷ୍ଟୋରୀରେ କାର୍ଗିଲ ବିଜୟ ଦିବସ ନେଇ ଏକ ପୋଷ୍ଟ କରିଛନ୍ତି । ସମସ୍ତ ବୀରଙ୍କୁ ଶ୍ରଦ୍ଧାଞ୍ଜଳି ଏବଂ ସେମାନଙ୍କ ପରିବାରକୁ ସମ୍ମାନ ଜଣାଇଛନ୍ତି ।

ସେହିପରି ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ତାଙ୍କ ଫିଲ୍ମ 'ଶେରଶାହା' ସହ ଜଡିତ ଏକ କ୍ଲିପ୍ ସେୟାର କରିଛନ୍ତି । ଏହା ସହିତ ସେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହା ସେୟାର କରି ଲେଖିଛନ୍ତି ଯେ କାର୍ଗିଲ ବିଜୟ ଦିବସ ଉପରେ ମୁଁ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ହିରୋମାନଙ୍କୁ ନମସ୍କାର କରୁଛି । ସେମାନଙ୍କର ସାହସିକତା ଆମକୁ ପ୍ରତିଦିନ ପ୍ରେରଣା ଯୋଗାଇଥାଏ । ଜୟ ହିନ୍ଦ । ସେହିପରି ରକୁଲ ପ୍ରୀତ ସିଂ ପରି ଅନେକ ସେଲିବ୍ରିଟି ମଧ୍ୟ ସମସ୍ତ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ବିକି କୌଶଲଙ୍କ ପୋଷ୍ଟ
ବିକି କୌଶଲଙ୍କ ପୋଷ୍ଟ (Instagram)

ଏହା ମଧ୍ୟ ପଢନ୍ତୁ: କାର୍ଗିଲ ବିଜୟଗାଥା, ହିନ୍ଦୁସ୍ତାନ ସେନାର ପରାକ୍ରମରେ ହାରିଲା ପାକିସ୍ତାନ, କାର୍ଗିଲ ଶୀର୍ଷରେ ଉଡିଲା ତ୍ରିରଙ୍ଗା; 13 ଓଡିଆ ଯବାନଙ୍କ ବଳିଦାନକୁ ଝୁରୁଛି ଓଡିଶା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.