ହାଇଦ୍ରାବାଦ: ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି-ୱେଡିଂ ସମାରୋହରେ ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ନିଜ ଲୁକରେ ଚାରଚାନ୍ଦ ଲଗାଇଥିଲେ । ଏହି ସମୟରେ ତାଙ୍କ ଗହଣାକୁ ନେଇ ଲାଇମଲାଇଟରେ ରହିଛନ୍ତି କରୀନା । ସେ ଅନନ୍ତଙ୍କ ପ୍ରିୱେଡିଂ ସମାରୋହରେ ନିଜ ବିବାହ ସମୟରେ ପିନ୍ଧିଥିବା ଗହଣାକୁ ପୁଣି ପିନ୍ଧିଛନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ ବାଇରାଲ ଫ୍ୟାନ୍ସ ଖୁବ ପ୍ରଶଂସା କରିଛନ୍ତି ।
ଇନଷ୍ଟାଗ୍ରାମରେ ମଧ୍ୟ କରୀନା ନିଜ ଲୁକର ଫଟୋ ସେୟାର କରିଛନ୍ତି । ଫଟୋରେ କରୀନା କପୁର ପ୍ରସିଦ୍ଧ ଡିଜାଇନର ଋତୁ କୁମାରଙ୍କ କଲେକ୍ସନରୁ ଗୋଲ୍ଡେନ ରଙ୍ଗର ଆଉଟଫିଟରେ ନଜର ଆସିଛନ୍ତି । ଏହି ଆଉଟଫିଟ ସହ ସେ ଗୋଲ୍ଡେନ ରଙ୍ଗର ଗହଣା ପିନ୍ଧି ଗର୍ଜିୟସ ଲୁକରେ ନଜର ଆସିଛନ୍ତି । ତେବେ କରୀନା ପିନ୍ଧିଥିବା ଏହି ଗହଣାଟି ତାଙ୍କ ବିବାହ ସମୟର ଅଟେ । ସେ ନିଜ ବିବାହ ରିସ୍ପେସନରେ ଏହି ହଗଣାକୁ ପିନ୍ଧିଥିଲେ । ତେବେ ପୁଣି ୧୨ ବର୍ଷ ପରେ ସେ ଏହି ଗହଣାକୁ ପିନ୍ଧି ପୁରୁଣା ସ୍ମୃତି ତାଜା କରିଛନ୍ତି ।
ସୂଚନା ଥାଉ କି, କରୀନା କପୁର ଖାନ ଅଭିନେତା ସୈଫ ଅଲ୍ଲି ଖାନଙ୍କୁ ବିବାହ କରିଛନ୍ତି । ସୈଫଙ୍କ ଦ୍ୱିତୀୟ ପତ୍ନୀ ହେଉଛନ୍ତି କରୀନା । ଉଭୟଙ୍କ ଦୁଇ ପୁଅ ତୈମୁର ଏବଂ ଜେହ ଅଲ୍ଲି ଖାନ ରହିଛନ୍ତି । କହିରଖୁଛୁ କି, ସାହିଦ କପୁରଙ୍କ ସହ ବ୍ରେକଅପ ପରେ କରୀନା କପୁର ସୈଫଙ୍କୁ ଡେଟିଂ କରିବା ଆରମ୍ଭ କରିଥିଲେ । ଉଭୟ ମିଳିତ ଭାବେ ଫିଲ୍ମ ଓମକାରା(୨୦୦୬), ଟସନ(୨୦୦୮), କୁର୍ବାନ(୨୦୦୯) ଏବଂ ୨୦୧୨ରେ ଫିଲ୍ମ ଏଜେଣ୍ଟ ବିନୋଦରେ କାମ କରିଛନ୍ତି । ପାଞ୍ଚ ବର୍ଷରୁ ଅଧିକ ସମୟ ଡେଟିଂ କରିବା ପରେ ସୈଫ ଏବଂ କରୀନା ଅକ୍ଟୋବର 16 ତାରିଖ 2012ରେ ହିନ୍ଦୁ ଏବଂ ମୁସଲିମ ରୀତିନୀତିରେ ବିବାହ କରିଥିଲେ ।
ଏହା ମଧ୍ୟ ପଢନ୍ତୁ: ସୈଫଙ୍କ ବିଷୟରେ କଥାବାର୍ତ୍ତା କରି କାନ୍ଦି ପକାଇଲେ କରୀନା, ଫ୍ୟାନ୍ସ କହିଲେ ଏମିତି
କରୀନା କପୁର ଖାନଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଖୁବଶୀଘ୍ର ତାଙ୍କୁ ଫିଲ୍ମ 'ଦ କ୍ରୁ'ରେ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ର ମାର୍ଚ୍ଚ ୨୯, ୨୦୨୪ରେ ରିଲିଜ ହେବ । ରାଜେଶ କୃଷ୍ଣନଙ୍କ ନିର୍ଦ୍ଦେଶିତ 'ଦ କ୍ରୁ' ରିୟା କପୁର ଏବଂ ଏକତା କପୁରଙ୍କ ପ୍ରଡକ୍ସନ ବ୍ୟାନରରେ ଫିଲ୍ମଟି ନିର୍ମିତ ହୋଇଛି । ଗତ ବର୍ଷ (୨୦୨୩)ରେ ଏହି ଚଳଚ୍ଚିତ୍ରର ଘୋଷଣା କରାଯାଇଥିଲା । ଏହି ଫିଲ୍ମ ସହ କରୀନାଙ୍କ ସହ ଅଭିନେତ୍ରୀ ତବୁ ଏବଂ କ୍ରିତି ସାନନ ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ । ଏଥିସହ ଫିଲ୍ମରେ କମେଡି କିଙ୍ଗ କପିଲ ଶର୍ମା ମଧ୍ୟ ତଡକା ଲଗାଇବେ ବୋଲି ଜଣାପଡିଛି ।
ଏହା ମଧ୍ୟ ପଢନ୍ତୁ: 'ଦ କ୍ରୁ' କାଷ୍ଟଙ୍କ ପ୍ରଥମ ଲୁକ ଆଉଟ୍, ମାର୍ଚ୍ଚ ୨୯ରେ ମୁକ୍ତିଲାଭ