ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜର ଆଗାମୀ ତେଲୁଗୁ ଚଳଚ୍ଚିତ୍ର 'NBK 109' ସହ ସାଉଥରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଅଭିନେତ୍ରୀ ସାଉଥ ତାରକା ଜୁନିଅର ଏନଟିଆରଙ୍କ ସହ ଏକ ସେଲ୍ଫି ଫଟୋ ସେୟାର କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିବା ବେଳେ ବର୍ତ୍ତମାନ ଟ୍ରୋଲର ଶିକାର ହୋଇଛନ୍ତି ଉର୍ବଶୀ ।
ଉର୍ବଶୀ ରୌତେଲା ନିଜ ଇନଷ୍ଟାଗ୍ରାମରେ ଜିମରୁ ଜୁନିଅର ଏନଟିଆରଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଫଟୋରେ ସେ ସେଲଫି ପାଇଁ ପୋଜ୍ କରୁଥିବା ନଜର ଆସିଛନ୍ତି । ଉର୍ବଶୀ ହଳଦିଆ ରଙ୍ଗର ଜିମ୍ ସୁଟ ପିନ୍ଧିଥିବାବେଳେ ଏନଟିଆର ଏକ ବ୍ଲାକ ଟି-ସାର୍ଟରେ ନଜର ଆସିଛନ୍ତି । ଏହି ଫଟୋ ସେୟାର କରିବ ଉର୍ବଶୀ ଏନଟିଆରଙ୍କ ଖୁବ ପ୍ରଶଂସା ମଧ୍ୟ କରିଛନ୍ତି । ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, "ଜୁନିଅର ଏନଟିଆର ଆମର ପ୍ରିୟ ପ୍ରକୃତ ବିଶ୍ୱସ୍ତରୀୟ ସୁପରଷ୍ଟାର । ସେ ସଚ୍ଚୋଟ ଏବଂ ନମ୍ର ଅଟନ୍ତି । ଆପଣଙ୍କ ଦୟା ଏବଂ ପ୍ରେରଣା ପାଇଁ ଆପଣଙ୍କୁ ବହୁତ ଧନ୍ୟବାଦ । ଆପଣ ପ୍ରକୃତରେ ପ୍ରଶଂସନୀୟ । ମୁଁ ଆପଣଙ୍କ ସହ କାମ କରିବାକୁ ଅପେକ୍ଷା କରିପାରୁନାହିଁ ।''
ତେବେ ଫଟୋରେ ଜୁନିଅର ଏନଟିଆରଙ୍କ ଲୁକ ସମସ୍ତଙ୍କୁ ଚକିତ କରିଛି । ଯାହା ଫଳରେ ଟ୍ରୋଲର ଶିକାର ହୋଇଛନ୍ତି ଉର୍ବଶୀ । କିଛି ପ୍ରଶଂସକ ଥଟ୍ଟା କରି “ଫିଲ୍ଟରର ଅଧିକ ବ୍ୟବହାର” କହି ଅଭିନେତ୍ରୀଙ୍କୁ ଟ୍ରୋଲ କରିଛନ୍ତି । ଜଣେ କହିଛନ୍ତି, "ଏହା ଏନଟିଆର ନୁହଁନ୍ତି ତାଙ୍କ ଡୁପ୍ଲିକେଟ ।" ଅନେକ ଲୋକ ଫିଲ୍ଟର ବ୍ୟବହାର କରିଥିବା ନେଇ ଏହାକୁ ହଟାଇବାକୁ ଉର୍ବଶୀଙ୍କୁ କହିଛନ୍ତି । ଏଥି ସହିତ ଜଣେ ଉପଭୋକ୍ତା କହିଛନ୍ତି ଯେ NTR ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ।
ଏହା ମଧ୍ୟ ପଢନ୍ତୁ: କାନ୍ସ ଲୁକ୍ ନେଇ ପୁଣି ଟ୍ରୋଲ ହେଲେ ଉର୍ବଶୀ, ଫ୍ୟାନ୍ସ କହିଲେ...
ଉର୍ବଶୀ ରୌତେଲାଙ୍କ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ, ବବି କୋଲିଙ୍କ ନିର୍ଦ୍ଦେଶିତ ଫିଲ୍ମ 'NBK109' ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ବବି ଦେଓଲ, ଦୁଲେକର ସଲମାନ, ନନ୍ଦାମୁରି ବାଲକ୍ରିଷ୍ଣାଙ୍କ ସହ ସେ ପ୍ରଥମ ଥର ପାଇଁ ନଜର ଆସିବେ । ଏଥିସହ ସନ୍ନି ଦେଓଲ ଏବଂ ସଂଜୟ ଦତ୍ତଙ୍କ ଫିଲ୍ମ 'ବାପ' ଏବଂ ଅକ୍ଷୟ କୁମାରଙ୍କ ସହ 'ୱେଲକମ 3'ରେ ବି ସେ ନଜର ଆସିବେ ।
ଏହା ମଧ୍ୟ ପଢନ୍ତୁ: ମୁମ୍ୱାଇରେ ଜୁନିଅର ଏନଟିଆର, ଆଜିଠୁ 'ୱାର ୨' ପାଇଁ କରିବେ ସୁଟିଂ
ସେପଟେ ଜୁନିଅର ଏନଟିଆରଙ୍କ ବିଷୟରେ କହିବାକୁ ଗଲେ, ଜୁନିଅର ଏନଟିଆର 'ୱାର ୨'ରେ ନଜର ଆସିବେ । ଏହି ଫିଲ୍ମ ସହ ଏନଟିଆର ବଲିଉଡରେ ଡେବ୍ୟୁ କରିବାକୁ ଯାଉଥିବା ବେଳେ ବର୍ତ୍ତମାନ ଏହାର ସୁଟିଂରେ ବ୍ୟସ୍ତ ଅଛନ୍ତି । ମୁମ୍ୱାଇରେ ଫିଲ୍ମର ସୁଟିଂ ରହିଥିବା ବେଳେ ବର୍ତ୍ତମାନ ଏନଟିଆର ଏଠାରେ ରହିଛନ୍ତି । 'ୱାର ୨' ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ନିର୍ଦ୍ଦେଶନା ଦେଇଛନ୍ତି । ଏଥିରେ ଜୁନିଅର ଏନଟିଆର ହ୍ରିତିକ ରୋଶନଙ୍କ ସହ ନଜର ଆସିବେ ।