ETV Bharat / entertainment

ବକ୍ସ ଅଫିସରେ ଥାଲାପତି ବିଜୟଙ୍କ ଜଲୱା; 3ୟ ଦିନରେ 100କୋଟି କ୍ଲବରେ ଏଣ୍ଟ୍ରି ମାରିଲା ଫିଲ୍ମ 'ଗୋଟ୍' - GOAT BOX OFFICE COLLECTION

author img

By ETV Bharat Odisha Team

Published : Sep 8, 2024, 4:03 PM IST

GOAT – The Greatest of All Time Box Office Collection: ଦର୍ଶକଙ୍କ ମନ ଜିତୁଛି ଥାଲାପତି ବିଜୟଙ୍କ ଫିଲ୍ମ 'ଗୋଟ୍' । ଫିଲ୍ମ ରିଲିଜର 3 ଦିନ ମଧ୍ୟରେ 100 କୋଟି ପାର୍ କରି ସଫଳତା ହାସଲ କରିଛି । ଏହି ଫିଲ୍ମରେ ବିଜୟ ବଲ ରୋଲରେ ନଜର ଆସିଥିବା ବେଳେ ଫିଲ୍ମକୁ ଆକୃଷ୍ଟ କରିବାରେ ସଫଳ ହୋଇଛି ଫିଲ୍ମ । ଅଧିକ ପଢନ୍ତୁ,

ବକ୍ସ ଅଫିସରେ ଥାଲାପତି ବିଜୟଙ୍କ ଜଲୱା; 3ୟ ଦିନରେ 100କୋଟି କ୍ଲବରେ ଏଣ୍ଟ୍ରି ମାରିଲା ଫିଲ୍ମ 'ଗୋଟ୍'
ବକ୍ସ ଅଫିସରେ ଥାଲାପତି ବିଜୟଙ୍କ ଜଲୱା; 3ୟ ଦିନରେ 100କୋଟି କ୍ଲବରେ ଏଣ୍ଟ୍ରି ମାରିଲା ଫିଲ୍ମ 'ଗୋଟ୍' (Film Poster)

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ଥାଲାପତି ବିଜୟଙ୍କ ବହୁ ପ୍ରତୀକ୍ଷିତ ଆକ୍ସନ୍ ଡ୍ରାମା 'ଗୋଟ୍- ଦ ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ୍' ଫିଲ୍ମ ବକ୍ସ ଅଫିସରେ ଧମାକା କରୁଛି । ରିଲିଜ ପୂର୍ବରୁ ହିଁ ଫିଲ୍ମକୁ ନେଇ କ୍ରେଜ ବଢିଥିବା ବେଳେ ବର୍ତ୍ତମାନ ରିଲିଜ ପର ଠାରୁ ଦମଦାର ପ୍ରଦର୍ଶନ କରୁଛି । ଫିଲ୍ମକୁ ଲୋକେ ବେଶ ପସନ୍ଦ କରୁଥିବା ବେଳେ ଥିଏଟରରେ ଭିଡ଼ ଜମୁଛି । ସେପ୍ଟେମ୍ବର 5 ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ଘରୋଇ ବକ୍ସ ଅଫିସରେ 44 କୋଟି ସହ ଓପନିଂ କରିଥିଲା । ଏହିପରି ବର୍ତ୍ତମାନ ଭାରତରେ 3 ଦିନ ମଧ୍ୟରେ 100 କୋଟି ଟଙ୍କା ପାର୍ କରି ସଫଳତା ହାସଲ କରିଛି ।

'ଗୋଟ୍- ଦ ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ୍' ବକ୍ସ ଅଫିସ କଲେକ୍ସନ

ସାକନିକଙ୍କ ରିପୋର୍ଟ ଅନୁସାରେ, ଥାଲାପତି ବିଜୟଙ୍କ ଏହି ଫିଲ୍ମ ପ୍ରଥମ ଦିନ 44 କୋଟି ଆୟ କରିଥିଲା । ଏହାର ଦ୍ୱିତୀୟ ଦିନରେ ଏହି ଚଳଚ୍ଚିତ୍ରଟି 42 ପ୍ରତିଶତ ହ୍ରାସ ପାଇ 25.50 କୋଟି ଟଙ୍କା ରୋଜଗାର କରିଥିଲା । ସେହିପରି 3ୟ ଦିନରେ ଅର୍ଥାତ୍ ଗମେଶ ପୂଜା ଦିନ ଏହି ଫିଲ୍ମ 29.41 ପ୍ରତିଶତ ବୃଦ୍ଧି ସହ 33 କୋଟି ଆୟ କରିଛି । ଫଳରେ ତିନି ଦିନିଆ ମୋଟ କଲେକ୍ସନ 102.5 କୋଟିକୁ ବୃଦ୍ଧି ପାଇଛି ।

'ଗୋଟ' ଫିଲ୍ମ ଷ୍ଟାରକାଷ୍ଟ

'ଦ ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ୍' ଫିଲ୍ମଟି ଭେଙ୍କଟ ପ୍ରଭୁଙ୍କ ଦ୍ୱାରା ନିର୍ଦ୍ଦେଶିତ । ଏହି ଚଳଚ୍ଚିତ୍ରରେ ଥାଲାପତି ବିଜୟଙ୍କ ସହ ପ୍ରଭୁ ଦେବା, ମାଇକ ମୋହନ, ପ୍ରଶାନ୍ତ, ସ୍ନେହା, ଲେଲା, ଜୟରାମ, ଯୋଗୀ ବାବୁ ଏବଂ ମୀନାକ୍ଷୀ ଚୌଧୁରୀ ଅଭିନୟ କରିଛନ୍ତି । ଏଥିରେ ବିଜୟ ଡବଲ ରୋଲ ଅର୍ଥାତ ବିଜୟଙ୍କୁ ଏଥିରେ ବାପା ଏବଂ ପୁଅ ଉଭୟ ରୋଲରେ ଦେଖିବାକୁ ମିଳିଛି । ଏହି ଫିଲ୍ମରେ ବିଜୟଙ୍କ ସହ ଲିଓ ସହ- ଅଭିନେତ୍ରୀ ଅଭିନେତ୍ରୀ ତ୍ରିଷା କ୍ରିଷ୍ଣନ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମର ବଜେଟ୍ 300 ରୁ 400 କୋଟି ଟଙ୍କା ବୋଲି କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ: ଏକ୍ସରେ 'GOAT' ସୁନାମି; ପ୍ରଥମ ଶୋ' ଦେଖି ଫିଦା ଫ୍ୟାନ୍ସ, ଫିଲ୍ମକୁ ଦେଲେ 'ବ୍ଲକବ୍ଲଷ୍ଟର' ଟ୍ୟାଗ୍

ଖୁବଶୀଘ୍ର OTT ପ୍ଲାଟଫର୍ମରେ ରିଲିଜ ହେବ 'GOAT'

ଯଦି ରିପୋର୍ଟଗୁଡିକ ବିଶ୍ୱାସ କରାଯାଏ, ତେବେ ଫିଲ୍ମ 'ଦ ଗ୍ରେଟେଷ୍ଟ ଅଫ ଅଲ୍ ଟାଇମ' ବକ୍ସ ଅଫିସରେ ଧମାକା କରିବା ପରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଏବେ ଠୁ ପ୍ରସ୍ତୁତି ସରିଛି । ପରଦା ପରେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବାକୁ ଯାଉଛି । ସୋସିଆଲ ମିଡିଆରେ ଚର୍ଚ୍ଚା ଧରିଛି ଯେ ଫିଲ୍ମଟି OTT ରେ ବିନା କୌଣସି ସିନ କଟରେ ରିଲିଜ ହେବ । କହିରଖୁଛୁ କି, ଚଳଚ୍ଚିତ୍ରଟି U / A ସାର୍ଟିଫିକେଟ୍ ପାଇଛି । ତେବେ ଏହାର ଷ୍ଟ୍ରିମିଂ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.