ETV Bharat / entertainment

ଜଗନ୍ନାଥ ଭଜନକୁ ଉପହାସ କରି ଅଡୁଆରେ ହ୍ୟୁମାନ ଓ ରୁକୁ, ନବରଙ୍ଗପୁରରେ ବି ଏତଲା - fir lodged against human sagar

author img

By ETV Bharat Odisha Team

Published : Jul 10, 2024, 6:04 PM IST

Fir Against Human Sagar In Nabarangpur: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର ଓ ରୁକୁ ସୁନା ଜଗନ୍ନାଥ ଭଜନଙ୍କୁ ଉପହାସ କରିବା ମାମଲା । ଦୁଇ କଣ୍ଠ ଶିଳ୍ପୀଙ୍କ ନାଁରେ ନବରଙ୍ଗପୁର ଟାଉନ ଥାନାରେ ଏତଲା ଦେଲେ ନବରଙ୍ଗପୁର ହିନ୍ଦୁ ଏକତା ବାହିନୀ । ଅଧିକ ପଢନ୍ତୁ

ଜଗନ୍ନାଥ ଭଜନଙ୍କୁ ଉପହାସ କରିବା ମାମଲା; ଗାୟକ ହ୍ୟୁମାନ ସାଗର ଓ ରୁକୁ ସୁନା ନାଁରେ ନବରଙ୍ଗପୁର ଥାନାରେ ମାମଲା ରୁଜୁ
ଜଗନ୍ନାଥ ଭଜନଙ୍କୁ ଉପହାସ କରିବା ମାମଲା; ଗାୟକ ହ୍ୟୁମାନ ସାଗର ଓ ରୁକୁ ସୁନା ନାଁରେ ନବରଙ୍ଗପୁର ଥାନାରେ ମାମଲା ରୁଜୁ (ETV Bharat Odisha)

ନବରଙ୍ଗପୁର: ଜଗନ୍ନାଥ ଭଜନଙ୍କୁ ଉପହାସ କରିବା ମାମଲା । ଓଡ଼ିଆ ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର ଓ ରୁକୁ ସୁନାଙ୍କ ପାଇଁ ବଢୁଛି ଅଡୁଆ । ଭୁବନେଶ୍ୱର ପରେ ଏବେ ନବରଙ୍ଗପୁରରେ ମାମଲା ରୁଜୁ । ଦୁଇ କଣ୍ଠଶିଳ୍ପୀଙ୍କ ନାଁରେ ନବରଙ୍ଗପୁର ଟାଉନ ଥାନାରେ ଏତଲା ଦେଇଛନ୍ତି ନବରଙ୍ଗପୁର ହିନ୍ଦୁ ଏକତା ବାହିନୀ ।

ମହାପ୍ରଭୁଙ୍କ ଭଜନକୁ ତାତ୍ସଲ୍ୟ କରିବା ଦୁଇ କଣ୍ଠଶିଳ୍ପୀଙ୍କୁ ପଡୁଛି ମହଙ୍ଗା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ସାରା ରାଜ୍ୟରେ ଓଡ଼ିଆ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି । ବର୍ତ୍ତମାନ ରାଜ୍ୟରେ ରଥଯାତ୍ରା ଧୁମଧାମରେ ପାଳନ କରାଯାଉଥିବା ବେଳେ ଏପରି ସମୟରେ ହ୍ୟୁମାନ ସାଗର ଏବଂ ଗାୟକ ରୁକୁ ସୁନା ମହାବାହୁଙ୍କ ଭଜନକୁ ଅତି କଦର୍ଥ ଭାବରେ ଗାଉଥିବାର ନଜର ଆସିଛନ୍ତି ।

ଯାହାକୁ ନେଇ ଭୁବନେଶ୍ୱର ପରେ ଏବେ ଦୁଇ କଣ୍ଠ ଶିଳ୍ପୀଙ୍କ ନାଁରେ ନବରଙ୍ଗପୁର ଟାଉନ ଥାନାରେ ଏତଲା ଦେଇଛନ୍ତି ନବରଙ୍ଗପୁର ହିନ୍ଦୁ ଏକତା ବାହିନୀର ସଦସ୍ୟମାନେ । ସେମାନେ ଏହାକୁ ନିନ୍ଦା କରିବା ସହ ଏହା ସାଢେ 4 କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତାଙ୍କୁ ତାଚ୍ଛଲ୍ୟ କରି ସମସ୍ତଙ୍କୁ ଅପମାନିତ କରିଥିବା କହିଛନ୍ତି । ଏଣୁ ରୁକୁ ସୁନା ଏବଂ ହ୍ୟୁମାନ ସାଗରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି ହିନ୍ଦୁ ଏକତା ବାହିନୀ ସଦସ୍ୟ ।

ଏହା ମଧ୍ୟ ପଢନ୍ତୁ: ପୁଣି ବିବାଦରେ ଫସିଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର

ପୁରା ଘଟଣା କ'ଣ ?

ସୂଚନା ଅନୁସାରେ, ରଥଯାତ୍ରା ସମୟରେ ଘରେ ଘରେ ପରିଚିତ ଓଡ଼ିଆ ଭଜନ ତଥା ଜଣାଣ, ଆସ ଆସ ସରାଗ ତରା । ନିମାଇଁ ହରିଚନ୍ଦନଙ୍କ ଏହି ଚର୍ଚ୍ଚିତ ଜଗନ୍ନାଥଙ୍କ ଭଜନକୁ ଉଭୟ ହ୍ୟୁମାନ ସାଗର ଓ ରୁକୁ ସୁନା ଅଶ୍ଳୀଳ ଭାବରେ ଗାଇବା ଶୁଣିବାକୁ ମିଳିଛି । ଏହି ଭିଡିଓରେ ରୁକୁ ସୁନା ଜଗନ୍ନାଥଙ୍କ ଭଜନକୁ ଅଶ୍ଳୀଳ ଭାବରେ ଗାଉଥିବା ବେଳେ ହ୍ୟୁମାନ ହସି ହସି ଗଡ଼ୁଥିବାର ନଜର ଆସିଛନ୍ତି । ତାଙ୍କ ପଛରେ ଥିବା ଲୋକେ ମଧ୍ୟ ହସୁଥିବାର ନଜର ଆସିଛନ୍ତି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଏବେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିବା ସହ ଦୁଇ ଗାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି ଜୋର ଧରିଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.