ETV Bharat / entertainment

ପରଦାକୁ ଆସିଲା 'ଲାଲ ସଲାମ'; ରଜନୀକାନ୍ତଙ୍କ ପୋଷ୍ଟର ପୂଜା କଲେ ଫ୍ୟାନ୍ସ

author img

By ETV Bharat Odisha Team

Published : Feb 9, 2024, 12:06 PM IST

Rajinikanth Film Lal Salaam Release: ଆଜି ରିଲିଜ ହୋଇଛି ରଜନୀକାନ୍ତଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ 'ଲାଲ ସଲାମ' । ଫ୍ୟାନ୍ସ ଏହି ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଥିଲେ । ତେବେ ଫିଲ୍ମ ରିଲିଜ ନେଇ ଧୁମଧାମରେ ସେଲିବ୍ରେସନ କରିଛନ୍ତି ଫ୍ୟାନ୍ସ । ଅଧିକ ପଢନ୍ତୁ

ରିଲିଜ ହେଲା 'ଲାଲ ସଲାମ', ସାଉଥରେ ସେଲିବ୍ରେସନ; ରଜନୀକାନ୍ତଙ୍କ ପୋଷ୍ଟରକୁ ପୂଜା କଲେ ଫ୍ୟାନ

ହାଇଦ୍ରାବାଦ: 'ଜେଲର'ର ସଫଳତା ପରେ ପୁଣି 'ଲାଲ ସଲାମ' ସହ ପରଦାକୁ ଫେରିଲେ ରଜନୀକାନ୍ତ । ଏହି ଫିଲ୍ମକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ଆଜି ଫିଲ୍ମ ସିନେମା ହଲରେ ରିଲିଜ ହୋଇଛି । ଏହାକୁ ନେଇ ସାଉଥରେ ରଜନୀକାନ୍ତଙ୍କ ଫ୍ୟାନ୍ସ ଖୁବ୍ ସେଲିବ୍ରେଟ କରିଥିବା ଦେଖିବାକୁ ମିଳିଛି । ରଜୀକାନ୍ତଙ୍କ ଫିଲ୍ମ ସାଉଥ ଫ୍ୟାନ୍ସଙ୍କ ପାଇଁ କୌଣସି ଉତ୍ସବ ଠାରୁ କମ ନୁହଁ । ତେବେ ଚେନ୍ନାଇ ସମେତ ଅନ୍ୟ ରାଜ୍ୟରେ ଫ୍ୟାନ୍ସ ରଜନୀକାନ୍ତଙ୍କ କଟ-ଆଉଟ ଏବଂ ପୋଷ୍ଟର ଲଗାଇ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଚେନ୍ନାଇର ରୋହିଣୀ ଥିଏଟର ବାହାରେ ରଜନୀକାନ୍ତଙ୍କ ଫ୍ୟାନ୍ସ ବ୍ୟାନର, ପୋଷ୍ଟର ଏବଂ ରଜନୀକାନ୍ତଙ୍କ କଟ-ଆଉଟ ଲଗାଇଛନ୍ତି । ମେଗାଷ୍ଟାରଙ୍କ ଏହି କଟ-ଆଉଟ୍ ପୁଷ୍ପମାଳାରେ ସଜ୍ଜା ହୋଇଥିବା ଦେଖିବାକୁ ମିଳିଛି । ଏଥିସହ ଏହି ଥିଏଟରରେ ରଜନୀକାନ୍ତଙ୍କ ଅନ୍ୟାନ୍ୟ ପୋଷ୍ଟର ଏବଂ ବ୍ୟାନର ଲାଗିଛି । ଅନ୍ୟ କେତେକ ଫ୍ୟାନ୍ସ ଥଲାଇଭାଙ୍କ ପୋଷ୍ଟର ଆଗରେ ନଡିଆ ଭାଙ୍ଗି ପୂଜାର୍ଚ୍ଚନା କରୁଥିବାର ଦେଖିବାକୁ ମିଳିଛି । ମିଡିଆ ରିପୋର୍ଟ ଅନୁସାରେ, ଫ୍ୟାନ୍ସମାନେ ଥିଏଟର ବାହାରେ ଦର୍ଶକଙ୍କୁ ମାଗଣା ଖାଇବା ବଣ୍ଟନ କରିଥିବା ମଧ୍ୟ କୁହାଯାଉଛି ।

'ଲାଲ ସଲାମ'କୁ ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ରଜନୀକାନ୍ତ ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମରେ ରଜନୀକାନ୍ତ କ୍ୟାମିଓ ରୋଲ ମୋଇଦ୍ଦିନ ଭୋଇ ଭୂମିକାରେ ଅଭିନୟ କରିଛନ୍ତି । ଏଥିରେ ରଜନୀକାନ୍ତଙ୍କ ବ୍ୟତୀତ ଅଭିନେତା ବିଷ୍ଣୁ ବିଶାଲ ଏବଂ ବିକାଶ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଏହି ସିନେମାରେ ଏ ଆର୍ ରେହମାନ ସଙ୍ଗୀତ ଦେଇଥିବାବେଳେ ଏହାର ସିନେମାଟୋଗ୍ରାଫର ବିଷ୍ଣୁ ରଙ୍ଗସାମି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଆସିଲା 'ଲାଲ ସଲାମ' ଟ୍ରେଲର, ଜାଣନ୍ତୁ କେବେ ହେବ ଫିଲ୍ମ ରିଲିଜ

'ଲାଲ ସଲାମ' ଫିଲ୍ମର କାହାଣୀ ବିଷୟରେ କହିବାକୁ ଗଲେ, ଦୁଇ ସାଙ୍ଗଙ୍କ କାହାଣୀ, ଯେଉଁମାନେ ଏକଦା କ୍ରିକେଟ୍ ଖେଳିଥିଲେ । କିନ୍ତୁ ଦିନେ ହଠାତ୍ ସେମାନଙ୍କ ମଧ୍ୟରେ ଧର୍ମକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏହାପରେ ସେମାନେ ଅଲଗା ହୋଇଯାଆନ୍ତି । ଧର୍ମର ଏହି ସଂଗ୍ରାମର ସମାଧାନ ପାଇଁ 'ମୋଇଦ୍ଦିନ ଭୋଇ' ଅର୍ଥାତ୍ ରଜନୀକାନ୍ତ ଆସନ୍ତି । ପୂର୍ବରୁ ଫିଲ୍ମର ପୋଷ୍ଟର, ଟିଜର ଏବଂ ଟ୍ରେଲର ଦେଖି ଫ୍ୟାନ୍ସ ଉତ୍ସାହିତ ଥିବାବେଳେ ବର୍ତ୍ତମାନ ଫିଲ୍ମକୁ ମଧ୍ୟ ସେମାନେ ବେଶ ଉପଭୋଗ କରିବେ ବୋଲି କୁହାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.