ETV Bharat / entertainment

ବଲିଉଡରୁ ସାଉଥ ସବୁଠି ଇଦ୍ ଧୁମ୍, ଫ୍ୟାନ୍ସଙ୍କୁ ଏପରି ୱିସ୍ ଜଣାଇଲେ ସେଲିବ୍ରିଟି - Celebs Wishes Eid To Fans

author img

By ETV Bharat Odisha Team

Published : Apr 11, 2024, 3:21 PM IST

Celebs Eid Wish: ଆଜି ଏପ୍ରିଲ ୧୧ରେ ସମଗ୍ର ଭାରତରେ ଇଦ୍ ପାଳନ କରାଯାଉଛି । ଏହି ବିଶେଷ ଉତ୍ସବରେ ଫିଲ୍ମ ଇଣ୍ଡଷ୍ଟ୍ରିର ତାରକାମାନେ ପ୍ରଶଂସକମାନଙ୍କୁ ଇଦ୍‌ର ଅଭିନନ୍ଦନ ଜଣାଇଛନ୍ତି ।

ବଲିଉଡରୁ ସାଉଥ ସବୁଠି ଇଦ୍ ଧୁମ୍, ଫ୍ୟାନ୍ସଙ୍କୁ ଏପରି ୱିସ୍ ଜଣାଇଲେ ସେଲିବ୍ରିଟି

ହାଇଦ୍ରାବାଦ: ଆଜି ଅର୍ଥାତ୍ ଏପ୍ରିଲ୍ 11 ସମଗ୍ର ଦେଶରେ ଇଦ୍-ଉଲ୍-ଫିତର୍ ପର୍ବ ପାଳନ କରାଯାଉଛି । ଦୀର୍ଘ ଏକ ମାସର ଉପବାସ ବ୍ରତ ରମଜାନର ଉଦଯାପନ ହୋଇଛି । ମୁସଲମାନ ଭାଇ ଉଭଣୀମାନଙ୍କ ପାଇଁ ଏହା ବିଶେଷ ପର୍ବ ହୋଇଥିବା ବେଳେ ସମସ୍ତେ ଧୁମଧାମରେ ଇଦ୍ ପାଳନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ଇଦର ଧୁମ୍ ଦେଖିବାକୁ ମିଳିଛି । ବଲିଉଡରୁ ସାଉଥ ସମସ୍ତ ସେଲିବ୍ରିଟି, ସେ ମୁସଲମାନ ତାରକା ହୁଅନ୍ତୁ କିମ୍ବା ହିନ୍ଦୁ ତାରକା ହୁଅନ୍ତୁ, ସମସ୍ତେ ସୋସିଆଲ ମିଡିଆରେ ନିଜ ଫ୍ୟାନ୍ସଙ୍କୁ ଇଦର ଶୁଭେଚ୍ଛା ଜଣାଇଛନ୍ତି ।

ସେଲିବ୍ରିଟିଙ୍କ ଶୁଭେଚ୍ଛା
ସେଲିବ୍ରିଟିଙ୍କ ଶୁଭେଚ୍ଛା

ସାଉଥ୍ ମେଗାଷ୍ଟାର ଚିରଞ୍ଜୀବୀ ଇଦ୍ ଅବସରରେ ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, 'ସମସ୍ତଙ୍କୁ ଶୁଭ ଇଦ୍ । ଆନନ୍ଦ, ଶାନ୍ତି ଏବଂ ସୁଖରେ ପରିପୂର୍ଣ୍ଣ ଏକ ପବିତ୍ର ରମଜାନ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ।' ସେହିପରି 'ଆରଆରଆର' ସୁପରଷ୍ଟାର ଜୁନିଅର ଏନଟିଆର ମଧ୍ୟ ତାଙ୍କ ପ୍ରଶଂସକଙ୍କୁ ଇଦ୍‌ରେ ଅଭିନନ୍ଦନ ଜଣାଇଛନ୍ତି । ଏକ୍ସରେ ସେ ଲେଖିଛନ୍ତି, 'ଇଦ୍ ମୁବାରକ । ଏହି ଇଦ୍ ଆପଣଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଆଣିଦେଉ ।'

ସାଉଥ ଅଭିନେତା ଅଲ୍ଲୁ ଅର୍ଜୁନ ଏବଂ ମହେଶବାବୁ ସମେତ ସାଉଥର ଅନେକ ତାରକା ମଧ୍ୟ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ ଇଦ ଶୁଭେଚ୍ଛା ଜଣାଇଛନ୍ତି । ସେପଟେ ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଏବଂ ସନ୍ନି ଦେଓଲ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ ଇଦ ମୁବାରକ ଜଣାଇଛନ୍ତି । ସେହିପରି ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ରଶ୍ମିକା ମନ୍ଦାନା ମଧ୍ୟ ଫ୍ୟାନ୍ସଙ୍କୁ ଇଦର ଶୁଭକାମନା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଇଦରେ ଫ୍ୟାନ୍ସଙ୍କୁ ଭେଟି, ନୂଆ ଫିଲ୍ମ ଟାଇଟଲ୍ ଘୋଷଣା କଲେ ଭାଇଜାନ

ସୂଚନା ଥାଉ କି, ମୁସଲମାନ ମାନଙ୍କ ପାଇଁ ଇଦ ଏକ ବଡ଼ ପର୍ବ । ଆଜିର ଇଦ୍ ସହ ଶେଷ ହେଲା ଦୀର୍ଘ ଏକ ମାସ ଧରିଚାଲିଥିବା ଉପବାସ । ଏହି ରମଜାନ ମାସକୁ ଇସଲାମରେ ସବୁଠାରୁ ପବିତ୍ର ମାସ ବୋଲି କୁହାଯାଏ । ଏହି ସମୟରେ ଦାନଧର୍ମ କରାଯାଇଥାଏ । ଏହା ମଧ୍ୟ ବିଶ୍ଵାସ ରହିଛି ରୋଜା ରଖି ନମାଜ ପଢ଼ିଲେ ଇଶ୍ବର ବର୍ଷ ଜାକର ପାପ କ୍ଷମା କରନ୍ତି ଏବଂ ପୁଣ୍ୟ ମିଳିଥାଏ ଏବଂ ଉପବାସର ଅର୍ଥ ହେଉଛି ତୁମର ବିଶ୍ୱାସ ବଜାୟ ରଖିବା, ମନକୁ ଆସୁଥିବା ଖରାପ ଚିନ୍ତାଧାରାକୁ ତ୍ୟାଗ କରିବା, ପାପ କାମଠାରୁ ଦୂରେଇ ରହିବା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.