ETV Bharat / entertainment

ଓଟିଟିରେ ରିଲିଜ ହେବ ପରିଣୀତି-ଦିଲଜିତଙ୍କ 'ଚମକିଲା', ଏହି ଦିନ ହେବ ଷ୍ଟ୍ରିମିଂ

author img

By ETV Bharat Odisha Team

Published : Feb 26, 2024, 12:32 PM IST

Chamkila Release Date: ଓଟିଟିରେ ଧମାକା କରିବ ପରିଣୀତି ଚୋପ୍ରା ଏବଂ ଦିଲଜିତ ଦୋସାଞ୍ଜଙ୍କ ଆଗାମୀ ଚଳଚ୍ଚିତ୍ର 'ଅମର ସିଂ ଚମକିଲା' । ଫ୍ୟାନ୍ସ ଉତ୍ସାହର ସହ ଫିଲ୍ମକୁ ଅପେକ୍ଷା କରିଥିବା ବେଳେ ଆଜି ନିର୍ମାତା ଏହାର ରିଲିଜ ତାରିଖ ଘୋଷଣା ହୋଇଛି । କେବେ ଏବଂ କେଉଁ ପ୍ଲାଟଫର୍ମରେ ରିଲିଜ ହେବ ଫିଲ୍ମ? ଜାଣନ୍ତୁ

ଓଟିଟିରେ ରିଲିଜ ହେବ ପରିଣୀତି-ଦିଲଜିତଙ୍କ ଫିଲ୍ମ 'ଚମକିଲା', ଏହି ଦିନ ହେବ ଷ୍ଟ୍ରିମିଂ

ହାଇଦ୍ରାବାଦ: ଫ୍ୟାନ୍ସଙ୍କ ଅପେକ୍ଷାର ହେବ ଅନ୍ତ । ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ଚଳଚ୍ଚିତ୍ର 'ଅମର ସିଂ ଚମକିଲା' । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ ଦୋସାଞ୍ଜ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ତେବେ ଏହି ଫିଲ୍ମ ବଡ ପରଦାରେ ନୁହଁ ବରଂ ଓଟିଟିରେ ରିଲିଜ ହେବ । ଆଜି ନିର୍ମାତା ଫିଲ୍ମର ରିଲିଜ ତାରିଖ ଘୋଷଣା କରିଛନ୍ତି । ଏପ୍ରିଲରେ ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ହେବ ଏହି ଫିଲ୍ମ ।

ଆଜି ଅର୍ଥାତ୍ ସୋମବାର ଏକ ମୋଶନ ପୋଷ୍ଟର ସହ ଫିଲ୍ମର ରିଲିଜ ତାରିଖ ଘୋଷଣା କରିଛନ୍ତି ନିର୍ମାତା । ଏହି ଚଳଚ୍ଚିତ୍ରଟି ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ । ନେଟଫ୍ଲିକ୍ସ ଏହାର ଇନଷ୍ଟାଗ୍ରାମରେ ଫିଲ୍ମର ମୋଶନ ପୋଷ୍ଟର ସେୟାର କରି ରିଲିଜ ତାରିଖ ପ୍ରକାଶ କରିଛି । ଭିଡିଓ ସେୟାର କରି କ୍ୟାପସନରେ ଲେଖାଅଛି, ସେ ଯେତେବେଳେ ଥଟ୍ଟା କରୁଥିଲେ ମଜାଳିଆ ହୋଇଯାଉଥିଲା ପୁରା ପରିବେଶ । ଏପରି ଥିଲା ଚମକିଲାଙ୍କ ଅନ୍ଦାଜ । ଏହି ଚଳଚ୍ଚିତ୍ରଟି ଏପ୍ରିଲ ୧୨ରୁ ଷ୍ଟ୍ରିମିଂ ହେବ ।

'ଚମକିଲା' ଫିଲ୍ମ ବିଷୟରେ କହିବାକୁ ଗଲେ, ଏହି ଚଳଚ୍ଚିତ୍ର ପଞ୍ଜାବର ରକଷ୍ଟାର ଅମର ସିଂ ଚମକିଲାଙ୍କ ଜୀବନୀ ଉପରେ ଆଧାରିତ । ଅମର ସିଂ 80 ଦଶକରେ ଦାରିଦ୍ର୍ୟର ଛାୟାରୁ ବାହାରି ନିଜ ସଙ୍ଗୀତରେ ଲୋକପ୍ରିୟତା ସହ ସଫଳତା ହାସଲ କରିଥିଲେ । ତେବେ ଏହି ସମୟରେ ତାଙ୍କୁ ମଧ୍ୟ ଲୋକଙ୍କ ଅସନ୍ତୋଷର ସାମ୍ନା କରିବାକୁ ପଡିଥିଲା । ଯେଉଁ କାରଣରୁ ତାଙ୍କୁ ୨୭ ବର୍ଷ ବୟସରେ ହତ୍ୟା କରାଯାଇଥିଲା । ତାଙ୍କ ସମୟର ସର୍ବାଧିକ ରେକର୍ଡ ବିକ୍ରୟ କଳାକାର ଚମକିଲା ପଞ୍ଜାବର ସର୍ବୋତ୍ତମ ଲାଇଭ୍ ଷ୍ଟେଜ୍ ଅଭିନେତା ଭାବରେ ପରିଗଣିତ ହୁଅନ୍ତି ।

ଏହା ମଧ୍ୟ ପଢନ୍ତୁ: ଚମକିଲାର ଟିଜର ରିଲିଜ୍, ନୂଆ ଲୁକରେ ପଞ୍ଜାବୀ ତାରକା ଦିଲଜିତ୍ ଦୋସାଞ୍ଜ

କହିରଖୁଛୁ କି, ଇମତିଆଜ ଅଲିଙ୍କ ନିର୍ଦ୍ଦେଶିତ 'ଚମକିଲା' ଦିଲଜିତ ଦୋସାଞ୍ଜ ଅମର ସିଂ ଭୂମିକାରେ ଅଭିନୟ କରୁଥିବାବେଳେ ପରିଣୀତି ଚୋପ୍ରା ଅମର ସିଂଙ୍କ ପତ୍ନୀ ଅମରଜୋତ କୌରଙ୍କ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମ ସହ ପରିଣୀତି ଏବଂ ଦିଲଜିତ ପ୍ରଥମ ଥର ପାଇଁ ଏକାଠି ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି । ନିକଟରେ ଫିଲ୍ମର ଟିଜରକୁ ଲୋକେ ବେଶ ପସନ୍ଦ କରିଥିବା ବେଳେ ଏହି କାହାଣୀ ଲୋକଙ୍କ ମନକୁ ଛୁଇଁବ ବୋଲି ଆଶାବାଦୀ ଫିଲ୍ମର ପୁରା ଟିମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.