ETV Bharat / entertainment

ରିଲିଜ ପୂର୍ବରୁ କମଲ ହାସନଙ୍କୁ ଝଟକା, ଇଣ୍ଡିଆନ ୨ ବ୍ୟାନ ପାଇଁ ଉଠିଲା ଦାବି - Indian 2 Lands in Legal Trouble

author img

By ETV Bharat Odisha Team

Published : Jul 11, 2024, 11:13 AM IST

Indian 2 Controversy: ଆସନ୍ତାକାଲି ରିଲିଜ ହେବ କମଲ ହାସନଙ୍କ ଫିଲ୍ମ 'ଇଣ୍ଡିଆନ ୨' । ହେଲେ ରିଲିଜ ପୂର୍ବରୁ ବିବାଦରେ ଛନ୍ଦି ହୋଇଛି ଫିଲ୍ମ । ଫିଲ୍ମ ରିଲିଜ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରାଯାଇଛି । ତେବେ କ'ଣ ରହିଛି ମାମଲା? ଜାଣନ୍ତୁ,

ରିଲିଜ ପୂର୍ବରୁ କମଲ ହାସନଙ୍କୁ ଝଟକା, ଇଣ୍ଡିଆନ ୨ ବ୍ୟାନ କରିବାକୁ ଉଠିଲା ଦାବି
ରିଲିଜ ପୂର୍ବରୁ କମଲ ହାସନଙ୍କୁ ଝଟକା, ଇଣ୍ଡିଆନ ୨ ବ୍ୟାନ କରିବାକୁ ଉଠିଲା ଦାବି (ETV Bharat Odisha)

ହାଇଦ୍ରାବାଦ: ସାଉଥ ଅଭିନେତା କମଲ ହାସନଙ୍କ ପାଇଁ ବଢିଲା ଅଡୁଆ । ଅଭିନେତାଙ୍କ ଅଭିନୀତ ଫିଲ୍ମ 'ଇଣ୍ଡିଆନ ୨' ଆଇନ ଜାଲରେ ଛନ୍ଦି ହୋଇଛି । 'ଇଣ୍ଡିଆନ ୨' ବ୍ୟାନ କରିବାକୁ ଦାବି ହେଉଥିବାବେଳେ କୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି । 'କଲ୍କି' ପରେ କମଲ ହାସନଙ୍କୁ ଫିଲ୍ମ 'ଇଣ୍ଡିଆନ ୨'ରେ ଦେଖିବାକୁ ମିଳିବ । ଏହି ଫିଲ୍ମ ଆସନ୍ତାକାଲି ଅର୍ଥାତ୍ ଜୁଲାଇ ୧୨ରେ ରିଲିଜ ହେବାକୁ ଯାଉଥିବା ବେଳେ ରିଲିଜର ଗୋଟିଏ ଦିନ ପୂର୍ବରୁ ଫିଲ୍ମ ବିବାଦ ଘେରକୁ ଆସିଛି ।

କାହିଁକି ରିଲିଜ୍ ପୂର୍ବରୁ ବିବାଦରେ 'ଇଣ୍ଡିଆନ ୨'

ନିର୍ଦ୍ଦେଶକ ଶଙ୍କରଙ୍କ 'ଇଣ୍ଡିଆନ 2'ରେ ବିବାଦର କାରଣ ହେଉଛି ଦକ୍ଷିଣ ଭାରତର ମଦୁରାଇର ପ୍ରସିଦ୍ଧ ମାର୍ଶଲ ଆର୍ଟ ଶିକ୍ଷକ ଆସାନ ରାଜେନ୍ଦ୍ରନ୍ ଅଟନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ରାଜେନ୍ଦ୍ରନ୍ ଫିଲ୍ମ ନିର୍ମାତା ତାଙ୍କୁ କ୍ରେଡିଟ୍ ନ ଦେଇଥିବାର ଅଭିଯୋଗ କରିଛନ୍ତି । ଫିଲ୍ମର ସିନେମା ଘରେ ଏବଂ ଓଟିଟି ରିଲିଜ୍ ଉପରେ ରୋକ୍ ଲଗାଇବାକୁ ମଦୁରାଇ ଜିଲ୍ଲା କୋର୍ଟରେ ମାମଲା ଦାୟର କରିଛନ୍ତି ।

କ'ଣ ରହିଛି ମାମଲା?

ଆସାନ ରାଜେନ୍ଦ୍ରନ୍ କହିଛନ୍ତି ଯେ, ସେ 1996ରେ ଭାରତୀୟ ଚଳଚ୍ଚିତ୍ର ପାଇଁ କମଲ ହାସନଙ୍କୁ ଭର୍ମା କଲାଇ ମାର୍ଶଲ ଆର୍ଟ ଶିଖାଇଥିଲେ । ବର୍ତ୍ତମାନ ଯେତେବେଳେ ଇଣ୍ଡିଆନ୍ 2ର ପୋଷ୍ଟର ରିଲିଜ୍ ହୋଇଛି, କମଲ ସମାନ କୌଶଳ କରୁଥିବା ଦେଖାଯାଉଛନ୍ତି । କିନ୍ତୁ ଏଥିପାଇଁ ରାଜେନ୍ଦ୍ରନଙ୍କୁ କୌଣସି ଶ୍ରେୟ ଦିଆଯାଇନାହିଁ । ଯେଉଁଥିପାଇଁ ସେ ସ୍ୱର ଉତ୍ତୋଳନ କରି ଏହାକୁ ବିରୋଧ କରିଛନ୍ତି । ଏହି ପ୍ରସଙ୍ଗରେ ୯ ଜୁଲାଇରେ କୋର୍ଟରେ ଶୁଣାଣି ହୋଇଥିଲା ଏବଂ ପରବର୍ତ୍ତୀ ଶୁଣାଣି ତାରିଖ ୧୧ ଜୁଲାଇକୁ ସ୍ଥଗିତ ରଖାଯାଇଛି । ଅର୍ଥାତ୍ ଏହି ମାମଲାର ଶୁଣାଣି ଆଜି ହେବ । ତେବେ ଫିଲ୍ମ ଉପରେ ରୋକ ଲଗାଯିବ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

୨୭ ବର୍ଷ ପରେ ପରାଦକୁ ଆସୁଛି 'ଇଣ୍ଡିଆନ ୨'

ସୂଚନା ଅନୁସାରେ, 1996ରେ ମୁକ୍ତିଲାଭ କରିଥିବା ଫିଲ୍ମ 'ଇଣ୍ଡିଆନ୍'ର ଏହା ସିକ୍ବେଲ ଅଟେ । ଏହି ଫିଲ୍ମ କମଲ ହାସନଙ୍କ କ୍ୟାରିୟରର ସର୍ବୋତ୍ତମ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ । ଏହି ଚଳଚ୍ଚିତ୍ରରେ ମନୀଷା କୋରେଲା ଏବଂ ଉର୍ମିଲା ମାତୋଣ୍ଡକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏହି ଫିଲ୍ମ ବକ୍ସ ଅଫିସରେ ମଧ୍ୟ ହିଟ୍ ହୋଇଥିଲା । 'ଇଣ୍ଡିଆନ୍'ର 27 ବର୍ଷ ପରେ କମଲ ହାସନ' ଇଣ୍ଡିଆନ୍ ୨'ରେ ସହ ବକ୍ସ ଅଫିସରେ ଧମାକା କରିବାକୁ ଯାଉଛନ୍ତି ।

ଏହା ମଧ୍ୟ ପଢନ୍ତୁ: ନୂଆ ପୋଷ୍ଟର ରିଲିଜ, ଖାକି ପୋଷାକରେ ନଜର ଆସିଲେ କମଲ ହାସନ

'ଇଣ୍ଡିଆନ୍ ୨' ଷ୍ଟାରକାଷ୍ଟ

କମଲ ହାସନଙ୍କ 'ଇଣ୍ଡିଆନ୍ ୨' ଉଦୟନିଧି ଷ୍ଟାଲିନ ଏବଂ ଏ ସୁବାସ୍କରନଙ୍କ ଦ୍ୱାରା ନିର୍ମିତ ହୋଇଥିବାବେଳେ ନିର୍ଦ୍ଦେଶକ ଏସ୍ ଶଙ୍କର ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଚଳଚ୍ଚିତ୍ରରେ ନୟନତାରା, ରକୁଲ ପ୍ରୀତ ସିଂ, କାଜଲ ଅଗ୍ରୱାଲ, ସିଦ୍ଧାର୍ଥ, ପ୍ରିୟା ଭବାନୀ ଶଙ୍କରଙ୍କ ସହ ଅନେକ ତାରକା ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମର ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । ଖୁବଶୀଘ୍ର ଏହାର ରିଲିଜ୍ ଘୋଷଣା ହେବାର ସମ୍ଭାବନା ଅଛି । ଚଳଚ୍ଚିତ୍ରର ଗୀତଗୁଡ଼ିକ ଓସ୍କାର ପୁରସ୍କାର ବିଜେତା ସଂଗୀତକାର ଅନିରୁଦ୍ଧ ରବିଚାନ୍ଦଙ୍କ ଦ୍ବାରା ପ୍ରସ୍ତୁତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.