ETV Bharat / entertainment

ବିଗ ବସ୍ ଓଟିଟି ୩; ଶୋ'କୁ ମିଳିଲା ଟପ୍ ୭, ବିଦା ହେଲେ ଏହି ଦୁଇ ପ୍ରତିଯୋଗୀ - bigg boss ott 3

author img

By ETV Bharat Odisha Team

Published : Jul 28, 2024, 2:25 PM IST

Bigg Boss Ott 3 Top 7 Contestant: 'ବିଗ ବସ ଓଟିଟି ୩' ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛି । ବର୍ତ୍ତମାନ ଶୋ'କୁ ମିଳିଲା ଟପ୍ ୭ ପ୍ରତିଯୋଗୀ । ଖବର ଅନୁଯାୟୀ, ଶୋ’ର ଶେଷ ୱିକେଣ୍ଡ ୱାରରେ ବିଦା ହୋଇଛନ୍ତି ବିଶାଲ ପାଣ୍ଡେ ଓ ଶିବାନୀ କୁମାରୀ । ବର୍ତ୍ତମାନ ଗେମରେ କଡା ଟକ୍କର ଦେଖିବାକୁ ମିଳିଥିବା ବେଳେ ଖୁବଶୀଘ୍ର ଶୋ'କୁ ମିଳିବ ତାର ବିଜେତା । ତେବେ କେବେ ହେବ 'ବିଗ ବସ ଓଟିଟି ୩' ଗ୍ରାଣ୍ଡ ଫାଇନାଲ? ଜାଣନ୍ତୁ

ବିଗ ବସ ଓଟିଟି ୩; ଶୋ'କୁ ମିଳିଲା ଟପ୍ ୭, ବିଦା ହେଲେ ବିଶାଲ ପାଣ୍ଡେ ଓ ଶିବାନୀ କୁମାରୀ
ବିଗ ବସ ଓଟିଟି ୩; ଶୋ'କୁ ମିଳିଲା ଟପ୍ ୭, ବିଦା ହେଲେ ବିଶାଲ ପାଣ୍ଡେ ଓ ଶିବାନୀ କୁମାରୀ (JioCinema, Instagram)

ହାଇଦ୍ରାବାଦ: ବିବାଦୀୟ ରିଆଲିଟି ଶୋ' 'ବିଗ ବସ ଓଟିଟି ୩' ଖୁବଶୀଘ୍ର ବିଦାୟ ଦେବାକୁ ଯାଉଛି । ଶୋ’ର ଗ୍ରାଣ୍ଡ ଫାଇନାଲ ହେବାକୁ ଯାଉଛି । ଏବେ ଶିବାନୀ କୁମାରୀ ଏବଂ ବିଶାଲ ପାଣ୍ଡେଙ୍କୁ ଏହି ଶୋ’ରୁ ଘରୁ ବିଦା ହୋଇଛନ୍ତି । ବର୍ତ୍ତମାନ ଟପ୍ ୭ ପ୍ରତିଯୋଗୀ ରହିଥିବାବେଳେ ଏମାନଙ୍କ ମଧ୍ୟରୁ ଖୁବଶୀଘ୍ର ଶୋ'କୁ ମିଳିବ ତାର ବିଜେତା । ତେବେ କିଏ ଏଥର ଶୋ’ର ବିଜେତା ହେବ ଏବଂ ଟ୍ରଫି ହାତେଇବ ସେନେଇ ଫ୍ୟାନ୍ସ ଉତ୍ସାହିତ ରହିଛନ୍ତି ।

ବିଶାଲ ପାଣ୍ଡେ ଓ ଶିବାନୀ କୁମାରୀ ଘରୁ ବିଦା

'ବିଗ୍ ବସ୍'ର ଖବର ଅନୁଯାୟୀ ଶିବାନୀ ଏବଂ ବିଶାଲଙ୍କୁ ଶୋ'ରୁ ବାହାର କରି ଦିଆଯାଇଛି । ଗତ ସପ୍ତାହରେ, ଶିବାନୀ ଏକ ଟାସ୍କ ଜିତିଥିଲେ, ଯାହା ଅନେକଙ୍କୁ ବିଶ୍ୱାସ ଥିଲା ​​ଯେ କେବଳ ବିଶାଲ ପାଣ୍ଡେ ଏହି ଶୋ’ରୁ ବିଦା ହେବେ । ହେଲେ ବର୍ତ୍ତମାନ ଶିବାନୀଙ୍କ ପରେ ବିଶାଲ ପାଣ୍ଡେଙ୍କୁ ବିଳମ୍ବିତ ରାତିରେ ଘରୁ ବାହାର କରିଦିଆଯାଇଥିବା ସୂଚନା ମିଳିଛି । ତେବେ ଏହାକୁ କିଛି ଫ୍ୟାନ୍ସ ଗ୍ରହଣ କରିପାରିନାହାନ୍ତି । ଅନେକ ଫ୍ୟାନ୍ସ ଉଭୟ ବିଶାଲ ଏବଂ ଶିବାନୀ ଟପ୍ ୫ରେ ସ୍ଥାନ ପାଇବାକୁ ଯୋଗ୍ୟ କହିବା ସହ ଅରମାନ ଏବଂ କ୍ରିତିକାଙ୍କୁ ହଟାଇ ଦିଆଯିବା ଉଚିତ୍ ବୋଲି କହିଛନ୍ତି ।

କେବେ ଆରମ୍ଭ ହୋଇଥିଲା 'ବିଗ ବସ ଓଟିଟି ୩'

'ବିଗ ବସ ଓଟିଟି ୩' ଜିଓ ସିନେମାରେ ଜୁନ ୨୧ରୁ ଆରମ୍ଭ ହୋଇଥିଲା । ଯେଉଁଥିରେ ସଲମାନ ଖାନ ନୁହଁ ବରଂ ପ୍ରଥମ ଥର ପାଇଁ ଅନୀଲ କପୁର ଏହି ଶୋ' ହୋଷ୍ଟ କରିଛନ୍ତି । ବର୍ତ୍ତମାନ ଏହି ଶୋ' ତାର ୫ ସପ୍ତାହ ପୁରା କରିବାକୁ ଯାଉଛି । ଏଥର ଶୋ'ରେ ୧୬ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଏଥର 'ବିଗ୍ ବସ୍ OTT 3' ବିଶାଲ ପାଣ୍ଡେ, ସନା ମାକବୁଲ, ରଣଭୀର ଶୋରେ, ନେଜି, ସାଇ କେତନ ରାଓ, ଦୀପକ ଚୌରାସିଆ, ଅରମାନ ମଲିକ, ଚନ୍ଦ୍ରିକା ଦୀକ୍ଷିତ, ଲଭକେଶ କଟାରିଆ, ପୌଲୋମି ଦାସ, ପାୟଲ ମଲିକ, ମୁନିଶା ଖତୱାନି, କ୍ରିତିକା କୁମାରୀ ମଲିକ, ନୀରଜ ଗୋୟତ, ସନା ସୁଲତାନ ଖାନ ପ୍ରତିଯୋଗୀ ଭାବରେ ଘରେ ପ୍ରବେଶ କରିଥିଲେ ।

ଶୋ'କୁ ମିଳିଛି ଟପ୍ ୭ ପ୍ରତିଯୋଗୀ

ବର୍ତ୍ତମାନ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ରଣଭୀର ଶୋରି, ଅରମାନ ମଲିକ, କ୍ରିତିକା ମଲିକ, ସାନା ମକବୁଲ, ନେଜି, ସାଇ କେତନ ରାଓ, ଲଭକେଶ କଟାରିଆ ଶୀର୍ଷ ୭ରେ ସ୍ଥାନ ପାଇଛନ୍ତି । ବର୍ତ୍ତମାନ ଏମାନଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ । ଏଥିରୁ ଟପ୍ ୫ ଜଣଙ୍କୁ ବଛାଯାଇ ସେମାନଙ୍କୁ ମଧ୍ୟରୁ ଶୋ'ର ବିଜେତା ଘୋଷଣା କରାଯିବ । ଏବେ ଦେଖିବାକୁ ବାକି ରହିଲା ଏମାନଙ୍କ ମଧ୍ୟରୁ କିଏ ଏହି ସିଜନର ବିଜେତା ହେବ ?

ଏହି ଦିନ 'ବିଗ୍ ବସ୍ ଓଟିଟି 3' ଫାଇନାଲ୍

ସୂଚନା ଅନୁସାରେ, ରିଆଲିଟି ଶୋ 'ବିଗ୍ ବସ୍ ଓଟିଟି ୩'ର ଫାଇନାଲ୍ ଅଗଷ୍ଟରେ ହେବାକୁ ଯାଉଛି । ଆଉ ମାତ୍ର କିଛି ଦିନର ଅପେକ୍ଷା । ଶୋ'କୁ ମିଳିବ ତାର ବିଜେତା । ଏହି ଶୋ’ର ଗ୍ରାଣ୍ଡ୍ ଫାଇନାଲର ଅନ୍ତିମ ତାରିଖ ପ୍ରକାଶ ପାଇଛି । ୨ ଅଗଷ୍ଟ ଶୁକ୍ରବାର ଦିନ ଦର୍ଶକମାନେ ଏହି ସିଜନର ବିଜେତା ପାଇବେ । ଏଥିସହ ପୂର୍ବଥର ପରି ଚଳିତ ଶୋ'ର ବିଜେତା ମଧ୍ୟ ୨୫ ଲକ୍ଷ ପୁରସ୍କାର ରାଶି ପାଇବେ । ଯଦିଓ ଶୋ’ର ଆରମ୍ଭ ସମୟ ବିଷୟରେ ସୂଚନା ଦିଆଯାଇ ନାହିଁ, କିନ୍ତୁ ଏହା ସନ୍ଧ୍ୟା ୬ଟା କି ୭ଟାରେ ଆରମ୍ଭ ହେବ ବୋଲି ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ଟ୍ରଫି ହାତେଇଲେ ୟୁଟ୍ୟୁବର ଏଲଭିସ ଯାଦବ

କିଏ ହୋଇପାରେ ବିଜେତା ?

ଗ୍ରାଣ୍ଡ ଫାଇନାଲ୍ 2 ଅଗଷ୍ଟରେ ହେବାକୁ ଯାଉଛି । ଏହି ଦିନ ଶୋ’ର ବିଜେତା ଘୋଷିତ ହେବାକୁ ଯାଉଛି । ଏହାପୂର୍ବରୁ ଲୋକମାନେ ଅନୁମାନ କରିଛନ୍ତି ଯେ କିଏ ଏଥର ବିଗ ବସ୍ ଟାଇଟଲ ହାତେଇବ । ରିପୋର୍ଟ ଅନୁସାରେ, ପୂର୍ବରୁ ବିଶାଲ ପାଣ୍ଡେଙ୍କୁ ବିଗ୍ ବସ୍ ଓଟିଟିରେ ବିଜେତା କୁହାଯାଉଥିଲା, କିନ୍ତୁ ବର୍ତ୍ତମାନ ତାଙ୍କୁ ବିଦା କରାଯିବା ପରେ ଲଭକେଶ କଟାରିଆ ଏବଂ ରଣଭୀର ଶୋରିଙ୍କ ମଧ୍ୟ କେହି ଜଣେ ଟ୍ରଫି ହାତେଇବା ସହ ଅରମାନ ମଲିକ କିମ୍ୱା ସନା ମକବୁଲ ରନର୍ସ ଅପ ଟ୍ରଫି ପାଇଁ ଟକ୍କର ହେବ ବୋଲି କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.