ETV Bharat / entertainment

ଆଜିଠୁ ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ: ଜାମନଗରରେ ତାରକାଙ୍କ ଭିଡ, ଆସିଲେଣି ଦେଶବିଦେଶ ଅତିଥି

author img

By ETV Bharat Odisha Team

Published : Mar 1, 2024, 12:49 PM IST

Anant Ambani Radhika Merchant Pre Wedding: ଆଜିଠାରୁ ଆରମ୍ଭ ଅନନ୍ତ ଅମ୍ୱାନି ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି-ୱେଡିଂ ସମାରୋହ । ଜାମନଗରରେ ଏହି ବିବାହ ଉତ୍ସବ ହେବାକୁ ଥିବା ବେଳେ ଜାମନଗରରେ ପହଞ୍ଚିଛନ୍ତି ଦେଶ ବିଦେଶର ଶିଳ୍ପଉଦ୍ୟୋଗପତି ଠାରୁ ଫିଲ୍ମ ଇଣ୍ଡଷ୍ଟ୍ରିର ତମାମ ସେଲିବ୍ରିଟି । ଦେଖନ୍ତୁ ଭିଡିଓ

ଆଜିଠୁ ଆରମ୍ଭ ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ; ମାର୍କ ଜୁକେନବର୍ଗ, କିଙ୍ଗ ଖାନ ସମେତ ଏହି ତାରକା ସାମିଲ

ହାଇଦ୍ରାବାଦ: ଆଜି ଠାରୁ ଅନନ୍ତ ଅମ୍ୱାନି ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି-ୱେଡିଂ ସମାରୋହ ଆରମ୍ଭ ହେବ । ଗୁଜୁରାଟର ଜାମନଗରରେ ଉଭୟଙ୍କ ବିବାହ ଉତ୍ସବ ୩ଦିନ ଧରି ଚାଲିବ । ଏହି ବିବାହ ଉତ୍ସବରେ ଦେଶ ବିଦେଶର ଶିଳ୍ପଉଦ୍ୟୋଗପତି ଠାରୁ ରାଜନେତା ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିର ତମାମ ସେଲିବ୍ରିଟି ଏବେ କ୍ରିକେଟର ସାମିଲ ହେବେ । ବର୍ତ୍ତମାନ ଜାମନଗରକୁ ଛୁଟିଲେଣି ସେଲିବ୍ରିଟି । ମେଟା ସିଇଓ ମାର୍କ ଜୁକରବର୍ଗ ଠାରୁ ଆରମ୍ଭ କରି ହଲିଉଡର କଣ୍ଠଶିଳ୍ପୀ ରିହାନା ଏବଂ ବଲିଉଡର ଶାହାରୁଖ ଖାନ, ସଲମାନ ଖାନ ସମେତ ରାନୀ ମୁଖାର୍ଜି, ସାଉଥ ନିର୍ମାତା ଅଟଲି ସମେତ ଅନେକ ସେଲିବ୍ରିଟି ଏବଂ ଶିଳ୍ପଉଦ୍ୟୋଗପତି, ରାଜନେତା ଜାମନଗରରେ ପହଞ୍ଚିଛନ୍ତି ।

ପତ୍ନୀ ପ୍ରିସ୍କିଲା ଖାନଙ୍କ ସହ ମେଟା ସିଇଓ ମାର୍କ ଜୁକରବର୍ଗ, ହଲିଉଡ ଗାୟିକା ରିହାନା, ମଲ୍ଟି-ଇନଷ୍ଟ୍ରୁମେଣ୍ଟାଲିଷ୍ଟ, ଗୀତିକାର, ନିର୍ମାତା ଏବଂ ବ୍ୟାସଷ୍ଟର ଆଡାମ ବ୍ଲାକଷ୍ଟୋନ, ସପରିବାର ସହ ଶାହାରୁଖ ଖାନ, ସଲମାନ ଖାନ, ରଣଭୀର ସିଂ ଏବଂ ଦୀପିକା ପାଦୁକୋନ, ରାନୀ ମୁଖାର୍ଜୀ, ଅର୍ଜୁନ କପୁର, ଚଳଚ୍ଚିତ୍ର ନିର୍ମାତା ବୋନି କପୁର, ଚଳଚ୍ଚିତ୍ର ନିର୍ମାତା ଅୟାନ ମୁଖାର୍ଜୀ, ସପରିବାର ସହ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅଟଲି ଏବଂ ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେ, ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀ ଅମୃତା ଫଡନାଭିସ, ପତ୍ନୀଙ୍କ ସହ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ଏହି ବିବାହ ଉତ୍ସବରେ ସାମିଲ ହେବାକୁ ଜାମନଗରରେ ପହଞ୍ଚିଛନ୍ତି ।

କେବଳ ଏତିକି ନୁହଁ ଅତିଥିଙ୍କ ତାଲିକାରେ ସ୍ୱିଡେନର ପୂର୍ବତନ ପ୍ରଧାନମନ୍ତ୍ରୀ କାର୍ଲ ବିଲଡଟ, କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଷ୍ଟିଫେନ ହାରପର୍, ବିଶ୍ୱ ଅର୍ଥନୈତିକ ଫୋରମର ଚେୟାରମ୍ୟାନ୍ କ୍ଲାଉସ୍ ସ୍ୱାବ, ବଲିଭିଆର ପୂର୍ବତନ ରାଷ୍ଟ୍ରପତି ଜର୍ଜ କ୍ୱିରୋଗା ଏବଂ ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ କେଭିନ ରୁଡଙ୍କ ଭଳି ଉଲ୍ଲେଖନୀୟ ବ୍ୟକ୍ତିତ୍ୱ ମଧ୍ୟ ଏହି ବିବାହ ଉତ୍ସବହରେ ସାମିଲ ହେବେ ।

ଏହା ମଧ୍ୟ ପଢନ୍ତୁ: କାଲି ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ; ଜାମନଗରରେ ସେଲିବ୍ରିଟିଙ୍କୁ ସ୍ୱାଗତ, ଅନ୍ନ ସେବାରୁ ବିବାହ ଉତ୍ସବ ଆରମ୍ଭ

ସୂଚନା ଥାଉ କି, ଆଜି ଠାରୁ ମାର୍ଚ୍ଚ ୩ ଯାଏଁ ଅନନ୍ତ ଏବଂ ରାଧିକାଙ୍କ ବିବାହ ଉତ୍ସବ ଜାରି ରହିବ । ଏହା ପୂର୍ବରୁ ଅନ୍ନ ସେବା ସହ ଉଭୟଙ୍କ ବିବାହ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅମ୍ୱାନି ପରିବାର ଜାମନଗର ଏବଂ ଆଖ ପାଖ ଗାଁର ପ୍ରାୟ ୫୧ ହଜାର ଲୋକଙ୍କୁ ଭୋଜନ ଦିଆଯାଇଥିଲା । ଏହି ସମୟରେ ଅନନ୍ତ-ରାଧିକା ସମେତ ମୁକେଶ ଅମ୍ୱାନି ନିଜ ହାତରେ ଲୋକଙ୍କୁ ଖାଦ୍ୟ ପରସିଥିଲେ । ସେପଟେ ଏହି ବିବାହ ଉତ୍ସବରେ ଦେଶ ବିଦେଶର ୧୦୦ରୁ ଅଧିକ ଅତିଥି ସାମିଲ ହେବାକୁ ଥିବା ବେଳେ ୨୫୦୦ ପ୍ରକାରର ବ୍ୟଞ୍ଜନ ସେମାନଙ୍କୁ ପରସାଯିବ ବୋଲି ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ; ଜାମନଗରକୁ ଛୁଟିଲେଣି ସେଲିବ୍ରିଟି, ୧୦୦୦ ଅତିଥିଙ୍କୁ ପରସା ଯିବ ୨୫୦୦ ବ୍ୟଞ୍ଜନ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.