ETV Bharat / entertainment

ନୀତେଶ ତିୱାରୀଙ୍କ 'ରାମାୟଣ'ରେ ବିଗ ବିଙ୍କ ଏଣ୍ଟ୍ରି, ଦଶରଥ ଭୂମିକାରେ ଆସିବେ ନଜର ! - ରାମାୟଣ ଫିଲ୍ମରେ ବିଗ ବି

Amitabh Bachchan as Dasharatha: ନୀତେଶ ତିୱାରୀଙ୍କ 'ରାମାୟଣ'ର ଷ୍ଟାର କାଷ୍ଟ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ବର୍ତ୍ତମାନ ଏହି ଫିଲ୍ମରେ ଅମିତାଭ ବଚ୍ଚନଙ୍କ ଏଣ୍ଟ୍ରି କରିଥିବା ଜଣାପଡିଛି । ଅଭିନେତା ଏଥିରେ ଦଶରଥଙ୍କ ଭୂମିକାରେ ନଜର ଆସିବା ନେଇ କୁହାଯାଉଛି । ଅଧିକ ପଢନ୍ତୁ

Amitabh Bachchan
Amitabh Bachchan
author img

By ETV Bharat Odisha Team

Published : Feb 12, 2024, 11:10 AM IST

ହାଇଦ୍ରାବାଦ: ଆଜିକାଲି ନୀତେଶ ତିୱାରୀଙ୍କ ଆଗାମୀ ଫିଲ୍ମ 'ରାମାୟଣ' ଶିରୋନାମାରେ ରହିଛି । ଫିଲ୍ମ ସହ ଫିଲ୍ମର ଷ୍ଟାରକାଷ୍ଟ ନେଇ କଳ୍ପନାଜଳ୍ପାନା ଜାରି ରହିଛି । ତେବେ ଏହି ଚଳଚ୍ଚିତ୍ରରେ ରଣବୀର କପୁର ପ୍ରଭୁ ରାମଙ୍କ ଭୂମିକାରେ ନଜର ଆସିବେ ବୋଲି କୁହାଯାଉଛି । ଏଥିସହ ମାତା ସୀତାଠାରୁ ହନୁମାନ ପର୍ଯ୍ୟନ୍ତ ଚରିତ୍ରଙ୍କ ଷ୍ଟାରକାଷ୍ଟଙ୍କ ମଧ୍ୟ ନାଁ ସାମ୍ନାକୁ ଆସିଛି । ଷ୍ଟାରକାଷ୍ଟଙ୍କ ଏହି ତାଲିକାରେ ବର୍ତ୍ତମାନ ଏହି ଫିଲ୍ମରେ ଅମିତାଭ ବଚ୍ଚନଙ୍କ ନାଁ ଯୋଡା ଯାଇଛି। ଅଭିନେତା ଏଥିରେ ରାମଙ୍କ ବାପା ଅର୍ଥାତ ରଣବୀରଙ୍କ ବାପା ଭୂମିକା ଦଶରଥଙ୍କ ଚରିତ୍ରରେ ନଜର ଆସିବେ ବୋଲି କୁହାଯାଉଛି ।

ମିଡିଆ ରିପୋର୍ଟ ଅନୁସାରେ, ୩୦୦ କୋଟି ବଜେଟରେ ନିର୍ମିତ ହେବ ନୀତେଶ ତିୱାରୀଙ୍କ ଫିଲ୍ମ 'ରାମାୟଣ' । ଏହି ଫିଲ୍ମରେ ଦଶରଥଙ୍କ ଭୂମିକା ପାଇଁ ଅମିତାଭ ବଚ୍ଚନଙ୍କୁ ଅଫର ଦିଆଯାଇଥିବା କୁହାଯାଉଛି । ହେଲେ ଏନେଇ ଫିଲ୍ମର ନିର୍ମାତା କିମ୍ବା ଟିମ କୌଣସି ସୂଚନା ଦେଇନାହାନ୍ତି । ପୂର୍ବରୁ ଏହି ଭୂମିକା ପାଇଁ ଲୋକପ୍ରିୟ ଟିଭି ସିରିଏଲ 'ରାମାୟଣ'ର ରାମ ଭୂମିକାରେ ନଜର ଆସିଥିବା ତାରକା ଅରୁଣ ଗୋବିଲଙ୍କ ନାଁ ଚର୍ଚ୍ଚା ହେଉଥିଲା । ବର୍ତ୍ତମାନ ବିଗ ବି ଏଥିରେ ନଜର ଆସିବେ ବୋଲି କୁହାଯାଉଛି ।

କହିରଖୁଛୁ କି, ଏହା ପ୍ରଥମ ଥର ନୁହେଁ ଏହାପୂର୍ବରୁ ୨୦୦୯ ମସିହାରେ ଅମିତାଭଙ୍କୁ ଅଭିନେତା ସଞ୍ଜୟ ଖାନ ଏବଂ ଫାରୁଖ ଧୋନିଙ୍କ ଦ୍ୱାରା ଲିଖିତ 'ଦ ଲିଜେଣ୍ଡ ଅଫ ରାମ'ରେ ଦଶରଥ ଭୂମିକାରେ ଅଭିନୟ କରିବାକୁ ଅଫର ମିଳିଥିଲା । ଏଥିରେ ହ୍ରିତିକ ରୋଶନ ରାମ ଭୂମିକାରେ ଏବଂ ସଞ୍ଜୟଙ୍କ ପୁଅ ଜାଏଦ ଖାନ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥାନ୍ତେ । କିନ୍ତୁ ଏହି ଫିଲ୍ମ ହୋଇପାରିନଥିଲା ।

ଏହା ମଧ୍ୟ ପଢନ୍ତୁ: ଆଦିପୁରୁଷ ବିବାଦ ମଧ୍ୟରେ 'ରାମାୟଣ'କୁ ନେଇ ଏପରି ଦାବି କଲେ ନୀତେଶ ତିୱାରୀ

ସୂଚନା ଥାଉ କି, ନୀତେଶ ତିୱାରୀଙ୍କ 'ରାମାୟଣ'ରେ ପ୍ରଭୁ ରାମ ଭୂମିକାରେ ରଣବୀର କପୁର ନଜର ଆସିବାକୁ ଥିବା ବେଳେ ମାତା ସୀତା ଭୂମିକାରେ ଜାହ୍ନବୀ କପୁର ନଜର ଆସିବାକୁ ଯାଉଥିବା କୁହାଯାଉଛି । ସୂଚନା ଥାଉ କି, ପୂର୍ବରୁ ଏହି ଭୂମିକା ପାଇଁ ରଣବୀରଙ୍କ ପତ୍ନୀ ତଥା ଆଲିଆ ଭଟ୍ଟ ଏବଂ ସାଉଥ ସୁନ୍ଦରୀ ସାଇ ପଲ୍ଲବୀଙ୍କ ନାଁ ଚର୍ଚ୍ଚା ହେଉଥିଲା । ଆଉ ଏବେ ଜାହ୍ନବୀ ଏହି ଚରିତ୍ରରେ ଅଭିନୟ କରିବେ ବୋଲି କୁହାଯାଉଛି । ଅନ୍ୟପଟେ ବିଭୀଷଣ ଭୂମିକା ପାଇଁ ବିଜୟ ସେଥୁପଥି ଏବଂ ହନୁମାନ ଭୂମିକା ପାଇଁ ସନ୍ନି ଦେଓଲ, କୁମ୍ଭକର୍ଣ୍ଣ ଭୂମିକା ପାଇଁ ବବି ଦେୱଲ, କୈକେୟୀଙ୍କ ଭୂମିକା ପାଇଁ ଲାରା ଦତ୍ତାଙ୍କ ନାଁ ଫାଇନାଲ କରିଥିବା ଜଣାପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.