ETV Bharat / entertainment

'ତୁମେ ଯେତେ ଚେଷ୍ଟା କର ଆଉ କିଛି ହେବନି..'ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଅଲଗା ହେବା ଚର୍ଚ୍ଚା ମଧ୍ୟରେ ବିଗ ବିଙ୍କ ପୋଷ୍ଟ ଭାଇରାଲ

ଅଭିଷେକ-ଐଶ୍ୱର୍ଯ୍ୟାଙ୍କ ଅଲଗା ହେବା ଖବର ମଧ୍ୟରେ ଅମିତାଭ ବଚ୍ଚନ ଏକ ପୋଷ୍ଟ କରିଛନ୍ତି ଏବଂ ଲେଖିଛନ୍ତି, 'ତୁମେ ଯେତେ ଚେଷ୍ଟା କର କିଛି ହେବନି'। ଯାହା ଏବେ ଭାଇରାଲ ହେଉଛି ।

AMITABH BACHCHAN POST VIRAL
AMITABH BACHCHAN POST VIRAL (IANS)
author img

By ETV Bharat Odisha Team

Published : 3 hours ago

ହାଇଦ୍ରାବାଦ: ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ଛାଡପତ୍ର ଖବର ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପ୍ରତିଦିନ ଏହି ଦମ୍ପତିଙ୍କ ଅଲଗା ହେବା ନେଇ ଭିନ୍ନ ଖବର ସାମ୍ନାକୁ ଆସୁଛି । କିନ୍ତୁ ଏହି ଖବର ଉପରେ ଷ୍ଟାର ଦମ୍ପତିଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଏପରି ସମୟରେ ଅମିତାଭ ବଚ୍ଚନ ଲୋକଙ୍କୁ ତାଙ୍କର ଗୋଟିଏ ପୋଷ୍ଟ ନେଇ ପୁଣି ଚିନ୍ତାରେ ପକାଇଛି । ଅମିତାଭ ବଚ୍ଚନ ଏକ ଲାଟେଷ୍ଟ ପୋଷ୍ଟ ସେୟାର କରିଛନ୍ତି । ଯାହାକୁ ନେଇ ଅଭିଷେକ ଓ ଐଶ୍ୱର୍ଯ୍ୟାଙ୍କ ବିଚ୍ଛେଦ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଅମିତାଭ ବଚ୍ଚନଙ୍କ ପୋଷ୍ଟ

ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଅମିତାଭ ବଚ୍ଚନ ନିଜ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । କେବଳ ବଡ ପରଦାରେ ନୁହଁ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କୁ ମନୋରଞ୍ଜନ କରାଇଥାନ୍ତି । ସେ କେତେବେଳେ ମଜାଳିଆ ପୋଷ୍ଟ କରି ଫ୍ୟାନ୍ସଙ୍କ ମନ ଜିତନ୍ତି ତ କେତେବେଳେ କ୍ରିପ୍ଟିକ ପୋଷ୍ଟ କରି ଫ୍ୟାନ୍ସଙ୍କୁ ଅଡୁଆରେ ମଧ୍ୟ ପକାଇଥାନ୍ତି । ଗତକାଲି ରାତିରେ କେବିସି 16 ର ସେଟରୁ ଅମିତାଭ ବଚ୍ଚନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏଥିରେ ଅମିତାଭ ବଚ୍ଚନ ଲେଖିଛନ୍ତି, ଭାଇ କରିନିଅ । ତୁମେ ଯେତେ ଚେଷ୍ଟା କର, ତୁମ ଚେହେରାର କିଛି ଘଟିବ ନାହିଁ । ବର୍ତ୍ତମାନ ଅମିତାଭ ବଚ୍ଚନଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଅନେକ ଏହାକୁ ପସନ୍ଦ କରିଥିବା ବେଳେ ପ୍ରଶଂସାରେ ପୋତି ପକାଇଛନ୍ତି ତ ଅନେକ ଏହାକୁ ନେଇ ଅଭିଷେକ ଓ ଐଶ୍ୱର୍ଯ୍ୟାଙ୍କ ବିଚ୍ଛେଦକୁ ଯୋଡିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ତାଜା ହେଲା ପ୍ରି-ୱେଡିଂ ସ୍ମୃତି, ଅଭିଷେକଙ୍କ ସହ 'ରୋକା' ଉତ୍ସବ ମନେ ପକାଇଲେ ଐଶ୍ବର୍ଯ୍ୟା

ଐଶ୍ୱର୍ଯ୍ୟା ଏବଂ ଅଭିଷେକ ବିବାହ ବିଚ୍ଛେଦ ଚର୍ଚ୍ଚା

ଅଭିଷେକ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ଅଲଗା ହେବା ଖବର ଦିନକୁ ଦିନ ବଢିବାରେ ଲାଗିଛି । ବଚ୍ଚନ ପରିବାର ଏବଂ ଐଶ୍ୱର୍ଯ୍ୟା ରାୟଙ୍କୁ ଅନେକ ଇଭେଣ୍ଟରେ ଏକାଠି ଯୋଗ ନଦେବା ନେଇ ଉଭୟଙ୍କ ବିବାହ ବିଚ୍ଛେଦ ଚର୍ଚ୍ଚା ଆରମ୍ଭ ହୋଇଥିଲା । ସାଇମା 2024 ପୂର୍ବରୁ ଅଭିନେତ୍ରୀଙ୍କ ହାତରେ ବିବାହ ରିଙ୍ଗ ନଥିଲା । ଏହା ପରେ ବଚ୍ଚନ ପରିବାର ଏବଂ ଐଶ୍ୱର୍ଯ୍ୟା ଏକତ୍ର ହାଇ-ପ୍ରୋଫାଇଲ୍ ଇଭେଣ୍ଟ (ଅନନ୍ତ ଅମ୍ୱାନୀ ବିବାହ ଇଭେଣ୍ଟରେ) ଯୋଗ ନଦେବା ଖବର ଅନେକ ହେଡଲାଇନ ସୃଷ୍ଟି କରିଥିଲା । ଐଶ୍ୱର୍ଯ୍ୟା ଆରଧ୍ୟାଙ୍କ ସହ ବଚ୍ଚନ ଘର ଛାଡ଼ି ନିଜ ମାଆଙ୍କ ସହ ରହୁଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା । ଏପରିକି ଏବେ ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ଆଉ ଜଣେ ଅଭିନେତ୍ରୀ ନିମ୍ରତ କୌରଙ୍କ ନାଁ ଆସୁଛି । ଯେଉଁଥିପାଇଁ ଷ୍ଟାର ଦମ୍ପତିଙ୍କ ଅଲଗା ହେବାର ରୁମର୍ ଅଧିକ ବଢୁଛି ।

ଏହା ମଧ୍ୟ ପଢନ୍ତୁ: ଅଭିଷେକଙ୍କ ସହ ଛାଡପତ୍ର ଚର୍ଚ୍ଚାରେ ଐଶ୍ୱର୍ଯ୍ୟା ଲଗାଇଲେ ବ୍ରେକ୍, ପ୍ୟାରିସ୍ ଫ୍ୟାଶନ ୱିକରେ ୱେଡିଂ ରିଙ୍ଗ୍ କଲେ ପ୍ଲଣ୍ଟ୍

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.