ETV Bharat / entertainment

ବନ୍ଧୁଙ୍କୁ ଭେଟି ଅଡୁଆରେ ଅଲ୍ଲୁ ଅର୍ଜୁନ, ଥାନାରେ ରୁଜୁ ହେଲା ମାମଲା - Allu Arjun election code Violation - ALLU ARJUN ELECTION CODE VIOLATION

Case Against Allu Arjun: ଅଲ୍ଲୁ ଅର୍ଜୁନଙ୍କ ନାଁରେ ନିର୍ବାଚନୀ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ । YSRCP ବିଧାୟକ ସିଲ୍ପା ରବିଙ୍କୁ ଭେଟିବାକୁ ଆନ୍ଧ୍ରପ୍ରଦେଶ ଯାଇଥିଲେ ସାଉଥ ସୁପରଷ୍ଟାର । ଅଧିକ ପଢନ୍ତୁ

Allu Arjun
Allu Arjun (IANS picture)
author img

By ETV Bharat Odisha Team

Published : May 12, 2024, 10:40 AM IST

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ମାମଲା । ନିର୍ବାଚନୀ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ଶନିବାର ଦିନ ଆନ୍ଧ୍ରପ୍ରଦେଶ ରାଜ୍ୟର ନନ୍ଦିୟାଲଠାରେ ନିଜ ବନ୍ଧୁ ତଥା YSRCP ବିଧାୟକ ସିଲ୍ପା ରବିଙ୍କ ପାଇଁ ପ୍ରଚାର କରିଥିବା ଅଭିଯୋଗରେ ଏହି ମାମଲା ରୁଜୁ କରାଯାଇଛି ।

ଫିଲ୍ମକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ଏବେ ଆଇନ ଉଲ୍ଲଂଘନ ଅଭିଯୋଗ ହୋଇଛି । ଶନିବାର ଦିନ ନିଜ ବନ୍ଧୁ ତଥା YSRCP ବିଧାୟକ ସିଲ୍ପା ରବି ରେଡ୍ଡୀଙ୍କୁ ଭେଟିବାକୁ ଆନ୍ଧ୍ରପ୍ରଦେଶ ନନ୍ଦିୟାଲ ଯାଇଥିଲେ ଅଲ୍ଲୁ ଅର୍ଜୁନ । ଏହି ଖବର ପାଇବା ମାତ୍ରେ ବିଧାୟକଙ୍କ ଘର ସମ୍ମୁଖରେ ଅଭିନେତାଙ୍କ ଫ୍ୟାନ୍ସଙ୍କ ଭିଡ ଦେଖିବାକୁ ମିଳିଥିଲା । ହଜାର ହଜାର ଫ୍ୟାନ୍ସ ତାଙ୍କର ଝଲକ ପାଇବା ପାଇଁ ଘର ବାହାରେ ଭିଡ ଜମାଇଥିଲେ । ଏହାପରେ ପୋଲିସ ସୁପରଷ୍ଟାର ଓ ତାଙ୍କ ବିଧାୟକ ବନ୍ଧୁଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ବିଧାୟକ ସିଲ୍ପା ରବି YSRCPରୁ ଚଳିତ ନିର୍ବାଚନରେ ପୁଣି ନିର୍ବାଚନ ଲଢିବାକୁ ଯାଉଛନ୍ତି । ସେ ଛିଡା ହୋଇଥିବା ଆସନରେ ମେ' ୧୩ ତାରିଖରେ ଭୋଟ ପଡିବାକୁ ଯାଉଛି । ଶନିବାର ନିର୍ବାଚନ ପ୍ରଚାରର ଶେଷ ଦିନ ଥିବାବେଳେ ଶେଷ ଦିନରେ ଅଲ୍ଲୁ ଅର୍ଜୁନ ତାଙ୍କ ନିକଟରେ ପହଞ୍ଚିଥିଲେ । ଅଭିନେତାଙ୍କୁ ଦେଖିବା ପାଇଁ ବିଧାୟକଙ୍କ ଘର ବାହାରେ ଜନସମୁଦ୍ର ଦେଖିବାକୁ ମିଳିଥିଲା । ଅଲ୍ଲୁ ଅର୍ଜୁନ ତାଙ୍କ ପତ୍ନୀ ସ୍ନେହା ରେଡ୍ଡୀ, ସିଲ୍ପା ରବି ଓ ତାଙ୍କ ପରିବାର ସଦସ୍ୟଙ୍କ ସହ ବାଲକୋନିରେ ଫ୍ୟାନ୍ସକୁ ଦେଖା ଦେଇଥିଲେ ।

ଏହାମଧ୍ୟ ପଢନ୍ତୁ.. ଅଡୁଆରେ ବଲିଉଡ ଅଭିନେତ୍ରୀ କରୀନା କପୁର, ହାଇକୋର୍ଟରୁ ମିଳିଲା ନୋଟିସ୍ - High Court Issues Notice To Kareena

YSRCP ପାଇଁ ପ୍ରଚାର କରିବାର ଗୋଟିଏ ଦିନ ପରେ ପୋଲିସ ସିଲ୍ପା ରବି ଓ ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ଆନ୍ଧ୍ରପ୍ରଦେଶର ୨ଟି ସ୍ଥାନୀୟ ପୋଲିସ ଷ୍ଟେସନରେ ନିର୍ବାଚନୀ ଆଚାର ସଂହିତା ଉଲ୍ଲଂଘନ ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି । ଧାରା ୧୮୮, ଧାରା ୧୪୪ ଓ ଧାରା ୩୧ ଆଧାରରେ ତାଙ୍କ ନାଁରେ ଏତଲା ଦାୟର ହୋଇଛି । ସିଲ୍ପା ରବି ଆରଓ ନନ୍ଦୟାଲର ବିନା ଅନୁମତିରେ ଅଲ୍ଲୁ ଅର୍ଜୁନଙ୍କୁ ଡାକିଥିବା ଅଭିଯୋଗ ହୋଇଛି । ଯାହା ନିର୍ବାଚନୀ ଆଚରଣ ବିଧି ଉଲ୍ଲଂଘନ ବୋଲି ଦର୍ଶାଯାଇଛି ।

ଅନ୍ୟପଟେ ଅଲ୍ଲୁ ଅର୍ଜୁନ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ନନ୍ଦିୟାଲବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆତିଥ୍ୟ ଚର୍ଚ୍ଚା ପାଇଁ ସିଲ୍ପା ରବିଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଆଉମଧ୍ୟ ନିର୍ବାଚନ ପାଇଁ ତାଙ୍କୁ ଶୁଭକାମନା ସହ ସମର୍ଥନ ଜଣାଇଛନ୍ତି ସୁପରଷ୍ଟାର । ଅନ୍ୟପଟେ ସିଲ୍ପା ରବି ମଧ୍ୟ ଅଭିନେତାଙ୍କୁ ସୋସିଆଲ ମିଡିଆରେ ଧନ୍ୟବାଦ ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.