ETV Bharat / entertainment

ବନ୍ଧା ହେଲେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ - ALLU ARJUN ARRESTED

ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଗିରଫ । ମେଡିକାଲ ଯାଞ୍ଚ ପାଇଁ ନେଲା ପୋଲିସ । ଜାଣନ୍ତୁ ମାମଲା କ'ଣ ରହିଛି ?

ALLU ARJUN ARRESTED
ALLU ARJUN ARRESTED (ETV Bharat)
author img

By ETV Bharat Entertainment Team

Published : Dec 13, 2024, 12:47 PM IST

Updated : Dec 13, 2024, 12:54 PM IST

ହାଇଦ୍ରାବାଦ: 'ପୁଷ୍ପା ୨' ସ୍କ୍ରିନିଂ ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣା । ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନକୁ ବାନ୍ଧିଲା ପୋଲିସ । ଆଜି, ଡିସେମ୍ୱର 13ରେ ଅଭିନେତାଙ୍କୁ ହାଇଦ୍ରାବାଦର ଚିକ୍କଡପାଲି ପୋଲିସ ଗିରଫ କରିଛି । ସୂଚନା ଅନୁସାରେ, ଏହା ପୂର୍ବରୁ ଘଟଣା ନେଇ ଅଲ୍ଲୁ ଅର୍ଜୁନ ହାଇଦ୍ରାବାଦ ପୋଲିସ ଦ୍ୱାରା ରୁଜୁ ହୋଇଥିବା ମାମଲାକୁ ରଦ୍ଦ କରିବାକୁ ତେଲେଙ୍ଗାନା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ବର୍ତ୍ତମାନ ଅପରାହ୍ନ 4ଟାରେ ହେବ ଶୁଣାଣି ।

ଅଭିନେତାଙ୍କୁ ହାଇଦ୍ରାବାଦସ୍ଥିତ ତାଙ୍କ ବାସଭବନରୁ ପୋଲିସ ହେପାଜତକୁ ନିଆଯାଇଥିଲା । ତାଙ୍କ ବାପା ତଥା ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ଅଲୁ ଅରବିନ୍ଦ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ତାଙ୍କୁ ଚିକ୍କଡପାଲି ପୋଲିସ ଗିରଫ କରି ଥାନାକୁ ନେଇଥିଲା । ରିପୋର୍ଟ ଅନୁଯାୟୀ, 41 ବର୍ଷୀୟ ଅଭିନେତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ନିଆଯାଇଛି । ଗାନ୍ଧୀ ହସ୍ପିଟାଲର ଅଧୀକ୍ଷକଙ୍କ ତତ୍ତ୍ୱାବଧାନରେ ତାଙ୍କ ଡାକ୍ତରୀ ପରୀକ୍ଷା କରାଯାଉଛି । ସେପଟେ ଅଲ୍ଲୁ ଅର୍ଜୁନଙ୍କ ଗିରଫ ପରେ ମେଗାଷ୍ଟାର ଚିରଞ୍ଜୀବୀଙ୍କ ପତ୍ନୀ ତଥା ଅଲ୍ଲୁଙ୍କ ମାଉସୀ ସୁରେଖା କୋନିଡାଲା ପରିବାରକୁ ଭେଟିଛନ୍ତି ।

ALLU ARJUN DETAINED (ETV Bharat)

ପୁରା ମାମଲା କ'ଣ ?

ଡିସେମ୍ବର 4, ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ 'ପୁଷ୍ପା ୨: ଦ ରୁଲ'ର ପ୍ରିମିୟର ସୋ ସମୟରେ ଘଟିଥିଲା ଅଘଟଣ । ଯେଉଁଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା ଏବଂ ତାଙ୍କୁ 8 ବର୍ଷୀୟ ଶିଶୁ ଗୁରୁତର ଆହତ ହୋଇଥିଲେ । ଏହି ସମୟରେ ଅଲ୍ଲୁ ଅର୍ଜୁନ ଥିଏଟରରେ ପହଞ୍ଚିଥିଲେ । ସେ ତାଙ୍କ ବ୍ୟକ୍ତିଗତ ସୁରକ୍ଷା ସହ ଥିଏଟରରେ ପହଞ୍ଚିଥିଲେ । ଫଳରେ 'ପୁଷ୍ପରାଜ'ଙ୍କ ଝଲକ ପାଇବା ପାଇଁ ସନ୍ଧ୍ୟା ଥିଏଟରରେ ବହୁ ସଂଖ୍ୟାରେ ଜନସମାଗମ ସହ ଦଳାଚକଟା ଭଳି ସ୍ଥିତି ଉପୁଜିଥିଲା । ଏହି ସମୟରେ 35 ବର୍ଷ ବୟସ୍କା ମହିଳା ନିଜ ପରିବାର ସହ ଫିଲ୍ମ ଦେଖିବାକୁ ଆସିଥିବା ବେଳେ ଅଘଟଣର ଶିକାର ହୋଇଥିଲେ । ଫଳରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କର ଆଠ ବର୍ଷର ପୁଅ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

ଘଟଣାରେ ପୂର୍ବରୁ 3ଜଣ ହୋଇଛନ୍ତି ଗିରଫ

ଘଟଣା ପରେ ମୃତକଙ୍କ ପରିବାର ଚିକ୍କଡପଲି ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଘଟଣା ନେଇ ଅଲ୍ଲୁ ଅର୍ଜୁନ ଏବଂ ଥିଏଟର ମ୍ୟାନେଜମ୍ୟାଣ୍ଟ ନାଁରୋ ମାମଲା ରୁଜୁ କରାଯାଇଥିଲା । ଚିକ୍କାଡାପଲି ପୋଲିସ୍ ଷ୍ଟେସନରେ ସମସ୍ତଙ୍କ ବିରୋଧରେ ଧାରା 105 , 118 (1) r / w 3 (5) BNS ଅନୁଯାୟୀ ହତ୍ୟା ମାମଲା ରୁଜୁ କରାଯାଇଥିଲା । ଏହା ପରେ ଗତ ରବିବାର ଦିନ ପୋଲିସ ଏହି ଘଟଣାରେ 3 ଜଣଙ୍କୁ ଗିରଫ କରିଛି । ସନ୍ଧ୍ୟା ଥିଏଟରର ମାଲିକ ଏମ ସନ୍ଦୀପ, ସିନିୟର ମ୍ୟାନେଜର ଏମ ନାଗରାଜୁ (51) ଏବଂ ଲୋଏର ବାଲକୋନି ଦାୟିତ୍ୱରେ ଥିବା ବିଜୟ ଚନ୍ଦ୍ର (53)ଙ୍କୁ ବାନ୍ଧିଥିଲା ପୋଲିସ । ବର୍ତ୍ତମାନ ଏନେଇ ପୋଲିସ ଅଲ୍ଲୁ ଅର୍ଜୁନଙ୍କୁ ପୋଲିସ ଗିରଫ କରିଛି ।

ଏହା ମଧ୍ୟ ପଢନ୍ତୁ: 'ପୁଷ୍ପା 2' ସ୍କ୍ରିନିଂରେ ମହିଳା ମୃତ୍ୟୁ ଘଟଣା; ଥିଏଟର ମାଲିକ ସମେତ 3 ଗିରଫ

ମୃତକଙ୍କ ପରିବାରକୁ ସହାୟତା ପାଇଁ ଦେଇଥିଲେ ପ୍ରତିଶୃତି

ଘଟଣା ପରେ ସୋସିଆଲ ମିଡିଆରେ ଭିଡିଓ କରି ଦୁଃଖ ପ୍ରକାଶ କରିବା ସହ ସହାୟତା ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ ଅଲ୍ଲୁ ଅର୍ଜୁନ । ସେ ତାଙ୍କ ପରିବାରକୁ 25 ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବା ସହ ଚିକିତ୍ସାଧୀନ ଶିଶୁର ସମସ୍ତ ଚିକିତ୍ସା ଖର୍ଚ୍ଚର ମଧ୍ୟ ଯତ୍ନ ନେବି ଓ ଯାହା ସମ୍ଭାବ୍ୟ ତାହା ସମର୍ଥନ ଯୋଗାଇବି ବୋଲି କହିଥିଲେ ।''

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 13, 2024, 12:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.