ETV Bharat / entertainment

ଆମୀର ଖାନଙ୍କ ଫେକ୍ ପଲିଟିକାଲ୍ ଭିଡିଓ ଭାଇରାଲ, ମାମଲା ରୁଜୁ କଲେ ଅଭିନେତା - Aamir Khan Fake Political Video

author img

By ETV Bharat Odisha Team

Published : Apr 16, 2024, 8:56 PM IST

Aamir Khan Fake Political Video: ଆମୀର ଖାନ ଫେକ୍ ପଲିଟିକାଲ୍ ଭିଡିଓ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଅଭିନେତା ଏନେଇ ମାମଲା ରୁଜୁ କରିବା ସହ ଏକ ବିବୃତ୍ତି ଜାରି କରି ଏପରି କରିଥିବା ଲୋକ ଉପରେ ବର୍ଷିଛନ୍ତି ।

ଆମୀର ଖାନଙ୍କ ଫେକ୍ ପଲିଟିକାଲ୍ ଭିଡିଓ ଭାଇରାଲ, ମାମଲା ରୁଜୁ କଲେ ଅଭିନେତା

ହାଇଦ୍ରାବାଦ: ଲୋକସଭା ନିର୍ବାଚନ 2024 ପାଇଁ କେବଳ କିଛି ଦିନ ବାକି ଅଛି । ଯାହାକୁ ନେଇ ଏବେ ସାରା ଦେଶରେ ରାଜନୈତିକ ମାହୋଲ ସରଗରମ ହେବା ସହ ସମସ୍ତ ଦଳ ନିଜର ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଏଥିସହ ବିଭିନ୍ନ ଦଳର ବିଭିନ୍ନ ତାରକା ସମର୍ଥନ କରି ନିର୍ବାଚନୀ ପ୍ରଚାର କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏଭଳି ପରିସ୍ଥିତିରେ ଅଭିନେତା ଆମୀର ଖାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ଆମୀର ଖାନ ଏକ ନିର୍ଦ୍ଦିଷ୍ଟ ପାର୍ଟିକୁ ପ୍ରୋତ୍ସାହିତ କରୁଥିବା ନଜର ଆସିଛନ୍ତି । ଯାହାକୁ ବର୍ତ୍ତମାନ ଅଭିନେତା ନକଲି ବୋଲି କହିବା ସହ ଏହା ବିରୁଦ୍ଧରେ ମାମଲା ରୁଜୁ କରିଛନ୍ତି ।

ଏକ ବିବୃତ୍ତି ଜାରି କରି ଆମୀର ଖାନଙ୍କ ଟିମ ଲେଖିଛନ୍ତି, 'ଆମେ ଏହା ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ ଆମୀର ଖାନ ତାଙ୍କ ୩୫ ବର୍ଷର କ୍ୟାରିଅରରେ କୌଣସି ରାଜନୈକ ଦଳକୁ ସମର୍ଥନ କରିନାହାଁନ୍ତି । 'ନିକଟରେ ଆମେ ଏକ ଭିଡିଓ ଭାଇରାଲ କରୁଥିବାର ଦେଖିଥିଲୁ ଯେଉଁଥିରେ କୁହାଯାଇଥିଲା ଯେ ଆମୀର ଏକ ନିର୍ଦ୍ଦିଷ୍ଟ ପାର୍ଟିକୁ ପ୍ରୋତ୍ସାହିତ କରୁଛନ୍ତି । ତେଣୁ ଆମୀର କହିବାକୁ ଚାହାଁନ୍ତି ଯେ ଏହି ଭିଡିଓଟି ନକଲି ଏବଂ ସଂପୂର୍ଣ୍ଣ ଭୁଲ ଅଟେ । ସେ ସମ୍ପୃକ୍ତ ଅଧିକାରୀଙ୍କୁ ଏ ସମ୍ପର୍କରେ ଜଣାଇଛନ୍ତି । ଏଥିରେ ମୁମ୍ବାଇ ପୋଲିସର ସାଇବର କ୍ରାଇମ ସେଲରେ ମାମଲା ମଧ୍ୟ ରୁଜୁ କରାଯାଇଛି।

ଏଥିରେ ଆହୁରି ମଧ୍ୟ ଲେଖାଅଛି, ଗତ ଅନେକ ନିର୍ବାଚନରେ ​​ଆମୀର ନିର୍ବାଚନ ଆୟୋଗର ଜନସଚେତନତା ଅଭିଯାନ ମାଧ୍ୟମରେ ଜନସଚେତନତା ବୃଦ୍ଧି କରିବାକୁ ଚେଷ୍ଟା କରିଛନ୍ତି । ହେଲେ କୌଣସି ନିର୍ଦ୍ଦିଷ୍ଟ ଦଳକୁ ସେ କେବେ ପ୍ରୋତ୍ସାହିତ କରିନାହାନ୍ତି । ସମସ୍ତଙ୍କର ଇଚ୍ଛା ମୁତାବକ ନିଜସ୍ୱ ଭୋଟ ଦେବାର ଅଧିକାର ଅଛି । ଏଣୁ ସମସ୍ତଙ୍କୁ ଭୋଟ୍ ଦେବାକୁ ଏବଂ ନିର୍ବାଚନର ଏକ ଅଂଶ ହେବାକୁ ଆମୀର ଖାନ ଅନୁରୋଧ କରିଛନ୍ତି । ସୂଚନା ଥାଉ କି, ପ୍ରାୟ ୩୧ ସେକେଣ୍ଡର ଏହି ଭାଇରାଲ୍ ଭିଡିଓରେ ଆମୀର ଖାନ୍ ଭାରତୀୟ ନାଗରିକଙ୍କୁ କୋଟିପତି ବୋଲି କହୁଛନ୍ତି । ଏହି ଭିଡିଓ ଶେଷରେ, ଏକ ରାଜନୈତିକ ଦଳର ଲୋଗୋ ଦେଖାଯାଏ ଏବଂ ଏହାକୁ ଭୋଟ୍ ଦେବାକୁ ମଧ୍ୟ କୁହାଯାଏ ।

ଏହା ମଧ୍ୟ ପଢନ୍ତୁ: କୌଣସି ଦଳରେ ମିଶିବେ ନାହିଁ, କି ନିର୍ବାଚନ ଲଢିବେ ନାହିଁ: ସ୍ପଷ୍ଟ କଲେ ସଞ୍ଜୟ ଦତ୍ତ

ଆମୀର ଖାନଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ୨୦୨୨ରେ ଆମୀରଙ୍କୁ ଶେଷ ଥର ପାଇଁ ଫିଲ୍ମ 'ଲାଲ ସିଂ ଚଢା'ରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ବକ୍ସ ଅଫିସରେ ଫ୍ଲପ ହୋଇଥିଲା । ଯାହା ପରେ ଫିଲ୍ମି ଦୁନିଆରୁ ବ୍ରେକ ନେଇଥିଲେ ଆମୀର ଖାନ । ତେବେ ଦୀର୍ଘ ଦିନର ବ୍ୟବଧାନ ପରେ ବର୍ତ୍ତମାନ ଆମୀର ପୁଣି ପରଦାକୁ ଫେରିବାକୁ ଯାଉଛନ୍ତି । ଆମୀର ଫିଲ୍ମ 'ସୀତାରେ ଜମିନ ପର' ସହ ଧମାକା କରିବାକୁ ପ୍ରସ୍ତୁତ ଅଛନ୍ତି । ଏହି ଫିଲ୍ମ ଚଳିତ ବର୍ଷ ଖ୍ରୀଷ୍ଟମାସରେ ମୁକ୍ତିଲାଭ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.