ହାଇଦ୍ରାବାଦ: ୫୯ ବର୍ଷରେ ପାଦ ଥାପିଲେ ବଲିଉଡର ମିଷ୍ଟର ପରଫେକ୍ସନଲିଷ୍ଟ ଆମୀର ଖାନ । ମାର୍ଚ୍ଚ ୧୪ ଅର୍ଥାତ୍ ଆଜି ସେ ନିଜ ଜନ୍ମଦିନ ପାଳନ କରୁଥିବା ବେଳେ ତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ । ଆମୀର ଖାନ ନିଜର ପୂର୍ବତନ ପତ୍ନୀ କିରଣ ରାଓଙ୍କ ସହ ନିଜ ଜନ୍ମଦିନ ଧୁମଧାମରେ ପାଳନ କରିଛନ୍ତି । ଏହି ସମୟରେ ତାଙ୍କ ନିର୍ମିତ ଫିଲ୍ମ 'ଲାପତା ଲେଡିଜ'ର ଷ୍ଟାରକାଷ୍ଟ ମଧ୍ୟ ସାମିଲ ହୋଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।
ଭାଇରାଲ ଭିଡିଓରେ ଆମୀର ଖାନ ପୂର୍ବତନ ପତ୍ନୀ କିରଣ ରାଓ ଏବଂ 'ଲାପତା ଲେଡିଜର ଷ୍ଟାରକାଷ୍ଟଙ୍କ ସହ ନିଜ ୫୯ତମ ଜନ୍ମଦିନ ପାଳନ କରୁଥିବା ନଜର ଆସିଛନ୍ତି । ଏହି ସମୟରେ ଅଭିନେତା ବ୍ଲାକ ଟି-ସାର୍ଟ ଏବଂ ବ୍ଲୁ ଜିନ୍ସରେ ନଜର ଆସିଥିବା ବେଳେ ସେ ଚକୋଲେଟ କେକ୍ କାଟୁଥିବା ନଜର ଆସିଛନ୍ତି । କେକ୍ କାଟିବା ପରେ ଆମୀର ଖାନଙ୍କ ପୂର୍ବତନ ପତ୍ନୀ ତାଙ୍କୁ ନିଜ ହାତରେ କେକ୍ ଖୁଆଇ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ଏହି ସମୟରେ 'ଲାପତା ଲେଡିଜ'ର ତାରକା ନିତାଂଶି ଗୋୟଲ, ପ୍ରତିଭା ରାଣ୍ଟା ଏବଂ ସ୍ପର୍ଶ ଶ୍ରୀବାସ୍ତବ ନଜର ଆସିଥିଲେ ।
ନିଜ ଜନ୍ମଦିନ ଅବସରରେ ଆମୀର ଖାନ ଉପହାର ନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ଯଦି ଆପଣଙ୍କ ମଧ୍ୟରୁ କେହି ମୋତେ ଉପହାର ଦେବାକୁ ଚାହାଁନ୍ତି, ତେବେ ସେ 'ଲାପତା ଲେଡିଜ' ଫିଲ୍ମର ଟିକେଟ କିଣି ଏହାକୁ ଦେଖନ୍ତୁ, ଏହା ହିଁ ମୋର ଉପହାର ହେବ । ଏଥିସହ ସେ ଫିଲ୍ମକୁ ଦେଇଥିବା ଭଲ ପାଇବା ପାଇଁ ଦର୍ଶକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସମସ୍ତେ ଆମୀରଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: ୧୬ ବର୍ଷ ପରେ ପୁଣି ଏକାଠି ଫିଲ୍ମ କରିବେ ଆମୀର-ଦର୍ଶିଲ, ପୋଷ୍ଟ ଦେଲା ହିଣ୍ଟ୍
ଆମୀର ଖାନଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ୧୪ ମାର୍ଚ୍ଚ ୧୯୬୫ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ଆମୀନ ଖାନ । ସେ ନିଜ କ୍ୟାରିୟରରେ ରାଜା ହିନ୍ଦୁସ୍ତାନୀ, 3 ଇଡିଅଟ୍ସ, ପି.କେ ଏବଂ ଦଙ୍ଗଲ ଭଳି ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ତାଙ୍କର ଅନେକ ପ୍ରଶଂସକ ଅଛନ୍ତି ଏବଂ ପ୍ରଶଂସକମାନେ ତାଙ୍କ ଅଭିନୟ ପାଇଁ ସର୍ବଦା ଦିୱାନା ହୋଇରହିଥାନ୍ତି । ୨୦୨୨ ରିଲିଜ ହୋଇଥିବା ଫିଲ୍ମ 'ଲାଲ ସିଂ ଚଢା' ଫ୍ଲପ ପରେ ବ୍ରେକ ନେଇଥିଲେ ଆମୀର ଖାନ । ତେବେ ଦୀର୍ଘ ଦିନର ବ୍ୟବଧାନ ପରେ ବର୍ତ୍ତମାନ ଆମୀର ପୁଣି ପରଦାକୁ ଫେରିବାକୁ ଯାଉଛନ୍ତି । ଆମୀର ଫିଲ୍ମ 'ସୀତାରେ ଜମିନ ପର' ସହ ଧମାକା କରିବାକୁ ପ୍ରସ୍ତୁତ ଅଛନ୍ତି । ଏହି ଫିଲ୍ମ ଚଳିତ ବର୍ଷ ଖ୍ରୀଷ୍ଟମାସରେ ମୁକ୍ତିଲାଭ କରିବ ।
ଏହା ମଧ୍ୟ ପଢନ୍ତୁ: କିରଣଙ୍କ ପାଇଁ ରୀନାଙ୍କୁ ଛାଡିଥିଲେ ଆମୀର ! ପ୍ରସଙ୍ଗକୁ ଖଣ୍ଡନ କଲେ ଅଭିନେତାଙ୍କ ପୂର୍ବ ପତ୍ନୀ