ETV Bharat / business

RBI ଗଭର୍ଣ୍ଣରଙ୍କ ଘୋଷଣା; ଲଗାତର ନବମ ଥର ଅପରିବର୍ତ୍ତିତ ରହିଲା ରେପୋ ରେଟ୍ - Repo Rate Unchanged - REPO RATE UNCHANGED

Reserve Bank Repo Rate Unchanged: ଏଥର ମଧ୍ୟ କମିବନି EMI ବୋଝ । ଲଗାତାର ନବମ ଥର ପାଇଁ ରେପୋ ରେଟ୍ 6.5%ରେ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ । ପଢନ୍ତୁ ପୂରା ଖବର

ସୁଧହାରକୁ ନେଇ ଆସିଲା ବଡ଼ ଖବର; ଜାଣନ୍ତୁ ବଢିଲା କି କମିଲା ଆପଣଙ୍କ ଲୋନ EMI
ସୁଧହାରକୁ ନେଇ ଆସିଲା ବଡ଼ ଖବର; ଜାଣନ୍ତୁ ବଢିଲା କି କମିଲା ଆପଣଙ୍କ ଲୋନ EMI (ETV Bharat Odisha)
author img

By ETV Bharat Odisha Team

Published : Aug 8, 2024, 10:55 AM IST

Updated : Aug 8, 2024, 11:23 AM IST

ନୂଆଦିଲ୍ଲୀ: ଏଥର ବି କମିବନି EMI ବୋଝ । କାରଣ ଭାରତୀୟ ରିଜର୍ଭ ବ୍ୟାଙ୍କ ସୁଧହାରରେ କୌଣସି ପରିବର୍ତ୍ତନ ଆଣୁନାହିଁ । ଲଗାତାର ନବମ ଥର ପାଇଁ ରେପୋ ରେଟ୍ 6.5 ପ୍ରତିଶତରେ ସ୍ଥିର ରଖିଛି ଆରବିଆଇ । କେନ୍ଦ୍ର ବଜେଟ ପରେ ଅନୁଷ୍ଠିତ ପ୍ରଥମ ମୁଦ୍ରାନୀତି କମିଟିର ବୈଠକରେ ରେପୋ ରେଟ୍ ଅପରିବର୍ତ୍ତିତ ରହିବା ନେଇ ନିଷ୍ପତ୍ତି ହୋଇଛି । ଏନେଇ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି (ଗୁରୁବାର) ଘୋଷଣା କରିଛନ୍ତି । ଏହାର ଅର୍ଥ ଏଥର ମଧ୍ୟ ଲୋନ EMIରେ କୌଣସି ଆଶ୍ୱସ୍ତି ମିଳିବ ନାହିଁ ।

ଅଭିବୃଦ୍ଧି ହାର 7.2% ଆକଳନ:

ଶକ୍ତିକାନ୍ତ ଦାସ କହିଛନ୍ତି, ''ମୁଦ୍ରାନୀତି କମିଟିର (MPC) 6 ସଦସ୍ୟଙ୍କ ମଧ୍ୟରୁ 4 ଜଣ ରେପୋ ରେଟ୍‌ରେ ଅପରିବର୍ତ୍ତିତ ରଖିବାକୁ ମତ ଦେଇଥିଲେ । ବିକାଶଶୀଳ ସାମଗ୍ରିକ ଅର୍ଥନୀତି ଓ ଆର୍ଥିକ ସ୍ଥିତିର ବିସ୍ତୃତ ମୂଲ୍ୟାଙ୍କନ କରାଯିବା ପରେ କମିଟି 4:2 ବହୁମତରେ ରେପୋ ରେଟ୍ 6.5% ପ୍ରତିଶତରେ ସ୍ଥିର ରଖିବାକୁ ନିଷ୍ପତ୍ତି ନେଇଛି ।'' ଏହି କ୍ରମରେ ସ୍ଥାୟୀ ଜମା ସୁବିଧା (SDF) 6.25% ଓ ସୀମାନ୍ତ ଜମା ସୁବିଧା (MSF) 6.75%ରେ ଅପରିବର୍ତ୍ତିତ ରହିଛି । ଏଥିସହ ରିଜର୍ଭ ବ୍ୟାଙ୍କ 2025 ଆର୍ଥିକ ବର୍ଷ ପାଇଁ ବାସ୍ତବ ଜିଡିପି ଅଭିବୃଦ୍ଧି ହାର 7.2% ଆକଳନ କରିଛି । ସେହିପରି ମୁଦ୍ରାସ୍ଫୀତି ଅନୁମାନ 4.5% ରଖାଯାଇଛି ।

ରେପୋ ରେଟ୍ ଘୋଷଣା ସହିତ ଆରବିଆଇ ଗଭର୍ଣ୍ଣର ଗ୍ଲୋବାଲ ସଙ୍କଟ ଉପରେ ମଧ୍ୟ ଚିନ୍ତା ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ବର୍ତ୍ତମାନର ଗ୍ଲୋବାଲ ସ୍ଥିତି ଖୁବ୍ ଚ୍ୟାଲେଞ୍ଜିଙ୍ଗ । କିଛି ଦେଶର କେନ୍ଦ୍ରୀୟ ବ୍ୟାଙ୍କ ସୁଧହାର ହ୍ରାସ ପାଇଁ ଚିନ୍ତା କରୁଥିବାବେଳେ ଆଉ କିଛି ଦେଶ ସୁଧହାର ବଢାଇବାକୁ ବିଚାର କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସେୟାର ବଜାରରେ ଝଡ଼, ନିବେଶକଙ୍କ ବୁଡ଼ିଗଲା ୧୫ ଲକ୍ଷ କୋଟି - Share Market Highlights

ରେପୋ ରେଟ୍ କ'ଣ ?

ଏଠାରେ ଉଲ୍ଲେଖଯୋଗ୍ୟ, ଯେଉଁ ସୁଧହାରରେ ରିଜର୍ଭ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କଗୁଡିକୁ ଋଣ ଦେଇଥାଏ ତାହା ହେଉଛି ରେପୋ ରେଟ୍ । ଏହି ରେଟ୍ ବଢିଲେ ବାଣିଜ୍ୟିକ ବ୍ୟାଙ୍କଗୁଡିକ ଗ୍ରାହକଙ୍କ ଠାରୁ ଲୋନ ଉପରେ ଅଧିକ ସୁଧ ନେଇଥାନ୍ତି । ତେଣୁ ରେପୋ ରେଟରେ କୌଣସି ପ୍ରକାର ପରିବର୍ତ୍ତନ ହେଲେ ବ୍ୟାଙ୍କ ଲୋନ ଓ EMI ପ୍ରଭାବିତ ହୋଇଥାଏ ।

Last Updated : Aug 8, 2024, 11:23 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.