ETV Bharat / business

New Rules In September: ଆଜିଠୁ ବଡ଼ ପରିବର୍ତ୍ତନ, ପକେଟକୁ ପ୍ରଭାବିତ କରିପାରେ ୬ ନୂଆ ନିୟମ - 6 Major New Rules In September

author img

By ETV Bharat Odisha Team

Published : Aug 30, 2024, 3:04 PM IST

Updated : Sep 1, 2024, 10:55 AM IST

6 Major Rules That Might Change Household Budget In September : ଚଳିତ ମାସ ଆରମ୍ଭରୁ ଅର୍ଥାତ୍ ଆଜିଠୁ ଲାଗୁ ହୋଇଛି ନୂଆ ନିୟମ । 6ଟି କ୍ଷେତ୍ରରେ ନିୟମ ପରିବର୍ତ୍ତନ ହୋଇଛି । କେଉଁ କ୍ଷେତ୍ରରେ ପରିବର୍ତ୍ତନ ହୋଇଛି ଏବଂ ଏହା କି ପ୍ରକାର ପ୍ରଭାବ ପକାଇବ, ଜାଣନ୍ତୁ ।

Rule Change
Rule Change (ETV Bharat)

ହାଇଦ୍ରାବାଦ: ବିଭିନ୍ନ ଅତ୍ୟାବଶକୀୟ ସାମଗ୍ରୀ ଦରରେ ବଡ଼ ଧରଣର ପରିବର୍ତ୍ତନ । ଫଳରେ ଏହା ଦୈନନ୍ଦିନ ଜୀବନରେ ପ୍ରଭାବ ପକାଇବର ଆଶଙ୍କା ରହିଛି । ଏଲପିଜି ଦରରୁ ଆରମ୍ଭ କରି କ୍ରେଡିଟ କାର୍ଡ ଆଦି ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ଦେଖିବାକୁ ମିଳଉ । ତେବେ କେଉଁ 6ଟି ନିୟମରେ ପରିବର୍ତ୍ତନ ହୋଇଛି । ଆଉ ଏହା କିପ୍ରକାର ପ୍ରଭାବ ପକାଇବ ଜାଣନ୍ତୁ।

1. LPG ସିଲିଣ୍ଡର ଦର: ତୈଳ କମ୍ପାନୀ ଗୁଡ଼ିକ ରନ୍ଧନ ଗ୍ୟାସ ଦରରେ ପ୍ରତି ମାସରେ ପରିବର୍ତ୍ତନ କରିଥାନ୍ତି । ତେବେ ଆଜିଠୁ ରନ୍ଧନ ଗ୍ୟାସ ଦରରେ ପରିବର୍ତ୍ତନ ହୋଇଛି । ଗତ ମାସରେ LPGର ବ୍ୟବସାୟିକ ମୂଲ୍ୟ 8ଟଙ୍କା 50ପଇସା ବୃଦ୍ଧିପାଇଥିଲା । ସେହିପରି ଗତ ଜୁଲାଇ ମାସରେ ଲିଟର ପିଛା 30ଟଙ୍କା ହ୍ରାସ ପାଇଥିଲା ଦର ।

2. ATF ଏବଂ CNG-PNG ଦରରେ ପରିବର୍ତ୍ତନ:

ଏଲପିଜି ସିଲିଣ୍ଡର ଦରବୃଦ୍ଧି ସାଙ୍ଗକୁ ସିଏନଜି ଦରରେ ମଧ୍ୟ ପରିବର୍ତ୍ତନ ହୋଇଛି । ଖାଲି ସେତିକି ନୁହେଁ, ଏୟାର ଟରବାଇନ ଇନ୍ଧନ ବା ATF ଦରରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି।

6 Major Rules That Might Change Household Budget from September 1
6 Major Rules That Might Change Household Budget from September 1 (ETV Bharat)

3. TRAIର ନୂଆ ଗାଇଡଲାଇନ:

ଚଳିତ ମାସ ଆରମ୍ଭରୁ ଲାଗୁ ହେବା ନୂଆ ଟେଲିକମ ଗାଇଡଲାଇନ । ଯାହାକି ଫେକ୍ କଲ ଓ ମେସେଜରୁ ଗ୍ରାହକଙ୍କୁ ସୁରକ୍ଷା ପ୍ରଦାନ କରିବ । ଟେଲିକମ ରେଗୁଲେଟୋରୀ ଅଥୋରିଟି ଅଫ୍ ଇଣ୍ଡିଆ (TRAI) ଏନେଇ କଠୋର ପଦକ୍ଷେପ ଗ୍ରହଣ କରିଛି ।

4. ବଦଳିବ କ୍ରେଡିଟ୍ କାର୍ଡ ନିୟମ:

4. ସେପ୍ଟେମ୍ବର ପହିଲା ଅର୍ଥାତ୍ ଆଜିଠାରୁ କ୍ରେଡିଟ୍ କାର୍ଡର ନିୟମାବଳୀରେ ମଧ୍ୟ ପରିବର୍ତ୍ତନ ହୋଇଛି । HDFC ବ୍ୟାଙ୍କ ରିୱାର୍ଡ ପଏଣ୍ଟ ହ୍ରାସ କରିବ ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା । ପୂର୍ବରୁ ଶିକ୍ଷାଗ୍ରହଣ ପାଇଁ ପିଲାମାନେ ବ୍ୟବହାର କରୁଥିବା ଅନଲାଇନ ଆପ୍ଲିକେସନ ପାଇଁ ବିଭିନ୍ନ ଅଫର ରହୁଥିଲା । ହେଲେ ଏବେ ଗ୍ରାହକଙ୍କୁ ସେଭଳି ଆକର୍ଷଣୀୟ ଅଫର ମିଳିବ ନାହିଁ । ସେହିପରି IDFC ବ୍ୟାଙ୍କ ମଧ୍ୟ ସର୍ବନିମ୍ନ ଦେୟ ରାଶି ପରିବର୍ତ୍ତନ କରିବ ବୋଲି ଜଣାପଡ଼ିଛି । ଯାହାର ଧାର୍ଯ୍ୟ ସମୟ ପୂର୍ବରୁ 18ରୁ 15 ଦିନ ଥିବାବେଳେ ଏବେ ସେଥିରେ ବି ପରିବର୍ତ୍ତନ ହେବ ।

5. DA ବୃଦ୍ଧି ପାଇବା ସମ୍ଭାବନା:

କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢିବାର ସମ୍ଭାବନା ଥିବା ଚର୍ଚ୍ଚା ହୋଇଥିଲା । 3% ପର୍ଯ୍ୟନ୍ତ DA ବଢାଇପାରନ୍ତି ସରକାର । ବର୍ତ୍ତମାନ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା 50% ଥିବାବେଳେ ଏହା ବୃଦ୍ଧି ପାଇ 53% ରେ ପହଞ୍ଚିପାରେ ।

6. ଫ୍ରି ଆଧାରକାର୍ଡ ଅପଡେଟର ସମୟସୀମା ବୃଦ୍ଧି:

ଆଧାରକାର୍ଡ ଅପଡେଟ୍ କରିବାର ସମୟସୀମାକୁ ସେପ୍ଟେମ୍ବର 14 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ସମୟ ଅବଧି ମଧ୍ୟରେ ଆପଣ ବିନା କୌଣସି ମୂଲ୍ୟରେ ନିଜର ଆଧାରକାର୍ଡ ଅପଡେଟ୍ କରିପାରିବେ । ହେଲେ ସେପ୍ଟେମ୍ବର 14 ତାରିଖ ପରେ ଅପଡେଟ୍ କରିବାକୁ ହେଲେ ଏଥିପାଇଁ ଧାର୍ଯ୍ୟ ପରିମାଣର ଟଙ୍କା ଦେବାକୁ ପଡ଼ିବ।

ଏହା ବି ପଢନ୍ତୁ...ହାଉସିଂ ଫାଇନାନ୍ସ କମ୍ପାନୀଗୁଡିକ ପାଇଁ ନିୟମାବଳୀ ଢାଞ୍ଚାର ସମନ୍ବୟ - Housing Finance Companies

ସୌଜନ୍ୟ: RKC

Last Updated : Sep 1, 2024, 10:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.