ETV Bharat / business

ମହଙ୍ଗା ହେଲା ଅମୂଲ କ୍ଷୀର, ଲିଟର ପିଛା 2 ଟଙ୍କା ବୃଦ୍ଧି - Amul milk price hikes

author img

By ETV Bharat Odisha Team

Published : Jun 3, 2024, 7:37 AM IST

Amul hikes milk price: ବୃଦ୍ଧି ହେଲେ ଅମୂଲ କ୍ଷୀରର ମୂଲ୍ୟ । ଲିଟର ପିଛା 2 ଟଙ୍କା ବୃଦ୍ଧି କଲା ଗୁଜୁରାଟ କୋଅପରେଟିଭ ମିଲ୍କ ମାର୍କେଟିଂ ଫେଡେରେଶନ । ଅଧିକ ପଢନ୍ତୁ

Amul hikes milk price
Amul hikes milk price (ANI)

ନୂଆଦିଲ୍ଲୀ: ମାସ ଆରମ୍ଭରୁ ଖାଉଟିଙ୍କୁ ଝଟ୍‌କା । ମହଙ୍ଗା ହେଲା ଅମୂଲ କ୍ଷୀର । ଗୁଜୁରାଟ କୋଅପରେଟିଭ ମିଲ୍କ ମାର୍କେଟିଂ ଫେଡେରେଶନ ସାରା ଦେଶରେ ଅମୂଲ କ୍ଷୀରର ମୂଲ୍ୟ ଲିଟର ପିଛି 2 ଟଙ୍କା ବୃଦ୍ଧି କରିଛି । ଆଜିଠାରୁ ନୂଆ ଦରରେ ଅମୂଲ କ୍ଷୀର କିଣିବେ ଗ୍ରାହକ । ଅମୂଲ ଗୋଲ୍ଟ, ଅମୂଲ ଶକ୍ତି, ଅମୁଲ ଟି ସ୍ପେସିଆଲ କ୍ଷୀର ଦର ମଧ୍ୟ ଲିଟର ପିଛା 2 ଟଙ୍କା ବୃଦ୍ଧି ହୋଇଛି ।

ଅମୂଲ କ୍ଷୀରର ନୂଆ ଦର
ଅମୂଲ ଗୋଲ୍ଡ 66
ଅମୂଲ ଟି ସ୍ପେସିଆଲ 64
ଅମୂଲ ଶକ୍ତି 62
ଅମୂଲ ତାଜ 56

ପୂର୍ବରୁ ଅମୂଲ ଗୋଲ୍ଡ କ୍ଷୀରର ମୂଲ୍ୟ ଲିଟର ପିଛା 64 ରହିଥିବା ବେଳେ ଏବେ 66 ଟଙ୍କାକୁ ବୃଦ୍ଧି ପାଇଛି। ଏଥି ସହିତ ଅମୂଲ ଟି ସ୍ପେସିଆଲ କ୍ଷୀରର ମୂଲ୍ୟ ଲିଟର ପିଛା 62 ରୁ 64 ଟଙ୍କାକୁ ବୃଦ୍ଧି ପାଇଛି। ଅମୂଲ ଶକ୍ତିର ମୂଲ୍ୟ 62ଟଙ୍କା ଓ ଅମୂଲ ତାଜର ଦର 56 ଟଙ୍କା ହୋଇଛି । ସେହିପରି 500 ମଲି ଅମୁଲ ଗୋଲ୍ଡ ବର୍ତ୍ତମାନ 32 ଟଙ୍କାରେ ବଜାରରେ ବିକ୍ରି ହେଉଛି । ଆମୁଲ ଷ୍ଟାଣ୍ଡାର୍ଡ 500 ମିଲି ପ୍ରତି 29 ଟଙ୍କା, 500 ମିଲି ଅମୁଲ ତାଜା 26 ଟଙ୍କା ଏବଂ 'ଅମୁଲ-ଟି ସ୍ପେସିଆଲ ହାପ ଲିଟର 30 ଟଙ୍କାରେ ବିକ୍ରି ହେଉଛି ।

ଏହା ମଧ୍ୟ ପଢନ୍ତୁ-୧୯ ଟଙ୍କା କମିଲା କମର୍ସିିଆଲ ଗ୍ୟାସ ଦର - Commercial LPG price cut

ବର୍ଦ୍ଧିତ ଦର ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, କ୍ଷୀରର ବର୍ଦ୍ଧିତ ମୂଲ୍ୟ ମାତ୍ର 3 ରୁ 4 ପ୍ରତିଶତ ବୃଦ୍ଧି ହୋଇଛି। ଯାହା ଖାଦ୍ୟ ମୁଦ୍ରାସ୍ଫୀତିଠାରୁ କମ୍ ଅଟେ । ପୂର୍ବରୁ ଅମୂଲ କ୍ଷୀରର ମୂଲ୍ୟ ଗତ ବର୍ଷ ଫେବୃଆରୀ ରେ ବୃଦ୍ଧି କରାଯାଇଥିଲା। ତେଣୁ ମୂଲ୍ୟ ବୃଦ୍ଧି କରିବା ଆବଶ୍ୟକ ଥିଲା। ଦୁଗ୍ଧ ଉତ୍ପାଦନ ଏବଂ ମୂଲ୍ୟ ବୃଦ୍ଧି ହେତୁ ଏହି ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ ଦହିର ମୂଲ୍ୟ ମଧ୍ୟ ବୃଦ୍ଧି କରାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ସରକାରୀ ସ୍ଥରରେ ସୂଚନା ଦିଆୟାଇନାହିଁ । ଗୁଜୁରାଟ ବ୍ୟତିତ ଏହି ଦର ଦେଶର ସମସ୍ତ ରାଜ୍ୟରେ ଲାଗୁ କରାଯାଇଛି । ଗତ 2023 ପେବୃଆରୀ ମାସରେ ଦେଶର ଅଗ୍ରଣୀ କ୍ଷୀର ଉତ୍ପାଦନକାରୀ କମ୍ପାନୀ ଅମୂଲ ଡାଏରୀ ଏହାର କ୍ଷୀର ଦାମରେ 3 ଟଙ୍କା ବୃଦ୍ଧି କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.