ETV Bharat / bharat

'ମୁଁ ମୋ ମାଆଙ୍କୁ ହତ୍ୟା କରିଛି'; Sorry ମାଆ.., ଜନ୍ମଦାତ୍ରୀକୁ ଗଳାକାଟି ହତ୍ୟା କରିବା ପରେ ସୋସିଆଲ ମିଡିଆରେ କ୍ଷମା ମାଗିଲା ପୁଅ - Son Killed Mother

author img

By ETV Bharat Odisha Team

Published : Aug 31, 2024, 9:14 PM IST

Son Killed Mother: ମାଆର ଗଳାକାଟି ହତ୍ୟା କଲା ପୁଅ । ସୋସିଆଲ ମିଡିଆରେ ମାଆ ଫଟୋ ପୋଷ୍ଟ କରି କ୍ଷମା ମାଗିଲା ପୁଅ । ତେବେ ପୁଅ ନିଜ ମାଆକୁ କାହିଁକି ହତ୍ୟା କଲା । ଅଧିକ ପଢ଼ନ୍ତୁ

Son Killed Mother
Son Killed Mother (ETV Bharat Odisha)

ଗାନ୍ଧୀନଗର: ମୁଁ ମୋ ମାଆଙ୍କୁ ମାରି ଦେଇଛି । "Sorry ମାଆ । I Miss You ମାଆ । ଓମ୍‌ ଶାନ୍ତି । ନିଜ ମାଆକୁ ଗଳାକାଟି ହତ୍ୟା କରିବା ପରେ ମାଆ ଫଟୋ ସହ ଏଭଳି କିଛି ଲେଖି ସୋସିଆଲ ମିଡିଆରେ ପୋଷ୍ଟ କରିଛି ପୁଅ । ତେବେ ନିଜ ମାଆକୁ ଯଦି ପୁଅ ଏତେ ଭଲ ପାଉଥିଲା ତେବେ କାହିଁକି ହତ୍ୟା କଲା । ଏହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ମାଆକୁ ହତ୍ୟା ପରେ ସୋସିଆଲ ମିଡିଆରେ କ୍ଷମା ମାଗିଲା ପୁଅ:

ପୋଲିସ ସୂଚନା ଅନୁସାରେ, ଗୁଜୁରାଟ ରାଜକୋଟ ସହର ୟୁନିଭର୍ସିଟି ରୋଡର ଭାଗବତ ସିଂ ଗାର୍ଡେନର ମ୍ୟୁନିସିପାଲିଟି କ୍ୱାର୍ଟରରେ ରହୁଥିବା ଜଣେ ୪୬ ବର୍ଷିୟା ମହିଳାଙ୍କୁ ହତ୍ୟା କରାଯାଇଛି । ଉକ୍ତ ମହିଳାଙ୍କୁ ହତ୍ୟା କରିଛି ଖୋଦ ନିଜ ଜନ୍ମ କାଲ ପୁଅ । ଆଉ ମାଆକୁ ହତ୍ୟା କରିବା ପରେ ସୋସିଆଲ ମିଡିଆରେ ମାଆଙ୍କ ଫଟୋକୁ ସେୟାର କରି କ୍ଷମା ପ୍ରାର୍ଥନା କରିଛି ପୁଅ । ତେବେ ସୋସିଆଲ ପିଡ଼ିଆରେ ଫଟୋ ପୋଷ୍ଟ କରି ଲେଖିଛି ଯେ "I Kill My To My Mom. Loss My Life, Sorry Mom , Om Shanti, Miss You Mom" । ମାଆକୁ ହତ୍ୟା କରିବା ପରେ ଏନେଇ ନିଜ ସାଙ୍ଗକୁ ଫୋନ କରି ଜଣାଇଥିଲା । ସେପଟେ ଯୁବକଙ୍କ ସାଙ୍ଗ ଏନେଇ ପୋଲିସକୁ ଜଣାଇବାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଅଭିଯୁକ୍ତ ପୁଅକୁ ଗିରଫ କରିଛି ପୋଲିସ ।

ମାକୁ କାହିଁକି ହତ୍ୟା କଲା ପୁଅ:

ମାଆଙ୍କୁ କାହିଁକି ହତ୍ୟା କଲା ସେ ନେଇ ପୋଲିସ ପଚରାଉଚରା କଲା ବେଳେ ଅଭିଯୁକ୍ତ ପୁଅ ଆଶ୍ଚର୍ଯ୍ୟ କଲା ଭଳି କଥା କହିଛି । ଯୁବକଙ୍କ କହିବା ଅନୁସାରେ, ଦୀର୍ଘ ୨୦ ବର୍ଷ ତଳେ ବାପା ମାଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା । ଗତ କିଛି ଦିନ ଧରି ତାଙ୍କ ମାଆ ମାନସିକ ଭାବରେ ଅସୁସ୍ଥ ଥିଲେ । ତାଙ୍କ ଦରମା ବହୁତ କମ୍‌ ଥିଲା । ତେଣୁ ମାଆଙ୍କୁ ମେଡିସିନ କିଣି ଦେବା ସମ୍ଭବ ହେଉନଥିଲା । ଯାହାକୁ ନେଇ ଗତ ଏକ ମାସ ପୂର୍ବରୁ ମେଡିସିନ ଖାଇବା ବନ୍ଦ କରିଦେଇଥିଲେ ମାଆ । ଫଳରେ ତାଙ୍କ ମାନସିକ ସ୍ଥିତି ଅଧିକ ବିଗିଡ଼ି ଯାଇଥିଲା । ଏହାକୁ ନେଇ ସବୁବେଳେ ମାଆ ଝଗଡ଼ା କରୁଥିଲେ । ମାଆଙ୍କ ସ୍ବାସ୍ଥ୍ୟକୁ ନେଇ ପୁଅ ଚିନ୍ତିତ ଥିଲେ । ତେଣୁ ବାଧ୍ୟ ହୋଇ ମାଆଙ୍କ ଗଳା କାଟି ହତ୍ୟା କରିଛି ।

ଏହା ମଧ୍ୟ ପଢ଼ନ୍ତୁ...Bhubaneswar Murder:ନାବାଳକର ନାରକୀୟ କାଣ୍ଡ; ପ୍ରେମରେ କଣ୍ଟା ସାଜିଲେ ଯୁବତୀଙ୍କ ଦାଦା, ଶରୀରରୁ ଅଲଗା କରିଦେଲା ମୁଣ୍ଡ - Minor Boy Killed Lovers Uncle

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.