ETV Bharat / bharat

କ୍ଲାଉଡବର୍ଷ୍ଟ କଣ; କାହିଁକି ମୁସ୍କିଲ ଏହାର ଭବିଷ୍ୟବାଣୀ ? - What Is Cloudburst

author img

By ETV Bharat Odisha Team

Published : Aug 1, 2024, 10:28 PM IST

What are Cloudbursts: ବାଦଲ ଫାଟିବାର କିଛି ସମୟ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥାଏ । ତେବେ ସତରେ କଣ ବାଦଲ ଫାଟେ ? ବାଦଲ ଫଟା ବର୍ଷା ଯୋଗୁଁ କାହିଁକି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ ? ଅଧିକ ପଢନ୍ତୁ

What are Cloudbursts
What are Cloudbursts (ETV Bharat Odisha)

ହାଇଦ୍ରାବାଦ: ହିମାଚଳ ପ୍ରଦେଶର ସିମଲା, ମଣ୍ଡି ଓ କୁଲ୍ଲୁ ଜିଲ୍ଲାରେ ଗୁରୁବାର ସକାଳେ ବାଦଲ ଫଟା ବର୍ଷା ଯୋଗୁଁ 13 ଜଣଙ୍କ ମୃତ୍ୟୁ ଘଟିଛି । ଏହାସହ 50ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ବାଦଲ ଫାଟିବା ଯୋଗୁଁ ତିନି ଜିଲ୍ଲାରେ ଭୟଙ୍କର ସ୍ଥିତି ଉପୁଜିଛି । ଅନେକ ଘର, ବିଦ୍ୟାଳୟ ଓ ହସ୍ପିଟାଲ କ୍ଷତିଗ୍ରସ୍ତ ହୋଇଛି । ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କୌଣସି ଅଘଟଣରୁ ବର୍ତ୍ତିବା ଲାଗି ସ୍ଥିତି ସ୍ବାଭାବିକ ହେବା ପର୍ଯ୍ୟନ୍ତ ଅଞ୍ଚଳରେ ସ୍କୁଲ ଓ କଲେଜ ବନ୍ଦ ରଖାଯାଇଛି । ମୁଖ୍ୟମନ୍ତ୍ରୀ ସୁଖୱିନ୍ଦର ସିଂ ସୁଖୁଙ୍କ କହିବାନୁସାରେ ଏନଡିଆରଏଫ, ଏସଡିଆରଏଫ ଓ ଅନ୍ୟ ଉଦ୍ଧାରକାରୀ ଟିମ ନିୟୋଜିତ ଅଛନ୍ତି । ଏପରିକି ସେନା ଅଧିକାରୀଙ୍କ ସହମତି ଲୋଡ଼ାଯାଇଥିବା ବେଳେ ବାୟୁସେନା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛି ।

CLOUDBURST IN HIMACHAL PRADESH
CLOUDBURST IN HIMACHAL PRADESH (ETV Bharat Odisha)

ବାଦଲ ଫାଟିବା ମାନେ କଣ ?

ବାଦଲ ଫାଟିବା ଅର୍ଥ ଭୀଷଣ ବର୍ଷାକୁ କୁହାଯାଏ । ଯାହାକି କମ ସମୟ ପର୍ଯ୍ୟନ୍ତ ହୋଇଥାଏ, ହେଲେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥାଏ । ସାଧାରଣତଃ ପାହାଡ଼ିଆ ଅଞ୍ଚଳରେ ବାଦଲ ଫଟା ବର୍ଷା ହୋଇଥାଏ । ହିମାଚଳ ପ୍ରଦେଶରେ ଅଧିକାଂଶ ଏପରି ବର୍ଷା ପଶ୍ଚିମ ଘାଟ ଅଞ୍ଚଳରେ ପରିଲକ୍ଷିତ ହୁଏ । ଏହା ସେତେବେଳେ ହୁଏ, ଯେତେବେଳେ ଗରମ ଓ ଥଣ୍ଡା ପବନ ମିଶି ବାଦଲ ସୃଷ୍ଟି କରିଥାନ୍ତି । ସମସ୍ତ ପ୍ରବଳ ବର୍ଷାକୁ ବାଦଲ ଫଟା ବର୍ଷା କୁହାଯାଇପାରିବ ନାହିଁ । ଯଦି 100 ବର୍ଗ କିଲୋମିଟର ଅଞ୍ଚଳରେ 10ସେମିରୁ ଅଧିକ ବର୍ଷା ରେକର୍ଡ କରାଯାଏ, ତେବେ ଏହାକୁ ବାଦଲ ଫଟା ବର୍ଷା ବୋଲି କୁହାଯାଏ ।

କାହିଁକି ବାଦଲ ଫାଟେ ?

ଖୁବ ଜୋରରେ ଘଡଘଡି ସହିତ ପ୍ରବଳ ବର୍ଷା ହେଲେ ସମୟରେ ବାଦଲ ଫଟା ଘଟଣା ଘଟିଥାଏ । ଏଭଳି ସ୍ଥିତିରେ ଆର୍ଦ୍ରତା ମେଘଖଣ୍ଡ ଗୁଡ଼ିକ ଗୋଟିଏ ସ୍ଥାନରେ ବହୁ ପରିମାଣରେ ଏକାଠି ହୁଏ ଏବଂ ଜଳ ବୁନ୍ଦା ହୋଇ ଏକାଠି ବର୍ଷିଥାଏ । ଏହି ଜଳ ବୁନ୍ଦା ଗୁଡିକର ଅଧିକ ଓଜନ କାରଣରୁ ମେଘର ଘନତା ବଢିଯାଏ ଏବଂ ହଠାତ୍ ପ୍ରବଳ ବର୍ଷା ଆରମ୍ଭ ହୁଏ । ଏପରି ସ୍ଥିତିରେ ଯେତେବେଳେ ଗରମ ପବନ ପ୍ରବାହ ବର୍ଷା ବୁନ୍ଦା ସହିତ ମିଶି ସ୍ବାଭାବିକ ପ୍ରବାହରେ ବାଧା ସୃଷ୍ଟି କରେ, ଯେଉଁ କାରଣରୁ ଜଳ ଜମିଯାଏ ଏବଂ ବାଦଲ ଫାଟିଯାଏ ।

ବାଦଲ ଫଟା ବର୍ଷା ସମ୍ପର୍କରେ ପୂର୍ବରୁ ଜାଣିହୁଏ କି ?

କହିରଖୁଛୁ କି, ବାଦଲ ଫଟା ବର୍ଷା ଅକସ୍ମାକ ହୋଇଥାଏ । ବାଦଲ ଫଟା ବର୍ଷା ୟୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ । ଯାହାକି ହଠାତ ନଦୀ, ନାଳର ଜଳସ୍ତର ବୃଦ୍ଧି କରିବା ସହ ଜନବସତି ଆଡ଼କୁ ମୁହାଁଇ ଘରଦ୍ବାର ଭସାଇ ନିଏ । ଏହି ଜଳ ପ୍ରବାହର ବଳ ଏପରି ରହିଥାଏ କି, ଗଛକୁ ଚେର ସହିତ ଉପାଡିନିଏ । ବାଦଲ ଫଟା ବର୍ଷା ଯୋଗୁଁ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହେଉଥିବା ବେଳେ ସମତଳ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି କରେ ।

ହିମାଚଳରେ କାହିଁକି ବାରମ୍ବାର ଏହି ଘଟଣା ଘଟୁଛି ?

ବାଦଲ ଫଟା ବର୍ଷା ଏକ ଅସାଧାରଣ ଘଟଣା ନୁହେଁ । ଏପରି ଘଟଣାଗୁଡ଼ିକ ମୁଖ୍ୟତଃ ହିମାଳୟ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଘଟିଥାଏ । ଯେଉଁଠାରେ ସ୍ଥାନୀୟ ଟପୋଲୋଜି, ପବନ ପ୍ରଣାଳୀ (ୱିଣ୍ଡ ସିଷ୍ଟମ) ଏବଂ ନିମ୍ନ ଓ ଉପର ବାତାବରଣ ମଧ୍ୟରେ ତାପମାତ୍ରା ଗ୍ରେଡିଏଣ୍ଟ୍ ଏଭଳି ସ୍ଥିତି ପାଇଁ ଅନୁକୂଳ ରହିଥାଏ ।

କଣ କୁହନ୍ତି IMD ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ?

ଏ ନେଇ ଭାରତୀୟ ପାଣିପାଗ କେନ୍ଦ୍ରର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, " ବାଦଲ ଫାଟିବା ଘଟଣା ହିମାଳୟ ଓ ଏହାର ପଶ୍ଚିମ ଘାଟର ପାର୍ବତ୍ୟ ଅଞ୍ଚଳରେ ଦେଖାଦିଏ । ଯେତେବେଳେ ମୌସୁମୀର ଗରମ ପବନ ଥଣ୍ଡା ପବନ ସଂସ୍ପର୍ଶରେ ଆସନ୍ତି, ସେତେବେଳେ ଏକ ବଡ଼ ମେଘଖଣ୍ଡ ସୃଷ୍ଟି ହୋଇଥାଏ । ଯାହାକି ଏକ ସମୟରେ ବର୍ଷିଲେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥାଏ ।"

ଏହା ବି ପଢନ୍ତୁ- କେରଳ ପରେ ହିମାଚଳ-ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ; ବାଦଲଫଟା ବର୍ଷାରେ ୧୩ ମୃତ, ୫୦ରୁ ଅଧିକ ଲୋକଙ୍କ ମିଳୁନି ପତ୍ତା

ଅନ୍ୟପଟେ ସ୍କାଇମେଟ୍‌ର ଉପସଭାପତି ମହେଶ ପଲୱତ କହିଛନ୍ତି ଯେ ଏପରି ବାଦଲ କଳା ଘନ ରଙ୍ଗର ହୋଇଥାଏ । ଏହା ଭୂମି ପୃଷ୍ଠରୁ 13-14 କିମି ଉଚ୍ଚରେ ରହିଥାଏ । ଏହି ବାଦଲର ଓଜନ ଅଧିକ ହୋଇଥିବାରୁ ପବନ ଏହାକୁ ଭସାଇ ନେଇପାରେ ନାହିଁ । ଏଣୁ ଏହା ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଜଳ ବୁନ୍ଦା ହୋଇ ବରଷିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.