ମେଷ: ଏହି ସପ୍ତାହର ଆରମ୍ଭରେ ଆପଣଙ୍କର ଖର୍ଚ୍ଚ ବୃଦ୍ଧି ହେବାର ସମ୍ଭାବନା ଅଛି କିନ୍ତୁ ଶେଷ ବେଳକୁ ଭ୍ରମଣ ଦ୍ଵାରା ଆପଣ ଆନନ୍ଦ ଅନୁଭବ କରିବେ । କିଛି ପୁରୁଣା ବନ୍ଧୁମାନଙ୍କ ସହିତ ଆପଣଙ୍କର ଭେଟ ହେବ ଏବଂ ନିଜ ଭବିଷ୍ୟତକୁ ନେଇ ସାମାନ୍ୟ ଚିନ୍ତିତ ରହିବେ । ବଜାରରରୁ ଜିନିଷପତ୍ର କିଣିବାର ଆନନ୍ଦ, ଆପଣଙ୍କ ମନକୁ ଉତ୍ସାହ ଓ ଖୁସିରେ ଭାରି ଦେବ । କୌଣସି ତୀର୍ଥ ସ୍ଥାନ କିମ୍ବା ମଙ୍ଗଳମୟ ଯାତ୍ରା ଆପଣ, ଆପଣଙ୍କ ବନ୍ଧୁମାନଙ୍କ ଓ ପରିବାର ପାଇଁ ଅତ୍ୟନ୍ତ ଲାଭଦାୟକ ହେବ । ବ୍ୟବସାୟୀମାନେ ନିଜ କାର୍ଯ୍ୟକ୍ଷେତ୍ରକୁ ବୃଦ୍ଧି କରିବା ପାଇଁ ଅଧିକ ବିନିଯୋଗ କରିବାର ସମ୍ଭାବନା ଅଛି ଏବଂ ପ୍ରଶାସକମାନେ ସେମାନେ ପୂର୍ବ ଭଳି ସେମାନଙ୍କ ଧନ୍ଦାରେ ବ୍ୟସ୍ତ ରହିବେ । ନିଜ ପରିବାର ସହିତ ଆପଣ ଲମ୍ବା ଛୁଟି ବିତାଇବାର ସମ୍ଭାବନା ଅଛି । ଏହି ସପ୍ତାହରେ ଉଚ୍ଚ ଶିକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବିଦ୍ୟାର୍ଥୀମାନଙ୍କର ମନୋବଳ ହ୍ରାସ ପାଇବା ସହିତ ଧ୍ୟାନ କେନ୍ଦ୍ରିତ କରିବାରେ ଅସୁବିଧା ହୋଇପାରେ । ସାଧାରଣ ଶିକ୍ଷା ଗ୍ରହଣ କରୁଥିବା ପିଲାମାନେ ସେମାନଙ୍କ ଶରୀରର ଅତିରିକ୍ତ ଯତ୍ନ ନେବା ଆବଶ୍ୟକ । ଆଘାତ ଲାଗିବାର ବିପଦ ଅଛି ତେଣୁ ସାବଧାନତାର ସହ ବ୍ୟାୟାମ କରନ୍ତୁ । ନିଜର ଦୈନନ୍ଦିନ କାର୍ଯ୍ୟନିର୍ଘଣ୍ଟରେ ଶାରୀରିକ କାର୍ଯ୍ୟକଳାପକୁ ସାମିଲ କରି ନିଜ ସ୍ଵାସ୍ଥ୍ୟର ସୁସ୍ଥତା ବଜାୟ ରଖନ୍ତୁ ।
ବୃଷ: ବୃଷ ରାଶିର ଲୋକମାନେ ଏହି ସପ୍ତାହରେ ବହୁମାତ୍ରାରେ ଲାଭବାନ ହେବେ ବୋଲି ସୁନିଶ୍ଚିତ ଅଟେ । ଜ୍ଞାନ ଓ ମନୋବଳ ବୃଦ୍ଧି ହେବା ସେମାନେ ଅନୁଭବ କରିବେ । ଉଭୟ ପ୍ରେମ ଓ ବୌଦ୍ଧିକତା ବିଶିଷ୍ଟ ସମ୍ପର୍କଗୁଡିକ ପ୍ରତି ଆଗ୍ରହ ବୃଦ୍ଧି ପାଇବ । ଦଳଗତ ଭାବେ କାମ କରିବା ଏବଂ ପାରସ୍ପରିକ ସହଯୋଗର ଜ୍ଞାନ ବିକଶିତ ହେବ । ସମସ୍ତ ପରିବାର ସଦସ୍ୟମାନଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ପାରସ୍ପରିକ ସହଯୋଗ ଏବଂ ପରସ୍ପର ପ୍ରତି ଗଭୀର ଆତ୍ମୀୟତା ଦ୍ଵାରା ପାରିବାରିକ ଜୀବନ ଅଧିକ ଆନନ୍ଦମୟ ଓ ଶାନ୍ତିପୂର୍ଣ୍ଣ ହେବାକୁ ଯାଉଛି । ଜୀବନରେ ଆସୁଥିବା ବାଧାବିଘ୍ନଗୁଡିକୁ କିପରି ମୁକାବିଲା କରି ସମାଧାନ କରାଯାଏ ତାହା ଶିଖିବା ସହିତ ପରିବାର ସଦସ୍ୟମାନେ ପରସ୍ପରକୁ ପରସ୍ପରର ପଥପ୍ରଦର୍ଶକ ଭାବେ ବିଚାର କରିବେ । ଭବିଷ୍ୟତ ବିଷୟରେ ହେଉଥିବା ଚିନ୍ତା କାରଣରୁ ମନରେ ଆଧ୍ୟାତ୍ମିକ ଚେତନା ଉଦ୍ରେକ ହେବ । ଭକ୍ତିପୂର୍ଣ୍ଣ ସେବା ଓ ସତସଙ୍ଗରେ ଯୋଗ ଦେବା ପାଇଁ ସୁଯୋଗ ଉପଲବ୍ଧ ହେବ । ମହିଳାମାନଙ୍କ ସାଗଯୋଗ ଦ୍ଵାରା ଆର୍ଥିକ ଅବସ୍ଥା ଅନୁକୂଳ ହେବ ଏବଂ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଜାରି ରହିବ । ନୂତନ ସୁଯୋଗଗୁଡିଏ ସୃଷ୍ଟି ହେବ । ବିଶେଷ ଭାବେ କ୍ୟାରିଅର ପାଇଁ ନୂତନ ମାର୍ଗ କିମ୍ବା ବ୍ୟକ୍ତିଗତ ବିକାଶ ଚାହୁଁଥିବା ବ୍ୟକ୍ତିମାନଙ୍କ ପାଇଁ ଏହି ସପ୍ତାହରେ ସବୁକିଛି ଠିକ ସମୟରେ ହେବ ।
ମିଥୁନ: ଏହି ସପ୍ତାହ ଆପଣଙ୍କ ମନରେ ନୂତନ ଆନନ୍ଦ ଆଣିଦେବ ଏବଂ ଅସମ୍ପୂର୍ଣ୍ଣ କାମଗୁଡିକୁ ସଂପୂର୍ଣ୍ଣ କରିବେ । ସପ୍ତାହର ଶେଷ ଆଡକୁ ଆପଣଙ୍କ ଶିଖିବାର ଅଦମ୍ୟ ଇଚ୍ଛା ଏବଂ ଉତ୍ସାହ ବୃଦ୍ଧି ପାଇବ । ବିବାହିତ ଲୋକମାନେ ସେମାନଙ୍କ ଗୃହସ୍ଥ ଜୀବନକୁ ନେଇ ସନ୍ତୁଷ୍ଟ ଅନୁଭବ କରିବେ ଏବଂ ସେମାନଙ୍କର ଆଶାଗୁଡିକ ପୂରଣ ହେବ । ଜ୍ଞାନ ଆହରଣ କରିବା ପାଇଁ ଆର୍ଥିକ ବିନିଯୋଗ ଆବଶ୍ୟକ ହୋଇପାରେ, ତେଣୁ ବୁଝିବିଚାରି ନିଜ ବଜେଟ ପ୍ରସ୍ତୁତ କରିବା ବୁଦ୍ଧିମାନର କାମ ହେବ । ଉଚ୍ଚ ଶିକ୍ଷା ଲାଭ କରୁଥିବା ବିଦ୍ୟାର୍ଥୀମାନଙ୍କ ପାଇଁ ଏହା ଆଦର୍ଶ ସମୟ ଅଟେ, ଯେହେତୁ ଏହା ଆପଣ ଚୟନ କରିଥିବା ବିଷୟ ଉପରେ ଗଭୀର ଜ୍ଞାନ ପ୍ରଦାନ କରିବ । ଆପଣ ନିଜର ସମସ୍ୟାଗୁଡ଼ିକର ସମାଧାନ ପାଇବେ ଏବଂ ନିଜର ଜ୍ଞାନକୁ ବିସ୍ତାର କରିବେ । ଶିକ୍ଷକମାନେ ଆପଣଙ୍କୁ ସହଯୋଗ କରିବା ସହିତ ଆପଣଙ୍କର ମାର୍ଗଦର୍ଶକ ହେବ । ଏହା ସହିତ ଭ୍ରମଣରେ ଯିବା ପାଇଁ ଆପଣ ଅନେକ ସୁଯୋଗ ଲାଭ କରିବାର ସମ୍ଭାବନା ଅଛି । ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବାର ସୁଯୋଗ ଆସିବ ଏବଂ ଉଦ୍ୟୋଗପତିମାନେ ସେମାନଙ୍କ ଭ୍ରମଣରୁ ଲାଭବାନ ହେବେ ।
କର୍କଟ: କର୍କଟ ରାଶିର ଲୋକମାନେ ଏହି ସପ୍ତାହରେ ନିଜ ପରିବାର ଉପରେ ଧ୍ୟାନ ଦେବା ଆବଶ୍ୟକ, ଧାର୍ମିକ କାର୍ଯ୍ୟକଳାପରୁ ଲାଭବାନ ହେବେ ଏବଂ ଶୁଭ କାର୍ଯ୍ୟ ଓ ସଙ୍କୀର୍ତ୍ତନ ମାଧ୍ୟମରେ ସୁଖ ଓ ଶାନ୍ତି ଅନୁଭବ କରିବେ । ବିବାହିତ ବ୍ୟକ୍ତିମାନଙ୍କ ପାଇଁ ଏହି ସପ୍ତାହ ଭକ୍ତି ଓ ସ୍ନେହ ନିମନ୍ତେ ଉତ୍ସର୍ଗୀକୃତ ଅଟେ, ସୁଖ ଓ ଉନ୍ନତି ବିକଶିତ ହେବ । ପରିବାର ସଦସ୍ୟମାନେ ବିଶିଷ୍ଟ ଉପହାରଗୁଡିଏ ପାଇବାର ସମ୍ଭାବନା ଅଛି । ଆର୍ଥିକ, ମାନସିକ ଓ ସାମାଜିକ ଅବସ୍ଥା ପୂର୍ବ ଭଳି ଦୃଢ ରହିବ ବୋଲି ଆଶା କରାଯାଉଛି । ଚାକିରି କରୁଥିବା ବ୍ୟକ୍ତିମାନେ ସେମାନଙ୍କ କାମକୁ ଠିକ ସମୟରେ ସଂପୂର୍ଣ୍ଣ କରିବେ ବୋଲି ସୁନିଶ୍ଚିତ କରିବା ଆବଶ୍ୟକ, ଯେତେବେଳେ କି ବ୍ୟବସାୟୀମାନେ ଶିକ୍ଷା ଓ ନୂତନ ଉପକରଣ ବାବଦରେ ନିବେଶ କରିବା ଆବଶ୍ୟକ । ଶିକ୍ଷା ଗ୍ରହଣ ପାଇଁ ଏହି ସମୟ ଅନୁକୂଳ ଅଟେ, ଏହା ସହିତ ଅଧ୍ୟୟନ ଆହୁରି ସୁଦକ୍ଷ ହେବ । ସ୍ୱାସ୍ଥ୍ୟ ମୁଖ୍ୟ ଚିନ୍ତାର ବିଷୟ ନୁହେଁ କିନ୍ତୁ ସଂକ୍ରାମକ ରୋଗଗୁଡିକ ପ୍ରତି ସାବଧାନ ରହିବା ପାଇଁ ପରାମର୍ଶ ଦିଆଯାଉଛି । ବାହାରର ଖାଦ୍ୟ କମ ଖାଇବା ଏବଂ ଖାଦ୍ୟାଭ୍ୟାସ ଓ ପାଣି ପିଇବା ଉପରେ ଧ୍ୟାନ ଦେବା ପାଇଁ ପରାମର୍ଶ ଦିଆଯାଉଛି ।
ସିଂହ: ଏହି ଆସନ୍ତା ସପ୍ତାହରେ ସିଂହ ରାଶିରେ ଜନ୍ମିତ ବ୍ୟକ୍ତିମାନେ କିଛି ବାଧାବିଘ୍ନର ସମ୍ମୁଖୀନ ହେବେ ବୋଲି ଆଶା କରାଯାଉଛି । ଆପଣ ନିଜେ ଦୁର୍ବଳ ଅନୁଭବ କରିବାର ସମ୍ଭାବନା ଅଛି ଏବଂ କାମଗୁଡିକ ସଂପୂର୍ଣ୍ଣ ହେବା ପାଇଁ ଆବଶ୍ୟକତା ଠାରୁ ଅଧିକ ସମୟ ଲାଗିପାରେ । ଆପଣଙ୍କ ପରିବାରରେ କିଛି ଅଶାନ୍ତି ଦେଖାଦେଇପାରେ କିନ୍ତୁ ଏପରି ଜଟିଳ ସମୟରେ ଆପଣ ଆପଣଙ୍କର ପ୍ରିୟଜନମାନଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ଆପଣ ସ୍ୱଳ୍ପ ସମୟ ପାଇଁ କୌଣସି ଏକ ସ୍ଥାନକୁ ଭ୍ରମଣରେ ଯିବାର ସମ୍ଭାବନା ଅଛି ଏବଂ ବ୍ୟବସାୟରେ ଅନ୍ୟମାନଙ୍କ ସହିତ ଏକତ୍ର କାମ କରିବା ଦ୍ଵାରା ଆପଣଙ୍କ ପାଇଁ ନୂତନ ସମ୍ଭାବନାଗୁଡିକର ବାଟ ଖୋଲି ଯାଇପାରେ । ଆପଣ କରିଥିବା ନିବେଶଗୁଡିକର ଭବିଷ୍ୟତ ଏକଦମ ଉଜ୍ଵଳ ଏବଂ ଏଗୁଡିକ ଦ୍ଵାରା ଆର୍ଥିକ ଲାଭ ହେବ । ଅନ୍ୟ ପକ୍ଷରେ କହିବାକୁ ଗଲେ ଆପଣ କିଛି ଆହେତୁକ ଜିନିଷଗୁଡ଼ିକର ସମ୍ମୁଖୀନ ହେବାର ସମ୍ଭାବନା ଅଛି । ଯେଉଁମାନେ ସେମାନଙ୍କର ଶିକ୍ଷା ଆରମ୍ଭ କରିବାକୁ ଯାଉଛନ୍ତି, ସେମାନେ ସର୍ବଦା ଏକମନା ହେବା ଆବଶ୍ୟକ ଏବଂ ସାଂପ୍ରତିକ ଭାବେ କରୁଥିବା ଅଧ୍ୟୟନକୁ ଅବହେଳା କରିବା ଉଚିତ ନୁହେଁ । ନିଜର ସୁସ୍ଥତା ଉପରେ ମଧ୍ୟ ନଜର ରଖିବା ଜରୁରୀ ଅଟେ ଏବଂ ଆବଶ୍ୟକତା ଠାରୁ ଅଧିକ କାମ କରନ୍ତୁ ନାହିଁ । ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ, ପର୍ଯ୍ୟାପ୍ତ ପାଣି ନ ପିଇବା ଏବଂ ଲୌହର ଅଭାବ କାରଣରୁ ଆପଣ ଅସୁସ୍ଥତା ଭଳି ବିପଦର ସମ୍ମୁଖୀନ ହୋଇପାରନ୍ତି ।
କନ୍ୟା: ଏହି ସପ୍ତାହରେ କନ୍ୟା ରାଶିର ଲୋକମାନେ ଅନେକ ଉତଥାନ ପତନର ସମ୍ମୁଖୀନ ହେବାର ସମ୍ଭାବନା ଅଛି । ଆରମ୍ଭରୁ ଆପଣ କିଛି ସ୍ଵାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି କିନ୍ତୁ ପରେ ପରେ ସେଗୁଡିକରେ ସୁଧାର ଆସିଯାଇପାରେ । ପୁରୁଣା ବନ୍ଧୁମାନଙ୍କ ସହିତ ପୁନର୍ମିଳନ ହେବାର ସୁଯୋଗ ଆପଣଙ୍କୁ ମିଳିବ ଏବଂ ବିବାହିତ ଲୋକମାନେ ସେମାନଙ୍କ ବ୍ୟକ୍ତିଗତ ବିଷୟଗୁଡିକ ବାବଦରେ ସହାୟତା ପାଇବାର ସମ୍ଭାବନା ଅଛି । ପୁରୁଣା ଦ୍ଵନ୍ଦ୍ଵଗୁଡିକ ଆପଣଙ୍କ ସପକ୍ଷରେ ହୋଇପାରେ । ବ୍ୟବସାୟ ଲାଭଦାୟକ ହୋଇପାରେ ଏବଂ ସରକାରୀ ଯୋଜନାଗୁଡିକରୁ ଲାଭ ମିଳିବାର ସମ୍ଭାବନା ଅଛି । ସରକାରୀ ଚାକିରି ପାଇଁ ଚେଷ୍ଟା କରୁଥିବା ବ୍ୟକ୍ତିମାନେ ସଫଳ ହେବାର ସମ୍ଭାବନା ଅଛି । ପ୍ରେମ ସମ୍ପର୍କ ପୂର୍ବ ଭଳି ସ୍ଥିର ରହିପାରେ କିନ୍ତୁ ପୁରୁଣା ବନ୍ଧୁମାନଙ୍କ ଠାରୁ ଆପଣ ଅଧିକ ସ୍ନେହ ପାଇବେ । ରାଜନୀତି କ୍ଷେତ୍ରରେ ଆପଣ ସଫଳତା ହାସଲ କରିପାରନ୍ତି ଏବଂ ଆର୍ଥିକ ଲାଭକୁ ଉପଭୋଗ କରିପାରନ୍ତି । ସାମାଜିକ କ୍ଷେତ୍ରରେ ଆପଣଙ୍କର ବ୍ୟବହାରିକ କୌଶଳଗୁଡିକ ଏବଂ ଶାନ୍ତ ଆଚରଣ କାରଣରୁ ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି ହୋଇପାରେ, ଏହା ଦ୍ଵାରା ଏକ ଉଚ୍ଚ ସାମାଜିକ ମର୍ଯ୍ୟାଦା ମିଳିବ । ହେଲେ ଆପଣ ନିଜର ମାତପିତାଙ୍କ ଯତ୍ନ ନେବା ଆବଶ୍ୟକ । ଅବିବାହିତ ଝିଅମାନେ ମନପସନ୍ଦ ଜୀବନସାଥୀ ପାଇପାରନ୍ତି । ପ୍ରେମୀଯୁଗଳମାନଙ୍କ ମଧ୍ୟରେ ପ୍ରେମ ଗଭୀର ହୋଇପାରେ ଏବଂ ନୂଆ ଲୋକମାନଙ୍କୁ ଭେଟିବା ଦ୍ଵାରା ନିଜର ଭବିଷ୍ୟତ ଗଢିବାରେ ସାହାଯ୍ୟ ମିଳିପାରେ ।
ତୁଳା: ଏହି ସପ୍ତାହରେ ତୁଳା ରାଶିର ଲୋକମାନଙ୍କ ଜୀବନ ବ୍ୟବସ୍ଥିତ ଓ ସମୃଦ୍ଧ ହେବ ବୋଲି ଆଶା କରାଯାଉଛି । ଯଦି ଆପଣ ଚାକିରି କରୁଛନ୍ତି, ତେବେ କର୍ମକ୍ଷେତ୍ରରେ ଆପଣଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ ପ୍ରଦାନ କରାଯାଇପାରେ । ଏଗୁଡ଼ିକୁ ସମ୍ପାଦନ କରିବା ପାଇଁ ଆପଣଙ୍କୁ ଅଧିକ ଉଦ୍ୟମ ଓ ବୌଦ୍ଧିକ ଶକ୍ତି ଲଗାଇବା ଆବଶ୍ୟକ । ଏହି କାରଣରୁ ଆପଣଙ୍କ ସୁସ୍ଥତା ଉପରେ ପ୍ରଭାବ ପଡିପାରେ, ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା ଜରୁରୀ ହେବ । ବ୍ୟବସାୟ କାରବାରରେ ଜଡିତ ଥିବା ତୁଳା ରାଶିର ଲୋକମାନେ ସେମାନଙ୍କର ପ୍ରତିପତି ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ସେମାନଙ୍କୁ ଅନ୍ୟ ଉଦ୍ୟୋଗପତିମାନଙ୍କ ସହିତ ପ୍ରତିଯୋଗୀତା କରିବାକୁ ପଡିପାରେ । ତୁଳା ରାଶିର ପ୍ରେମୀଯୁଗଳମାନେ ପାରିବାରିକ ସମସ୍ୟାଗୁଡ଼ିକୁ ସମାଧାନ କରିବାରେ ଜଣେ ବନ୍ଧୁଙ୍କ ସହାୟତାରେ ସଫଳ ହୋଇପାରନ୍ତି । ନିଜର ସାଥୀଙ୍କ ପ୍ରତି ଆପଣଙ୍କର ପ୍ରେମ ଭାବନା ବୃଦ୍ଧି ହେବାର ସମ୍ଭାବନା ଅଛି, ଏହି କାରଣରୁ ଆପଣ ଏକତ୍ର ଭାବେ ସମୟଗୁଡ଼ିକୁ ଉପଭୋଗ କରିବେ । ଏହି ସପ୍ତାହରେ ଘର ଆନନ୍ଦ ଓ ସନ୍ତୁଷ୍ଟତାରେ ପରିପୂର୍ଣ୍ଣ ଥିବା ଅନୁଭବ ହୋଇପାରେ, ଏଥି ସହିତ ନିଜ ପରିବାର ସହିତ ବନ୍ଧନରେ ବାନ୍ଧି ହେବାର ଏକ ସୁଯୋଗ ପାଇବେ ।
ବିଛା: ବିଛା ରାଶିରେ ଜନ୍ମିତ ବ୍ୟକ୍ତିମାନଙ୍କ ପାଇଁ ଏହି ସପ୍ତାହ ଅତିମାତ୍ରାରେ ଅନୁକୂଳ ହେବ ବୋଲି ଆଶା କରାଯାଉଛି । ଆପଣଙ୍କ ବ୍ୟକ୍ତିଗତ ଜୀବନର ଅନେକ ଅସମାପ୍ତ କାର୍ଯ୍ୟ ସମ୍ପନ୍ନ ହେବ ବୋଲି ଅନୁମାନ କରାଯାଉଛି, ଏହା ସହିତ ସକାରାତ୍ମକ ଫଳାଫଳ ମିଳିବ । ସପ୍ତାହର ଆରମ୍ଭରେ ବହୁ ଦିନରୁ ଲାଗି ରହିଥିବା ବିବାଦ କିମ୍ବା ମାଲିମକଦ୍ଦମାର ସମାଧାନ କରିବା ପାଇଁ ଏକ ଅନୁକୂଳ ସମୟ ମିଳିବ । ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଆପଣଙ୍କର ଉଦ୍ୟମଗୁଡିକ ସଫଳତା ପାଇଁ ସନ୍ତୁଳିତ ଅବସ୍ଥାରେ ପହଞ୍ଚିବ, ଏହା ସହିତ ଅନ୍ୟମାନେ ଆପଣଙ୍କର ସଫଳତାଗୁଡିକ ସ୍ଵୀକାର କରିବେ । ଆର୍ଥିକ ଅଭିବୃଦ୍ଧି ପାଇଁ ଚାକିରୀ ସୁଯୋଗଗୁଡିକ ନୂତନ ମାର୍ଗ ଭାବେ ଉଭା ହେବେ ଏବଂ ଆପଣଙ୍କ ସମ୍ପତ୍ତି ବୃଦ୍ଧି ହେବାକୁ ଆରମ୍ଭ କରିବ । ବୃତ୍ତିଗତ ଉଦ୍ୟମରେ ଆପଣ ସଫଳତା ପାଇବେ ଏବଂ ଆର୍ଥିକ ସଫଳତା ଆପଣଙ୍କ ଜୀବନକୁ ଉତ୍ସାହ ଓ ଊର୍ଜାରେ ଭାରି ଦେବ । ନିଜର ରୋଜଗାରକୁ ବୃଦ୍ଧି କରିବା ପାଇଁ ନୂତନ ପ୍ରକଳ୍ପ ହାତକୁ ନେବା ନିମନ୍ତେ ଏହା ଆଦର୍ଶ ସମୟ ହୋଇପାରେ । ଏହା ସହିତ ଆପଣ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି କରିପାରନ୍ତି, ଯାହା କ୍ୟାରିଅରରେ ଆଗକୁ ବଢିବା ଏବଂ ବ୍ୟବସାୟରେ ଅଭିବୃଦ୍ଧି ପାଇଁ ଏହି ସପ୍ତାହ ଏକ ପ୍ରମୁଖ ସମୟ ବୋଲି ସୂଚିତ ହେବ । ଆପଣଙ୍କ ଚିନ୍ତାଧାରା ଧାର୍ମିକ ଓ ସାମାଜିକ କାର୍ଯ୍ୟକଳାପ ଦ୍ଵାରା କବଳିତ ହେବ ।
ଧନୁ: ଧନୁ ରାଶିରେ ଜନ୍ମିତ ବ୍ୟକ୍ତିମାନଙ୍କର ଭାଗ୍ୟ ସେମାନଙ୍କ ସପକ୍ଷରେ ରହିବ ବୋଲି ଜଣା ପଡୁଛି କିନ୍ତୁ ଏଥିରୁ ସଂପୂର୍ଣ୍ଣ ଲାଭ ପାଇବା ପାଇଁ ଆପଣଙ୍କୁ ଅଳସୁଆମୀ ଓ ଅହଂ ଭାବର କବଳରୁ ନିଜକୁ ଦୂରେଇ ରଖିବା ଆବଶ୍ୟକ । ଅବିରତ ଭାବେ ସେହି ସମୟକୁ ଚିହ୍ନିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ଏବଂ ଯେକୌଣସି ସମୟରେ ଆପଣ ନେଉଥିବା ବିରାମ ଆପଣଙ୍କ ପାଇଁ ଉନ୍ନତିର କାରଣ ହେବ । ଆପଣଙ୍କୁ ଦିଆଯାଉଥିବା ଯେକୌଣସି କାର୍ଯ୍ୟ ସମ୍ବନ୍ଧିତ ଦାୟିତ୍ଵଗୁଡିକୁ ଆପଣ ଅଧିକ ଦକ୍ଷତାର ସମ୍ପନ୍ନ କରିବା ଆବଶ୍ୟକ । ଏହା ସହିତ ନିଜର ଶତୃମାନଙ୍କ ଉପରେ ପୂର୍ବ ଭଳି ତୀକ୍ଷ୍ନ ଦୃଷ୍ଟି ରଖନ୍ତୁ । ଏହି ସମୟ ବ୍ୟବସାୟ କ୍ଷେତ୍ରରେ ଅପାର ସଫଳତା ଆଣିଦେବ ବୋଲି ସୁନିଶ୍ଚିତ କରୁଛି ଏବଂ ଆପଣ ନିଜର ଆର୍ଥିକ ଲକ୍ଷ୍ୟଗୁଡିକୁ ହାସଲ କରିବାର ସମ୍ଭାବନା ଅଛି । ଆପଣ ନିଜର ପ୍ରିୟତମ/ପ୍ରିୟତମାଙ୍କ ସହିତ ଅତ୍ୟନ୍ତ ଉତ୍ତମ ମୂହୁର୍ତ୍ତଗୁଡିକୁ ଉପଭୋଗ କରିବା ପାଇଁ ଏହା ଏକ ଚମତ୍କାର ସମୟ ଅଟେ ଏବଂ ଆପଣଙ୍କ ବୈବାହିକ ଜୀବନ ସନ୍ତୋଷଜନକ ହେବାର ସମ୍ଭାବନା ଅଛି । ବିଦ୍ୟାର୍ଥୀମାନଙ୍କ ନିମନ୍ତେ ନିଜର ଲକ୍ଷ୍ୟ ହାସଲ କରିବା ପାଇଁ ଏହି ସପ୍ତାହ ଅତ୍ୟନ୍ତ ଅନୁକୂଳ ସମୟ ଅଟେ, ତଥାପି ଅତ୍ୟନ୍ତ ଆତ୍ମବିଶ୍ଵାସୀ ହେବା ଦ୍ଵାରା ସେମାନଙ୍କ ଧ୍ୟାନ ପାଠ ପଢାରୁ ଅବାଟକୁ ଯାଇପାରେ । ଆପଣଙ୍କର ଶାରୀରିକ ସୁସ୍ଥତାକୁ ବିଚାର କଲେ, ଏହି ସମୟ ଆନନ୍ଦଦାୟକ ହେବ ବୋଲି ଆଶା କରନ୍ତୁ । ଏହି ସମୟରେ ନିଜ ସ୍ଵାସ୍ଥ୍ୟକୁ ପ୍ରାଧାନ୍ୟ ଦେବା ଜରୁରୀ ଅଟେ ।
ମକର: ଆପଣଙ୍କର ସବୁ ଠିକ ଅଛି କିନ୍ତୁ ମକର ରାଶିରେ ଜନ୍ମିତ ବ୍ୟକ୍ତିମାନେ ଏହି ସପ୍ତାହରେ ସବୁ ଜିନିଷ ଉପରେ ନଜର ରଖିବା ଆବଶ୍ୟକ । ସପ୍ତାହର ଆରମ୍ଭରେ ନିଜର କାମଗୁଡିକୁ ଠିକ ସମୟରେ ସଂପୂର୍ଣ୍ଣ କରିବା ପାଇଁ ଆସୁଥିବା କିଛି ବାଧାକୁ ହଟାଇବା ପାଇଁ ଆପଣ ତତ୍ପର ହେବାର ସମ୍ଭାବନା ଅଛି । ନିଜର ସ୍ଵାସ୍ଥ୍ୟଗତ ସମସ୍ୟା ଦେଖାଦେବ । ଋତୁକାଳୀନ ରୋଗ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ସ୍ୱାସ୍ଥ୍ୟ ବ୍ୟତୀତ କାମର ଚାପ ଆପଣଙ୍କୁ ନିଜର ପ୍ରିୟଜନଙ୍କ ଠାରୁ ଦୂରେଇ ରହିବା ପାଇଁ ବାଧ୍ୟ କରିପାରେ, ଏହା ସତ୍ତ୍ୱେ ନିଜର ସମ୍ପର୍କଗୁଡିକ ଉପରେ ଧ୍ୟାନ ଦେବା ଜରୁରୀ ଅଟେ । ଏହି ସପ୍ତାହରେ ବ୍ୟବସାୟ କରୁଥିବା ଲୋକମାନେ ସେମାନଙ୍କ କାମରେ କିଛି ଉତଥାନ ପତନର ସମ୍ମୁଖୀନ ହେବାର ସମ୍ଭାବନା ଅଛି । ଯଦି ଆପଣ କିଛି ନୂଆ କାମରେ ଅର୍ଥ ଲଗାଉଛନ୍ତି, ତେବେ ଅତ୍ୟନ୍ତ ସାବଧାନତା ଅବଲମ୍ବନ କରନ୍ତୁ କାରଣ ଏକ ସାମାନ୍ୟ ଅସାବଧାନତା ଦ୍ଵାରା ବହୁତ ବଡ କ୍ଷତି ହୋଇପାରେ । ପ୍ରେମ ସମ୍ପର୍କରେ, ଆପଣଙ୍କ ସାଥୀ କେଉଁ ପରିବେଶରୁ ଆସିଛନ୍ତି ତାହା ଜାଣିବା ଏବଂ ତାଙ୍କ ମନରେ କ’ଣ ଚାଲିଛି ତାହା ବୁଝିବା ପ୍ରକୃତରେ ଜରୁରୀ ଅଟେ । ନିଜର ବୈବାହିକ ଜୀବନକୁ ସୂଚାରୁ ରୂପେ ତୁଲାଇବା ପାଇଁ ଏହା ସୁନିଶ୍ଚିତ କରନ୍ତୁ ଯେ, ଆପଣ ନିଜର ତଥା ନିଜ ଜୀବନସାଥୀଙ୍କ ୟତ୍ନ ନେଉଛନ୍ତି ।
କୁମ୍ଭ: କୁମ୍ଭ ରାଶିର ଲୋକମାନଙ୍କ ପାଇଁ ଏହି ସପ୍ତାହ ଅତ୍ୟନ୍ତ ଅନୁକୂଳ ହେବ ବୋଲି ଜଣାପଡୁଛି । ନିଜର ସମସ୍ୟାଗୁଡ଼ିକ କ୍ରମଶଃ ହ୍ରାସ ହେଉଥିବା ଆପଣ ଦେଖିବାକୁ ପାଇବେ ଏବଂ ପକାଇ ରଖିଥିବା କାମଗୁଡିକୁ ଆପଣ ଶେଷରେ ସଂପୂର୍ଣ୍ଣ କରିବେ । ନିଜର କ୍ୟାରିଅର ଓ ବ୍ୟବସାୟ ପାଇଁ ନୂତନ ମାର୍ଗ ଚୟନ କରିବା ସକାଶେ ଆପଣଙ୍କ ପରିବାର ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗଭର ହେବେ । ସପ୍ତାହର ମଧ୍ୟ ଭାଗରେ ଆପଣ ଦୂର ସ୍ଥାନକୁ ଯାତ୍ରା କରିବାର ସମ୍ଭାବନା ଅଛି । ନୂତନ ଲୋକମାନଙ୍କ ସହିତ ଭେଟ ହେବା ଏବଂ କିଛି ମହାନ ବନ୍ଧୁ ଲାଭ କରିବା ପାଇଁ ଏହି ଯାତ୍ରା ଏକ ସୁଯୋଗ ହୋଇପାରେ । କିନ୍ତୁ ନିଜ ଘରର ମରାମତି କିମ୍ବା ସାଜସଜ୍ଜା ପାଇଁ ମଧ୍ୟ ଆପଣ କିଛି ଖର୍ଚ୍ଚ କରିବାର ସମ୍ଭାବନା ଅଛି । ଆନନ୍ଦର କଥା ହେଉଛି ଯେ, ଆପଣ ଅର୍ଥ ରୋଜଗାରର ନୂତନ ମାର୍ଗଗୁଡିକର ସନ୍ଧାନ ମଧ୍ୟ ପାଇବେ ଏବଂ ଏପରିକି ପ୍ରଚୁର ନଗଦ ଲାଭ ହେବାର ସମ୍ଭାବନା ଅଛି । ସପ୍ତାହର ଅନ୍ତିମ ଭାଗ ଆଡକୁ, କାମଗୁଡିକ ପ୍ରକୃତରେ ବହୁତ ଅଡୁଆ ହେବାର ସମ୍ଭାବନା ଅଛି । ଶେଷରେ ଆପଣଙ୍କର ଅନେକ କାମ ବାକି ରହିପାରେ, ଯେଉଁ କାରଣରୁ ଆପଣଙ୍କୁ କିଛି ଯୋଜନାକୁ ସ୍ଥଗିତ ରଖିବାକୁ ପଡିପାରେ ।
ମୀନ: ଏହି ସପ୍ତାହରେ ମୀନ ରାଶିର ଲୋକମାନେ ବହୁତ ଭାଗ୍ୟଶାଳୀ ହେବେ ବୋଲି ଆଶା କରାଯାଉଛି । ଆପଣ ଭଲ ଭାବେ ନିଜର କୌଶଳଗୁଡିକର ପ୍ରଦର୍ଶନ କରିବେ ଏବଂ ଆପଣଙ୍କ ପାଖକୁ ଆସୁଥିବା ଯେକୌଣସି ସୁଯୋଗର ଆପଣ ସଂପୂର୍ଣ୍ଣ ଲାଭ ଉଠାଇବେ । ସପ୍ତାହର ଆରମ୍ଭରେ କାମ କିମ୍ବା ବ୍ୟବସାୟ ସମ୍ବନ୍ଧରେ ଆପଣ କିଛି ଚମତ୍କାର ଖବର ପାଇବାର ସମ୍ଭାବନା ଅଛି, ଯାହା ଆପଣଙ୍କୁ ଆଗକୁ ବଢିବାରେ ସାହାଯ୍ୟ କରିବ । କର୍ମ କ୍ଷେତ୍ରରେ ଆପଣ ଯେପରି ଯେପରି ଉନ୍ନତି କରିଚାଲିବେ, ସେହି ଅନୁସାରେ ଆପଣଙ୍କ ପ୍ରତି ସହକର୍ମୀ ଓ ପରିବାରବର୍ଗଙ୍କ ସମ୍ମାନ ଓ ପ୍ରଶଂସା ବୃଦ୍ଧି ପାଇବ । ବ୍ୟବସାୟ କରୁଥିବା ଲୋକମାନେ ଗୋଟିଏ ଭଲ ଚୁକ୍ତି ପାଇବାର ସମ୍ଭାବନା ଅଛି ଏବଂ ବଜାରରେ ମଧ୍ୟ ଭଲ ଚାଲିବ । ଆପଣ ନିଜର ପ୍ରିୟଜନମାନଙ୍କ ସହିତ ସୁଖର ସମୟ ଅତିବାହିତ କରିବା ପାଇଁ ମଧ୍ୟ ସୁଯୋଗ ପାଇବେ । ସପ୍ତାହର ମଧ୍ୟ ଭାଗରେ ଏକ ଧାର୍ମିକ କିମ୍ବା ଭାଗ୍ୟଶାଳୀ କାମ ହେବାର ସମ୍ଭାବନା ଅଛି । ଯଦି ଆପଣ ଅବିବାହିତ, ତେବେ ଜଣେ ବିଶେଷ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବାର ସମ୍ଭାବନା ଅଛି ଏବଂ ଯଦି ଆପଣ ବିବାହିତ, ତେବେ ଆପଣଙ୍କ ପରିବାରରେ ଜଣେ ନୂତନ ସଦସ୍ୟ ସାମିଲ ହେବାର ଖବର ଶୁଣିବାକୁ ପାଇପାରନ୍ତି । ପ୍ରେମ ସମ୍ପର୍କ ମଧ୍ୟ ଏହି ସପ୍ତାହରେ ବହୁତ ଗଭୀର ହେବ ।