ETV Bharat / bharat

ମୁସଲିମ ପକ୍ଷଙ୍କୁ ବିଶ୍ବହିନ୍ଦୁ ପରିଷଦର ଆହ୍ବାନ: ଜ୍ଞାନବ୍ୟାପୀ ଢାଞ୍ଚାକୁ ହିନ୍ଦୁପକ୍ଷଙ୍କୁ ହସ୍ତାନ୍ତର କର - Archaeological Survey of India

VHP asks Muslim side to hand over Gyanvapi structure to Hindus: ମୁସଲିମ ପକ୍ଷଙ୍କୁ ଆହ୍ବାନ ଦେଲା ବିଶ୍ବହିନ୍ଦୁ ପରିଷଦ । ଜ୍ଞାନବ୍ୟାପୀ ଢାଞ୍ଚାକୁ ହିନ୍ଦୁପକ୍ଷଙ୍କୁ ହସ୍ତାନ୍ତର କର । ଅଧିକ ପଢନ୍ତୁ

ମୁସଲିମ ପକ୍ଷଙ୍କୁ ବିଶ୍ବହିନ୍ଦୁ ପରିଷଦର ଆହ୍ବାନ: ଜ୍ଞାନବ୍ୟାପୀ ଢାଞ୍ଚାକୁ ହିନ୍ଦୁପକ୍ଷଙ୍କୁ ହସ୍ତାନ୍ତର କର

author img

By ETV Bharat Odisha Team

Published : Jan 28, 2024, 7:06 AM IST

ଲକ୍ଷ୍ନୌ: ବାରାଣାସୀର ଜ୍ଞାନବ୍ୟାପୀ ମସଜିଦ ମାମଲାରେ ଭାରତୀୟ ପ୍ରତ୍ନତାତ୍ତ୍ବିକ ବିଭାଗର ସର୍ଭେ ରିପୋର୍ଟ ସାର୍ବାଜନୀନ ହେବା ପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି । ସର୍ଭେ ରିପୋର୍ଟରେ ଏହା ସ୍ପଷ୍ଟ ଉଲ୍ଲେଖ କରାଯାଇଛି ଯେ, ଏହି ମସଜିଦ ଏକ ହିନ୍ଦୁ ମନ୍ଦିରର ଧ୍ବଂସାବଶେଷ ଉପରେ ନିର୍ମାଣ କରାଯାଇଛି । ଏପରିକି ହିନ୍ଦୁ ମନ୍ଦିରର ଢାଞ୍ଚାରେ ବ୍ୟବହୃତ କିଛି ଭଗ୍ନାବଶେଷ ମଧ୍ୟ ମସଜିଦ ନିର୍ମାଣରେ ବ୍ୟବହାର କରାଯାଇଛି । ଏହାପରେ ବିଶ୍ବହିନ୍ଦୁ ପରିଷଦ ଏହି ଢାଞ୍ଚାକୁ ହିନ୍ଦୁପକ୍ଷଙ୍କୁ ହସ୍ତାନ୍ତର କରିବା ପାଇଁ ମୁସଲିମ ପକ୍ଷଙ୍କୁ ଆହ୍ବାନ କରିଛି । ଗତକାଲି(ଶନିବାର) ଏନେଇ ପରିଷଦ ଏକ ପ୍ରେସରିଲିଜ ଜାରି ମଧ୍ୟ କରିଛି ।

  • Press statement:
    HANDOVER THE GYANVAPI STRUCTURE TO HINDUS: ALOK KUMAR

    New Delhi. Jan, 27,2024. The ASI, an official and expert body, has submitted its report to the District Judge hearing the Gyanvapi matter in Kashi. The Int’l working president of Vishva Hindu Parishad and… pic.twitter.com/vGNrTNvrSK

    — Vishva Hindu Parishad -VHP (@VHPDigital) January 27, 2024 " class="align-text-top noRightClick twitterSection" data=" ">

ପ୍ରେସରିଲିଜରେ ଏହା ସ୍ପଷ୍ଟ କରାଯାଇଛି ଯେ, ଜିଲ୍ଲା କୋର୍ଟରେ ଦାଖଲ କରାଯାଇଥିବା ‘ଏଏସଆଇ’ ସର୍ଭେରେ ହିନ୍ଦୁ ମନ୍ଦିର ଉପରେ ଏହି ମସଜିଦ ନିର୍ମାଣ କରାଯାଇଥିବା ସ୍ପଷ୍ଟ ହୋଇଛି । ମସଜିଦ ମଧ୍ୟରୁ ମିଳିଥିବା ଶିଳାଲେଖରେ ହିନ୍ଦୁ ମନ୍ଦିରର ସମ୍ପର୍କରେ ଉଲ୍ଲେଖ ରହିଛି । ଏଥିରେ ରୁଦ୍ର, ଉମେଶ୍ବର ଓ ଜନାର୍ଦ୍ଦନ ନାମରେ 3 ଭଗବାନଙ୍କ ନାମ ମଧ୍ୟ ଉଲ୍ଲେଖ ରହିଛି । ଏହା ପୂର୍ବରୁ ସେଠାରେ ଏକ ବିଶାଳ ହିନ୍ଦୁ ମନ୍ଦିର ଥିଲା ଓ ଏହାକୁ ଧ୍ବଂସ କରାଯାଇ ଏହା ଉପରେ ମସଜିଦ ନିର୍ମାଣ କରାଯାଇଛି । ଏପରିକି ହିନ୍ଦୁ ମନ୍ଦିରର ସ୍ତମ୍ଭ ପରି ଅନେକ ଅଂଶ ମସଜିଦରେ ନିର୍ମାଣରେ ବ୍ୟବହାର ମଧ୍ୟ ହୋଇଛି । କେବଳ ଏତିକି ନୁହେଁ ବରଂ ଏବେ ମଧ୍ୟ ମସଜିଦର ପଶ୍ଚିମ ପାର୍ଶ୍ବ କାନ୍ଥରେ ମନ୍ଦିରର ସ୍ପଷ୍ଟ କାରୁକାର୍ଯ୍ୟ ସମ୍ପନ୍ନ ଏକ ବିଶାଳ ଅଂଶ ମଧ୍ୟ ରହିଛି । ତେଣୁ ଏଏସଆଇ ସର୍ଭେ ପରେ ଏହା ସ୍ପଷ୍ଟ ଯେ, ହିନ୍ଦୁ ମନ୍ଦିରକୁ ଧ୍ବଂସ କରାଯାଇ ସେହିସ୍ଥାନରେ ମସଜିଦ ନିର୍ମାଣ କରାଯାଇଛି । ତେଣୁ ମୁସଲିମ ପକ୍ଷ ହିନ୍ଦୁପକ୍ଷଙ୍କୁ ଏହି ଢାଞ୍ଚା ତୁରନ୍ତ ହସ୍ତାନ୍ତର କରୁ ।

ଏହା ମଧ୍ୟ ପଢନ୍ତୁ:- ପରୀକ୍ଷା ପେ ଚର୍ଚ୍ଚା ସପ୍ତମ ସଂସ୍କରଣ ପ୍ରସ୍ତୁତିର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

ତେବେ ଗୁରୁବାର ଏହି ସର୍ଭେ ରିପୋର୍ଟ ବାରାଣାସୀ କୋର୍ଟରେ ଦାଖଲ କରାଯିବା ପରେ ମାମଲାର ଉଭୟ ପକ୍ଷଙ୍କୁ ଏହାର ନକଲର ହାର୍ଡକପି ମଧ୍ୟ ପ୍ରଦାନ କରାଯାଇଥିଲା । ଏହି ସର୍ଭେରେ ଏହା ସ୍ପଷ୍ଟ ଉଲ୍ଲେଖ କରାଯାଇଛି ଯେ, ସେଠାରେ ମନ୍ଦିରର ଧ୍ବଂସାବଶେଷ ଉପରେ ଏହି ମସଜିଦ ନିର୍ମାଣ କରାଯାଇଛି । ହିନ୍ଦୁ ଶିଳାଲେଖ, ପ୍ରସ୍ତରରେ ଖୋଦେଇ କାରୁକାର୍ଯ୍ୟ, ଓ ହିନ୍ଦୁ ଦେବାଦେବୀଙ୍କ ନାମ ମଧ୍ୟ ଉଲ୍ଲେଖ ରହିଛି । ଏପରିକି ପୂର୍ବ ଢାଞ୍ଚାର କିଛି ଅଂଶକୁ ଏହି ମସଜିଦରେ ବ୍ୟବହାର ମଧ୍ୟ କରାଯାଇଛି । ତେବେ ରିପୋର୍ଟରେ ଏତେ ସ୍ପଷ୍ଟତାର ସହ ଏହି ସବୁ ତଥ୍ୟ ପ୍ରମାଣ ସମ୍ନାକୁ ଆସିବା ପରେ ଏବେ ଏହାକୁ ତୁରନ୍ତ ହିନ୍ଦୁପକ୍ଷକୁ ହସ୍ତାନ୍ତର କରିବା ପାଇଁ ଦାବି ଉଠିଲାଣି । ଅନ୍ୟପଟେ କୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.