ETV Bharat / bharat

ଭେଙ୍କେୟା ନାଇଡୁଙ୍କୁ ପଦ୍ମ ବିଭୂଷଣ, ଜାଣନ୍ତୁ କେଉଁ କ୍ଷେତ୍ରରେ ରହିଛି ଉଲ୍ଲେଖନୀୟ ଅବଦାନ - Padma Vibhushan - PADMA VIBHUSHAN

Venkaiah Naidu Conferred Padma Vibhushan: ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁ ପଦ୍ମ ବିଭୂଷଣ ସମ୍ମାନ । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ସେ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ

Venkaiah Naidu
Venkaiah Naidu
author img

By ETV Bharat Odisha Team

Published : Apr 22, 2024, 7:48 PM IST

ଭେଙ୍କେୟା ନାଇଡୁଙ୍କୁ ପଦ୍ମ ବିଭୂଷଣ

ନୂଆଦିଲ୍ଲୀ: ଭାରତର ଦ୍ବିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ 'ପଦ୍ମ ବିଭୂଷଣ'ରେ ସମ୍ମାନିତ ହେଲେ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଆଜି (ସୋମବାର) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ସେ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ପବ୍ଲିକ ଆଫାୟାର୍ସ ବା ଜନସଭା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ପୂର୍ବରୁ ପଦ୍ମ ସମ୍ମାନ ନେଇ ତାଙ୍କ ନାମ ଘୋଷଣା ହୋଇଥିବା ବେଳେ ଆଜି ସେ ଏହି ପୁରସ୍କାରକୁ ଗ୍ରହଣ କରିଛନ୍ତି । ଏହି ପୁରସ୍କାର ବିତରଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ଭେଙ୍କେୟା ନାଇଡୁଙ୍କ ବ୍ୟତୀତ ଚଳିତ ବର୍ଷ ଆନ୍ଧ୍ରପ୍ରଦେଶର କଳା କ୍ଷେତ୍ରରେ ଅଭିନେତା ତଥା ରାଜନେତା କୋନିଦେଲା ଚିରଞ୍ଜିବୀ, ବେଜୟନ୍ତୀମାଲା ବାଲି ଏବଂ ତାମିଲନାଡୁରୁ କଳା କ୍ଷେତ୍ରରେ ପଦ୍ମ ସୁବ୍ରମଣ୍ୟମ ଏବଂ ବିହାରର ସାମାଜିକ କାର୍ଯ୍ୟରେ ବିନ୍ଦେଶ୍ବର ପାଠକ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ପଦ୍ମ ପୁରସ୍କାର ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର । ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ ପଦ୍ମଶ୍ରୀ ତିନୋଟି ଶ୍ରେଣୀରେ ଏହି ପୁରସ୍କାର ପ୍ରଦାନ କରାଯାଏ । ପୁରସ୍କାର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ପ୍ରଦାନ କରାଯାଇଥାଏ । ଯେପରିକି କଳା, ଜନସେବା, ସମାଜ ସେବା, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ, ଔଷଧ, ସାହିତ୍ୟ, ଶିକ୍ଷା, କ୍ରୀଡା, ନାଗରିକ ସେବା ଅନ୍ତର୍ଭୁକ୍ତ ।

2024 ବର୍ଷ ପାଇଁ ରାଷ୍ଟ୍ରପତି 132 ପଦ୍ମ ପୁରସ୍କାର ପ୍ରଦାନକୁ ଅନୁମୋଦନ କରିଛନ୍ତି । ଏହି ତାଲିକାରେ 5 ପଦ୍ମ ବିଭୂଷଣ, 17 ପଦ୍ମ ଭୂଷଣ ଏବଂ 110 ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି । ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ମଧ୍ୟରୁ 30 ଜଣ ମହିଳା, 8 ଜଣ ବିଦେଶୀ / NRI / PIO / OCI ଏବଂ 9 ଜଣଙ୍କୁ ମରୋଣତ୍ତର ଭାବେ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି । ମରଣୋତ୍ତର ପାଇଁ ଏମ ଫତିମା ବିବି, ବିଜୟକାନ୍ତ ଓ ସତ୍ୟବ୍ରତ ମୁଖାର୍ଜୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ ।

ପଦ୍ମ ପୁରସ୍କାର ସମ୍ବନ୍ଧୀୟ ଅଧିକ ଖବର:

132 ଜଣ ପାଇବେ ପଦ୍ମ ପୁରସ୍କାର: 5 ଜଣଙ୍କୁ ପଦ୍ମ ବିଭୂଷଣ, 17 ଜଣଙ୍କୁ ପଦ୍ମଭୂଷଣ

ସମ୍ବଲପୁରର ନାଟ୍ୟକାର ବିନୋଦ କୁମାର ପଶାୟତଙ୍କୁ ମିଳିବ ପଦ୍ମଶ୍ରୀ

ଫ୍ରାନ୍ସର 4 ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ସମ୍ମାନ, ସୁଦୃଢ ହେଉଛି ସମ୍ପର୍କ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.