ETV Bharat / bharat

ସାବଧାନ ! ରେଳ ଲାଇନରେ ରିଲ୍ସ କରୁଛନ୍ତି କି ? ଆପଣଙ୍କ ସହ ଘଟିପାରେ ଏମିତି - Uttar Pradesh Shocker

author img

By ETV Bharat Odisha Team

Published : Sep 11, 2024, 6:21 PM IST

Uttar Pradesh Shocker: ଆପଣ ବି ଟ୍ରେନ ଲାଇନରେ ଯଦି ରିଲ୍ସ କରୁଛନ୍ତି । ଏ ଖବର ଆପଣଙ୍କ ପାଇଁ । ରିଲ୍ସ ନିଶା ଯେ କେତେ ଭୟଙ୍କର ସାବ୍ୟସ୍ତ ହୋଇଛି । ତାହା ଆପଣଙ୍କୁ ଚକିତ କରିଦେବ । ଉତ୍ତରପ୍ରଦେଶରେ ପରିବାର ସହ ଘଟିଗଲା ଏମିତି । ପଢନ୍ତୁ ପୂରା ଖବର ।

Uttar Pradesh Shocker
Uttar Pradesh Shocker (ETV Bharat Odisha)

ଲକ୍ଷ୍ନୌ: ରିଲ୍ସ ନିଶାରେ କିମିୟା ଆଜିର ପିଢି । ସୋସିଆଲ ମିଡିଆରେ ରିଲ୍ସ ବନାଇ ଲାଇକ ଫୋଲର୍ସ ପାଇବା ପାଇଁ ଯେମିତି ଏକ ପ୍ରକାର ପ୍ରତିଯୋଗିତା ଚାଲିଛି । ପିଲା ହୁଅନ୍ତୁ ବା ବୁଢା ସମସ୍ତଙ୍କୁ ଘାରିଛି ରିଲ୍ସ ନିଶା । ହେଲେ ଏହି ନିଶା ଯେ କେତେ ଘାତକ ସାଜିଛି ତାହାର ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଲଖିମପୁର ଖେରୀରେ । ରେଳ ଲାଇନରେ ରିଲ୍‌ ବନାଇବା ବେଳେ ଟ୍ରେନରେ କଟି ଯାଇଛନ୍ତି ବାପା ମାଆ ଓ ପିଲା ।

କଣ ଥିଲା ଘଟଣା ?

ଲଖିମପୁର ଖେରୀର ଓୟଲୋ ରେଲୱେ କ୍ରସିଂରେ ଘଟିଛି ଏହି ଦୁଃଖଦ ଘଟଣା । ଆଜି ଦିନ ପ୍ରାୟ 11ଟା ସମୟରେ ରେଲୱେ କ୍ରସିଂ ନିକଟରେ ରିଲ୍ସ କରୁଥିବା ବେଳେ ଟ୍ରେନରେ କଟି ଯାଇଥିଲା । ବାପା ମାଆ ଓ 3 ବର୍ଷର କୁନି ପୁଅ । ମୃତକ ମାନେ ହେଲେ ଉତ୍ତର ପ୍ରଦେଶ ଲଖିମପୁର ଖେରିର ବାସିନ୍ଦା 26 ବର୍ଷୀୟ ମହମ୍ମଦ ଅନସାରି, ତାଙ୍କ 24 ବର୍ଷୀୟା ପତ୍ନୀ ଆୟଶା ଅନସାରି ଓ 3 ବର୍ଷର ପୁଅ ଅବଦୁଲ୍ଲା ରେହମାନ ।

ପତି-ପତ୍ନୀଙ୍କ ରିଲ୍ସ ନିଶା:

ଯୁବପିଢିଙ୍କୁ ଲାଗିଛି ରିଲ୍ସ ନିଶା । ବୁଲିବା-ଖାଇବା-ଶୋଇବା ହେଉ କି ଯେ କୌଣସି କାମ, ଟିକେ ଫୁରସତ ପାଇଲେ ରିଲ୍‌ ବନାଇବାରେ ଲାଗି ପଡୁଛନ୍ତି ଅଧିକାଂଶ ଲୋକେ । ଯାହା ଆମେ ସମ୍ପ୍ରତି ସମୟରେ ଦେଖିବାକୁ ପାଉଛୁ । ଆଉ ସେହି ରିଲ୍ସ ପ୍ରେମରେ ପଡିଥିଲେ ମୃତ ମହମ୍ମଦ ଅନସାରିଙ୍କ ପରିବାର । ରେଳ ଲାଇନରେ ରିଲ୍ସ କରିବାକୁ ପହଞ୍ଚି ଯାଇଥିଲେ ପୁରା ପରିବାର । ହେଲେ ରିଲ୍ସ କରୁଥିବା ବେଳେ ହଠାତ୍‌ ମାଡି ଆସିଥିଲା ରେଳ । ଦୁର୍ଘଟଣାରେ ଚାଲିଗଲା 3 ଜୀବନ ।

ଏହା ମଧ୍ୟ ପଢନ୍ତୁ: ଭଉଣୀ ଭିଡିଓ ରେକର୍ଡିଂ କରୁଥିଲା, ପ୍ରଖର ସୁଅରେ ଭାସିଗଲା ଭଉଣୀ

କଣ କହୁଛି ପୋଲିସ
କଣ କହୁଛି ପୋଲିସ (ETV Bharat)

ମୃତଦେହ ଉଦ୍ଧାର, ପୋଲିସ ତଦନ୍ତ ଆରମ୍ଭ

ଘଟଣାଟି ଉମରିୟା ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ସୂଚନା ଅନୁସାରେ, ରେଳଲାଇନରେ 3 ଜଣଙ୍କ ମୃତ୍ୟୁ ହୋଇଥିବା ଖବର ଦେଇଥିଲେ ଗାଁ ମୁଖିଆ । ଗୋଟିଏ ପରିବାରର 3 ଜଣ ଅନେକ ସମୟ ଧରି ରେଳ ଲାଇନରେ ରିଲ୍ସ ବନାଉଥିଲେ । ହେଲେ ଟ୍ରେନ ଆସିଯିବାରୁ ଟ୍ରେନରେ କଟି 3 ଜଣଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ଏହା ମଧ୍ୟ ପଢନ୍ତୁ:ରିଲ୍ସ ନିଶାରେ ଗଲା ଜୀବନ: ମାଡ଼ିଗଲା ଲୌହ ଦାନବ, ତିନି ଛାତ୍ରଙ୍କ ଶୋଚନୀୟ ମୃତ୍ୟୁ

ଏହା ମଧ୍ୟ ପଢନ୍ତୁ: କଲେଜ ଛାତ୍ରୀଙ୍କୁ ଘାରିଛି ରିଲ୍ସ ନିଶା, ଚାରି ମହଲା ଛାତରେ ଠିଆ ହୋଇ ବିପଦଜନକ ଭାବେ ଭିଡ଼ିଓ ସୁଟିଂ

ସାବଧାନତା ଅବଲମ୍ବନ କରନ୍ତୁ:

ରିଲ୍ସ ବନାଇବା ସମୟରେ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ । ଯେଉଁଠି ଜୀବନ ପ୍ରତି ବିପଦ ରହୁଛି ସେଠି ସାବଧାନତା ଅବଲମ୍ବନ କରିବା ଉଚିତ୍‌ । ବିଶେଷ କରି ରେଳ ଲାଇନ ହେଉ ଅବା କୌଣସି ବିପଦପୂର୍ଣ୍ଣ ଅର୍ଥ ଯେଉଁଠି ଅଘଟଣ ଘଟିପାରେ । ସେସବୁ ପ୍ରତି ଦୃଷ୍ଟି ଦେବା ଆବଶ୍ୟକତା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.