ETV Bharat / bharat

ପେଟରୁ ବାହାରିଲା 2 ଫୁଟର ଲାଉ; କେମିତି ଶରୀର ଭିତରେ ପହଞ୍ଚିଲା ଜାଣନ୍ତୁ - 2Ft Gourd found inside Man stomach

author img

By ETV Bharat Odisha Team

Published : Jul 21, 2024, 5:57 PM IST

2FT GOURD FOUND INSIDE MAN STOMACH: ଆଶ୍ଚର୍ଯ୍ୟ ! ପେଟରୁ ବାହାରିଲା ଦୁଇ ଫୁଟ ଲମ୍ବର ଡେମ୍ଫ ଲଗା ଲାଉ । ଅପରେସନ ବେଳେ ଡାକ୍ତର ମଧ୍ୟ ଲାଉକୁ ଦେଖି ତାଜୁବ । ଅଧିକ ପଢନ୍ତୁ

GOURD FOUND INSIDE MAN STOMACH
GOURD FOUND INSIDE MAN STOMACH (ETV Bharat)

ଭୋପାଳ: ମଧ୍ୟପ୍ରଦେଶରେ ଅଜବ ଘଟଣା । ମଣିଷ ପେଟରୁ ବାହାରିଲା 2 ଫୁଟ ଲମ୍ବର ଲାଉ । ଆପଣ ପେଟ ସର୍ଜରୀ ସମ୍ପର୍କରେ ଶୁଣିଥିବେ । କେତେବେଳେ ପେଟରୁ ବଡ଼ ଟ୍ୟୁମର (ମାଂସ ପିଣ୍ଡୁଳା) ବାହାରିଥାଏ ତ ଆଉ କେହି ଅସାବଧନତା ଯୋଗୁଁ କିଛି ଢୋକିଦେଲେ ଏହା ପେଟକୁ ଚାଲିଯାଏ । ହେଲେ ଏତେ ବଡ଼ ଲାଉ ପେଟ ଭିତରକୁ ଗଲା କିପରି ? ଖୋଦ ଡାକ୍ତର ସର୍ଜରୀ ବେଳେ ଏହି ବଡ଼ ଲାଉ ପେଟରୁ ବାହାର କରିବା ସମୟରେ ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଥିଲେ । ଯାହାକି ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

X-RAYରେ ଲମ୍ବା ଜିନିଷ ଦେଖି ତାଜୁବ ଡାକ୍ତର:-

ଦୁଇ ଦିନ ପୂର୍ବରୁ ରାଜ୍ୟର ଖଜୁରାଓ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଛତରପୁର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ବ୍ୟକ୍ତି ଜଣକ ପେଟରେ ଯନ୍ତ୍ରଣା ହେଉଥିବା କହି ଡାକ୍ତରଖାନା ଆସିଥିଲେ । ସର୍ଜନ ଡକ୍ଟର କିଶୋର ଜାଟବ ଏହି ବ୍ୟକ୍ତି ଚିକିତ୍ସା କରିଛନ୍ତି । ଡାକ୍ତର ଜଣକ କହିଛନ୍ତି ଯେ ବ୍ୟକ୍ତି ଜଣକ ପେଟରେ ଯନ୍ତ୍ରଣା ହେଉଥିବା କହିଥିଲେ । ଏହାପରେ ତାଙ୍କର ଏକ୍ସରେ କରାଯାଇଥିଲା । ରିପୋର୍ଟ ଆସିବା ପରେ ପେଟରେ ଏକ ଲମ୍ବା ଜିନିଷ ଥିବା ଜଣାପଡ଼ିଥିଲା । ଯେତେବେଳେ ଅତି ଗମ୍ଭୀରତାର ସହିତ ଏହି ଘଟଣାକୁ ଯାଞ୍ଚ କରାଯାଇଥିଲା, ତେବେ ଜଣାପଡ଼ିଥିଲା ଯେ ବ୍ୟକ୍ତିଙ୍କ ପେଟରେ ଡେମ୍ଫ ଲଗା ଏକ ଲାଉ ଅଛି ।

ସର୍ଜରୀ ପରେ ବାହାରିଲା ଲାଉ:-

ଡାକ୍ତର ନନ୍ଦ କିଶୋର ଜାଟବ ଏନେଇ କହିଛନ୍ତି, "ରୋଗୀଙ୍କ ପେଟର ଅସହ୍ୟ ଯନ୍ତ୍ରଣା ହେଉଥିଲା । ଏଥିଲାଗି ଅପରେସନ ଦ୍ବାରା ପେଟରୁ ଲାଉକୁ ବାହାର କରାଯାଇଛି । ପେଟରେ ଏତେ ବଡ଼ ଲାଉ ଥିବାରୁ ସେ ଆଭ୍ୟନ୍ତରୀଣ ଭାବେ ମଧ୍ୟ ଯନ୍ତ୍ରଣା ପାଇଛନ୍ତି । ତାଙ୍କର କିଛି ଅନ୍ତଃନଳୀ କ୍ଷତିଗ୍ରସ୍ତ ହୋଇଛି । ଏପରିକି ବ୍ୟକ୍ତିଙ୍କ ବୃହଦନ୍ତ୍ର ଫାଟି ଯାଇଥିବାରୁ ସେ ମଳତ୍ୟାଗରେ ମଧ୍ୟ କଷ୍ଟ ଅନୁଭବ କରୁଥିଲେ । ଏଣୁ ପେଟ ମାଧ୍ୟମରେ ମଳକୁ ବାହାର କରାଯାଇଛି । ଏହି ଅପରେସନରେ ପେଟରୁ 2 ଫୁଟର ଲାଉ ବାହାର କରାଯାଇଛି ।"

'ମଳଦ୍ବାର ଦେଇ ଶରୀରକୁ ଯାଇଥିଲା ଲାଉ'

ଡାକ୍ତର ନନ୍ଦ କିଶୋର ଜାଟବଙ୍କ କହିବାନୁସାରେ ଏହି ଲାଉକୁ ମଳଦ୍ବାର ଦେଇ ଶରୀର ଭିତରକୁ ଭର୍ତ୍ତି କରାଯାଇଥିଲା । ଏଥିଲାଗି ମଳଦ୍ବାରର ଶିରା ପ୍ରଶିରା ମଧ୍ୟ ଫାଟିଯାଇଛି । ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ବେଶ ଗମ୍ଭୀର ରହିଛି । ବର୍ତ୍ତମାନ ତାଙ୍କ ମାନସିକ ସ୍ଥିତି ମଧ୍ୟ ଠିକ ନାହିଁ । ତେବେ ସେ ସୁସ୍ଥ ହେବା ପରେ ଏହା ଜାଣିବାକୁ ଚେଷ୍ଟା କରାଯିବ ଯେ ସେ ମଳଦ୍ବାରରେ ନିଜେ ଲାଉ ଭର୍ତ୍ତି କରିଥିଲେ କି ଏପରି ନିନ୍ଦନୀୟ କାର୍ଯ୍ୟ ଅନ୍ୟ କେହି ଜୋରଜବରଦସ୍ତ କରିଥିଲା । ବର୍ତ୍ତମାନ ଜିଲ୍ଲା ହସ୍ପିଟାଲରେ ବ୍ୟକ୍ତିଙ୍କ ଚିକିତ୍ସା ଜାରି ରହିଛି ।

ଏହା ବି ପଢନ୍ତୁ- ମହଙ୍ଗା ପଡିଲା ଅଜବ ସଉକ, ଯୁବକଙ୍କ ପେଟରୁ ବାହାରିଲା ୨ ଫୁଟର ଲୁହା ବେଲଣା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.