ETV Bharat / bharat

ୱେଟିଂ ଟିକଟରେ ଟ୍ରେନ ଯାତ୍ରା ବନ୍ଦ ! VIP ସମେତ ୧୬ଟି କୋଟାରେ କରିପାରିବେ କନଫର୍ମ, ଜାଣନ୍ତୁ ରେଳବାଇ ରିଜର୍ଭେସନ ନିୟମ - Train waiting ticket new rules

author img

By ETV Bharat Odisha Team

Published : Aug 27, 2024, 12:11 PM IST

Updated : Aug 27, 2024, 1:27 PM IST

Train Waiting Ticket and Railway Quota: ଟ୍ରେନରେ ଓ୍ବେଟିଂ ଟିକଟକୁ ନେଇ ଚିନ୍ତିତ ଅଛନ୍ତି କି ? ବ୍ୟସ୍ତ ହୁଅନ୍ତୁ ନାହିଁ, ଏହି ସମସ୍ୟା ଦୂର ପାଇଁ ଭାରତୀୟ ରେଳବାଇ ଆଣିଛି ନୂଆ ନିୟମ - କୋଟା ବ୍ୟବସ୍ଥା । କୋଟା ଦ୍ବାରା ଓ୍ବେଟିଂ ଟିକଟର କନଫେରମେସନ ପାଇପାରିବେ । ଜାଣନ୍ତୁ କେଉଁ କୋଟାରେ ପାଇ ପାରିବେ ସୁବିଧା । ଅଧିକ ପଢନ୍ତୁ

TRAIN WAITING TICKET NEW RULES
TRAIN WAITING TICKET NEW RULES (Etv Bharat)

ହାଇଦ୍ରାବାଦ: ଯାତ୍ରୀମାନେ ଧ୍ୟାନ ଦିଅନ୍ତୁ । ଯଦି ଟ୍ରେନରେ ଓ୍ବେଟିଂ ଟିକଟକୁ ନେଇ ସମସ୍ୟା ସୃଷ୍ଟି ହେଉଛି ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । କାହିଁକି ନା ଆପଣଙ୍କ ଏହି ସମସ୍ୟାକୁ ଦୂର କରିବ ରେଲଓ୍ବେ କୋଟା ବ୍ୟବସ୍ଥା । ଓ୍ବେଟିଂ ଟିକଟକୁ କନଫର୍ମ କରିବାକୁ ରେଳ ବିଭାଗରେ କୋଟାର ବ୍ୟବସ୍ଥା ରହିଛି । ରେଲଓ୍ବେରେ 16ଟି କୋଟା ରହିଥିବା ବେଳେ ଯାତ୍ରୀମାନେ ଏହାକୁ ବ୍ୟବହାର କରି ନିଜର ଟିକଟ କନଫର୍ମ କରିପାରିବେ । କିନ୍ତୁ ଏତେ ସହଜରେ ଏହି ସୁବିଧା ଆପଣ ପାଇପାରିବେ ନାହିଁ । ଯଦି କୋଟା ବ୍ୟବହାର କରିବାର ନିୟମ ସଠିକ ଭାବେ ପାଳନ କରୁଛନ୍ତି, ତେବେ କୋଟା ଦ୍ବାରା ଟିକଟ ସୁନିଶ୍ଚିନ୍ତ ହୋଇପାରିବ । ତେବେ ଜାଣନ୍ତୁ କେଉଁ ସବୁ ବର୍ଗର ଯାତ୍ରୀ ଏହି କୋଟା ବ୍ୟବସ୍ଥାର ଲାଭ ନେଇପାରିବେ ।

  • 1.କର୍କଟ ରୋଗୀଙ୍କ ପାଇଁ ଏମର୍ଜେନ୍ସି କୋଟା:

ରେଳ ଯାତ୍ରାରେ କର୍କଟ ରୋଗୀଙ୍କ ପାଇଁ ଏମର୍ଜେନ୍ସି କୋଟା ରହିଛି । ଯଦି କର୍କଟ ରୋଗୀ ଟ୍ରେନରେ ଯାତ୍ରା କରିବା ପାଇଁ ଟିକଟ କରନ୍ତି, ତେବେ ଏହି କୋଟା ବ୍ୟବହାର କରିପାରିବେ । ରେଳ ବିଭାଗ ମଧ୍ୟ ଏହି ରୋଗୀଙ୍କ ଉପରେ ଅଧିକ ଧ୍ୟାନ ଦେଇଥାଏ । ବିଳମ୍ବରେ ଟିକେଟ ବୁକ୍‌ କଲେ ବି ଏହାକୁ ଶୀଘ୍ର କନଫର୍ମ କରାଯାଇଥାଏ ।

  • 2. ତତ୍କାଳ କୋଟା:

ସାଧାରଣତଃ ଟ୍ରେନ ଯାତ୍ରା କରିବାକୁ କିଛି ଦିନ ପୂର୍ବରୁ ଟ୍ରେନ୍‌ ଟିକେଟ ବୁକ୍‌ କରିବାକୁ ପଡେ । ଏଥିରେ ବିଳମ୍ବ ହେଲେ ଟିକେଟ ମିଳେନାହିଁ । ଯାହାଫଳରେ ଯାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହୁଅନ୍ତୁ । ତୁରନ୍ତ ଯଦି ଆପଣଙ୍କୁ ଟ୍ରେନ ଯାତ୍ରା କରିବାର ଥାଏ ତେବେ ତତ୍କାଳ କୋଟା ମାଧ୍ୟମରେ ଟିକଟ ବୁକିଂ କରିପାରିବେ । ଯେଉଁ ଦିନ ଟ୍ରେନ ଛାଡିବାର ଥିବ ତାର ଦିନକ ପୂର୍ବରୁ ଏହି ଟିକଟ କରାଯାଏ । ପୂର୍ବାହ୍ନ 10ଟାରୁ 11 ମଧ୍ୟରେ ତତ୍କାଳ ଟିକଟ ବୁକିଂ କରି ପାରିବେ । ଫାଷ୍ଟ ଏସି ଏବଂ ଏକଜ୍ୟୁକେଟିଭ କ୍ଲାସ ଛଡା ବାକି ସମସ୍ତ ଶ୍ରେଣୀର ବଗି ପାଇଁ ତତ୍କାଳ ଟିକଟ୍‌ ଉପଲବ୍ଧ ଥାଏ ।

3. ପ୍ରିମିୟମ ତତ୍କାଳ କୋଟା:

ଏହି କୋଟା ମାଧ୍ୟମରେ ରେଳ ବିଭାଗ କିଛି ସିଟ୍‌ ରିଜର୍ଭ କରିଥାଏ । ଯେଉଁ ଯାତ୍ରୀମାନଙ୍କୁ ଜରୁରୀ ଯାତ୍ରା କରିବାକୁ ପଡେ, ସେମାନଙ୍କୁ ଅଧିକ ଟଙ୍କାରେ ଟିକେଟ ବୁକ କରିବାକୁ ପଡିଥାଏ । ସକାଳ 10ଟାରେ ଏସି(AC) ପାଇଁ ଏବଂ ଦିନ 11ଟାରେ ନନ-ଏସି( NON AC) ପାଇଁ ଟିକଟ ବୁକିଂ କରିବାକୁ ପଡିଥାଏ । ଏହି ସମୟ ମଧ୍ୟରେ ଯଦି ଟିକଟ ନ କରୁଛନ୍ତି ତେବେ ଆପଣ ଟ୍ରେନ ଯାତ୍ରା କରିପାରିବେ ନାହିଁ ।

ଏହା ମଧ୍ୟ ପଢନ୍ତୁ-ଟ୍ରେନ ଛାଡିବାର ୫ ମିନିଟ୍‌ ପୂର୍ବରୁ ବୁକିଂ କରିପାରିବେ ଟିକଟ, କାଣନ୍ତୁ କେମିତି - Book Train Ticket Before Departure

4. ଜେନେରାଲ କୋଟାରେ 4 ମାସ ପୂର୍ବରୁ ଟିକଟ ବୁକିଂ:

ରେଳ ବିଭାଗର ଆଉ ଏକ କୋଟା ହେଉଛି ଜେନେରାଲ କୋଟା । ଏହି କୋଟା ମାଧ୍ୟମରେ 4 ମାସ ପୂର୍ବରୁ ଟ୍ରେନ ଟିକେଟ ବୁକିଂ କରିପାରିବେ । ଏହି କୋଟାରେ ଅଧିକ ସିଟ୍‌ ବୁକିଂ ପାଇଁ ଉପଲବ୍ଧ ।

5. ହେଡକ୍ୱାଟର୍ସ କୋଟା:

ରେଳ ଅଧିକାରୀ, ଭିଭିଆଇପି ଏବଂ ବ୍ୟୁରୋକ୍ରାଟ୍ସ (ପ୍ରଶାସନିକ ଅଧିକାରୀ)ଙ୍କ ପାଇଁ ଟ୍ରେନରେ କିଛି ସିଟ୍ ସଂରକ୍ଷିତ ରହିଛି । ସିଟ୍‌ର ଆବଣ୍ଟନ ପ୍ରଥମେ ଆସେ, ଏହାକୁ ପ୍ରଥମେ ପାଇବା ଆଧାରରେ କରାଯାଏ । ଏହି କୋଟା ସେହି ଟିକଟ ପାଇଁ ପ୍ରଯୁଜ୍ୟ ଯାହା ସାଧାରଣ କୋଟାରେ ବୁକ୍ କରିଥାନ୍ତି କିନ୍ତୁ ଓ୍ବେଟିଂ ଲିଷ୍ଟରେ ରହିଥାନ୍ତି ।

6. ଦିବ୍ୟାଙ୍ଗ କୋଟାରେ ଦୁଇଟି ବର୍ଥ ଉପଲବ୍ଧ:

ଶାରୀରିକ ଭାବେ ଅକ୍ଷମ ଥିବା ଯାତ୍ରୀଙ୍କ ପାଇଁ ଦିବ୍ୟାଙ୍ଗ କୋଟା ଉପଲବ୍ଧ । ଟ୍ରେନରେ ଯାତ୍ରା ପାଇଁ ସେମାନଙ୍କୁ ଦୁଇଟି ବର୍ଥ ଦିଆଯାଇଥାଏ । ନିମ୍ନ ସିଟ୍‌ ଦିବ୍ୟାଙ୍ଗଙ୍କ ପାଇଁ ଏବଂ ମିଡିଲ ସିଟ୍‌ ସେମାନଙ୍କ ସାଥିରେ ଥିବା ସମ୍ପର୍କୀୟଙ୍କ ପାଇଁ ।

7.ମନ୍ତ୍ରୀ, ବିଧାୟକ, ସାଂସଦ କୋଟା:

ରେଳବାଇର ହେଡକ୍ୱାର୍ଟର କୋଟା ପରି ସଂସଦ ଗୃହ କୋଟା ବିଧାୟକ, ସାଂସଦ, ରାଜ୍ୟ ତଥା କେନ୍ଦ୍ରମନ୍ତ୍ରୀ, ମନ୍ତ୍ରୀଙ୍କ ପାଇଁ ଉପଲବ୍ଧ । ଏହା ଉଚ୍ଚ ପଦସ୍ଥ ଅଧିକାରୀଙ୍କ ପାଇଁ ଦିଆଯାଇଥିବା ସିଟ୍‌ ସଂଖ୍ୟା ଦର୍ଶାଇଥାଏ । ସେମାନଙ୍କର ତୁରନ୍ତ ଯାତ୍ରା କରିବାକୁ ସେମାନେ ଏହି କୋଟାକୁ ବ୍ୟବହାର କରିପାରିବେ ।

8. ପ୍ରତିରକ୍ଷା କୋଟା ପାଇଁ ID କାର୍ଡ ଆବଶ୍ୟକ:

ରେଲଓ୍ବେରେ ପ୍ରତିରକ୍ଷା କୋଟା ରହିଛି । ପ୍ରତିରକ୍ଷା ଅଧିକାରୀ ମାନେ ସେମାନଙ୍କ ଆଇଡି କାର୍ଡ ଦେଖାଇ ଟିକେଟ କରିପାରିବେ । ଟ୍ରାନ୍ସଫର, ଘରକୁ ଯାତ୍ରା କିମ୍ବା ଛୁଟି ପରେ ଡ୍ୟୁଟିକୁ ଫେରିବା ପାଇଁ ବ୍ୟବହାର କରିପାରିବେ ଯବାନ ।

9. ମହିଳା କୋଟା:

ମହିଳା ମାନଙ୍କ ପାଇଁ ଟ୍ରେନରେ ଏହି କୋଟା ରହିଛି । ଯେଉଁ ମହିଳା ମାନେ ଟ୍ରେନରେ ଏକା ଯାତ୍ରା କରୁଛନ୍ତି କିମ୍ବା 12 ବର୍ଷରୁ କମ ଝିଅ ମାନଙ୍କ ପାଇଁ ରହିଛି । କେତେକ ଟ୍ରେନରେ ସେକେଣ୍ଡ ସିଟିଂ ଏବଂ ସ୍ଲିପର ରେ ମହିଳା ଯାତ୍ରୀଙ୍କ ପାଇଁ 6ଟି ସିଟ୍ ଦିଆଯାଇଛି।

10. ବିଦେଶୀ ଯାତ୍ରୀଙ୍କ ପାଇଁ କୋଟା:

ଟ୍ରେନରେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଏକ କୋଟା ରହିଛି । ‘ଭିସା’ ଥିବା ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଏହି କୋଟା ଉପଲବ୍ଧ । ‘ଏନଆରଆଇ’ ପାଇଁ ମଧ୍ୟ କେତେକ ସିଟ୍ ସଂରକ୍ଷିତ ରହିଛି । ଏହି ସିଟଗୁଡିକୁ ବୁକ୍‌ କରିବାକୁ ନିର୍ଦ୍ଧାରିତ ଥିବା ମୂଲ୍ୟଠାରୁ ଅଧିକ ମୂଲ୍ୟରେ କରାଯାଏ ।

11. ଡ୍ୟୁଟି ପାସ୍ କୋଟା:

ରେଳ କର୍ମଚାରୀଙ୍କୁ ଏହି କୋଟା ଦିଆଯାଏ । ଡ୍ୟୁଟି ପାଇଁ ପ୍ରତି ରେଳ କର୍ମଚାରୀଙ୍କୁ ଡ୍ୟୁଟି ପାସ୍ କୋଟା ଦିଆଯାଏ । ସମସ୍ତ ବର୍ଗର ରେଳ କର୍ମଚାରୀ ଓ ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କ ପାଇଁ ସୀମିତ ସଂଖ୍ୟକ ବର୍ଥ ସଂରକ୍ଷିତ ରହିଛି । ଯାହା ଏହି କୋଟା ଅନୁଯାୟୀ ବୁକ୍ ହୋଇପାରିବ ।

12. 45 ବର୍ଷରୁ ଅଧିକ ମହିଳା ଏବଂ ବରିଷ୍ଠ ନାଗରିକ କୋଟା :

ଏହି କୋଟା ଅନୁଯାୟୀ, 45 ବର୍ଷରୁ ଅଧିକ ମହିଳା ଏବଂ ଏକାକୀ ଯାତ୍ରା କରୁଥିବା ବରିଷ୍ଠ ନାଗରିକମାନଙ୍କୁ ଟ୍ରେନର ତଳ ବର୍ଥ ଦିଆଯାଏ । ଏହି କୋଟା ଅଧୀନରେ ଏକ ସମୟରେ କେବଳ ଦୁଇଟି ଟିକେଟ୍ ବୁକ୍ କରାଯାଇପାରିବ।

13. ବେକାରୀଙ୍କ ପାଇଁ ଯୁବ କୋଟା:

ଟ୍ରେନରେ ଯୁବ କୋଟା 18-45 ବର୍ଷ ବୟସର ବେକାରୀ ଯୁବକ ଯୁବତୀଙ୍କ ପାଇଁ ଉପଲବ୍ଧ । ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆକ୍ଟ (NREGA) ଅନୁଯାୟୀ ଏହି କୋଟାରେ ଟିକଟ ବୁକି୍ଂ କରିହେବ । ଟିକଟ୍ ବୁକିଂ ସମୟରେ କିଛି ଛାଡ ପାଇବା ପାଇଁ MNREGA ସାର୍ଟିଫିକେଟ ବାଧ୍ୟତାମୂଳକ । ଟ୍ରେନରେ 10 ପ୍ରତିଶତ ସିଟ୍ ଯୁବକମାନଙ୍କ ପାଇଁ ସଂରକ୍ଷିତ ।

14. ଲୋୟର-ବର୍ଥ କୋଟା:

ଏହି କୋଟା ଅନୁଯାୟୀ, ଟ୍ରେନରେ ନିମ୍ନ ବର୍ଥଗୁଡିକ 60ବର୍ଷ କିମ୍ବା ତା’ଠାରୁ ପୁରୁଷ ଯାତ୍ରୀ ଏବଂ 45ବର୍ଷରୁ ଉର୍ଦ୍ଧ୍ବ ମହିଳା ଯାତ୍ରୀଙ୍କ ପାଇଁ ସଂରକ୍ଷିତ । ଏକାକୀ ଯାତ୍ରା କରିବା ସମୟରେ କିମ୍ବା ଏହିପରି ଦୁଇଜଣ ଯାତ୍ରୀଙ୍କ ସହିତ ଯାତ୍ରା କରିବା ସମୟରେ ନିମ୍ନ ବର୍ଥ କୋଟାରେ ଟିକଟ କରିପାରିବେ ।

15. ରି-କୋଟା:

ରେଳ ବିଭାଗ ଏହାର କର୍ମଚାରୀମାନଙ୍କୁ ସ୍ୱତନ୍ତ୍ର ଯାତ୍ରା ପାସ୍ ଦେଇଥାଏ । ଡ୍ୟୁଟିରେ ନିୟୋଜିତ ରେଳ କର୍ମଚାରୀଙ୍କ ପାଇଁ ଏହି କୋଟା ଉପଲବ୍ଧ ।

16. ପୁଲ୍ଡ କୋଟା:

ଏହି କୋଟା ସେହିମାନଙ୍କ ପାଇଁ ଯେଉଁମାନେ, ଯାତ୍ରା ଆରମ୍ଭ କରିଥିବା ଷ୍ଟେସନରୁ ଟର୍ମିନାସନ୍ ଷ୍ଟେସନଠାରୁ କମ୍ ଦୂରତା ବିଶିଷ୍ଟ ଷ୍ଟେସନକୁ କିମ୍ବା ମଧ୍ୟବର୍ତ୍ତୀ ଷ୍ଟେସନରୁ ଏକ ଟର୍ମିନାସନ୍ ଷ୍ଟେସନ କିମ୍ବା ଦୁଇଟି ମଧ୍ୟବର୍ତ୍ତୀ ଷ୍ଟେସନ୍ ମଧ୍ୟରେ ଯାତ୍ରା କରୁଥିବ । ପୂରା ଟ୍ରେନ୍ ଯାତ୍ରା ପାଇଁ କେବଳ ଗୋଟିଏ ପୁଲ୍ଡ କୋଟା ଅଛି । ଏହି କୋଟା ପୂରଣ ହେବା ପରେ ପୁଲ୍ଡ କୋଟା ଓ୍ବେଟିଂ ଲିଷ୍ଟ ଜାରି କରାଯାଏ । ଏହି କୋଟାରୁ ସିଟ୍ ସୁନିଶ୍ଚିନ୍ତ ହେବା ବହୁତ କମ୍ ଆଶା ଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 27, 2024, 1:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.