ETV Bharat / bharat

ଜେଲରେ କ୍ରେଜିୱାଲଙ୍କୁ ଭେଟିପାରିବେନି ସଞ୍ଜୟ-ଭଗବନ୍ତ, ଶେଷ ମୁହୂର୍ତ୍ତରେ ଝଟ୍‌କା - Arvind Kejriwal in Jail - ARVIND KEJRIWAL IN JAIL

Arvind Kejriwal in Jail: ଜେଲରେ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରିବେ ନାହିଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଓ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ । ଭେଟିବାର ଶେଷ ମୁହୂର୍ତ୍ତରେ ସମୟ ବଦଳାଇଲେ ତିହାର ଜେଲ ପ୍ରଶାସନ । ପଢନ୍ତୁ ପୁରା ଖବର

Arvind Kejriwal in Jai
Arvind Kejriwal in Jai
author img

By ETV Bharat Odisha Team

Published : Apr 10, 2024, 2:06 PM IST

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଭେଟିପାରିବେ ନାହିଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଓ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ । ତିହାର ଜେଲରେ କେଜ୍ରିଓ୍ୱାଲଙ୍କୁ ଭେଟିବା ପାଇଁ ପୂର୍ବରୁ ଅନୁମତି ନିଆଯାଇଥିଲେ ମଧ୍ୟ ଭେଟିବାର କିଛି ସମୟ ପୂର୍ବରୁ ଏଥିରେ ରୋକ ଲଗାଇଛନ୍ତି ତିହାର ପ୍ରଶାସନ । ଜେଲରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ରହିଛି ।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହେବା ପରେ ଏବେ ତିହାର କଏଦୀ ଜୀବନ କାଟୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ । ଆଜି (ବୁଧବାର) ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଓ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କୁ ଅରବିନ୍ଦ କେଜ୍ରିଓ୍ୱାଲ ଭେଟିବା ନେଇ ସମୟ ନିର୍ଦ୍ଧାରିତ ହୋଇଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ତିହାର ଜେଲ ପ୍ରଶାସନ ଏହି 2 ଜଣ ନେତାଙ୍କୁ ତାଙ୍କ ସହ ଭେଟିବା ପାଇଁ ମନା କରିଦେଇଛନ୍ତି । ସୂଚନା ଅନୁୟାୟୀ, ଭେଟିବା ସମୟରେ ପରିବର୍ତ୍ତନ କରାଯାଇଛି । ତିହାର ଜେଲ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଆଉ ଏକ ନୂଆ ସମୟ ଦେବେ । ଜେଲର ସୁରକ୍ଷା କାରଣରୁ ଏହି ପରିବର୍ତ୍ତନ କରାଯାଇଥିବା ନେଇ ସୂଚନା ରହିଛି ।

ଏହାମଧ୍ୟ ପଢନ୍ତୁ.. ମଦ ଦୁର୍ନୀତି ମାମଲା; ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟ ଗଲେ କେଜ୍ରିୱାଲ - Kejriwal Moves Supreme Court

ପଞ୍ଜାବ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲଙ୍କୁ ଭେଟିବା ପାଇଁ ପୂର୍ବରୁ ତିହାର ଜେଲ ଅଧିକାରୀଙ୍କୁ ପତ୍ର ଲେଖି ଅନୁମତି ମାଗିଥିଲେ । ତେବେ ଜେଲ ପ୍ରଶାସନ ତାଙ୍କୁ ଭେଟିବା ପାଇଁ ପୂର୍ବରୁ ଅନୁମତି ଦେଇଥିଲେ । ଆଜି (ବୁଧବାର) ଦିନ 1ଟାରେ ଭଗବନ୍ତ ମାନ ଓ ସଞ୍ଜୟ ସିଂହ କେଜ୍ରିଓ୍ୱାଲଙ୍କୁ ଭେଟିଥାଆନ୍ତେ ତେବେ ଶେଷ ମୁହୂର୍ତ୍ତରେ ଏହି ସମୟରେ ପରିବର୍ତ୍ତନ କରାୟାଇଛି । ଅରବିନ୍ଦ କେଜ୍ରିଓ୍ୱାଲ ତିହାର ଜେଲ ଯିବା ପରେ ପ୍ରଥମ ଥର ପାଇଁ ଦଳର ସଦସ୍ୟକୁ ଭେଟିବାକୁ ଯାଉଛନ୍ତି । ଯେଉଁଥିପାଇଁ ଉଭୟଙ୍କ ମଧ୍ୟ ସାକ୍ଷାତ ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି ଚର୍ଚ୍ଚା ହେଉଛି ।

ସୂଚନା ଯୋଗ୍ୟ, ଦିଲ୍ଲୀ ମଦ ଦୁର୍ନୀତି ଘଟଣାରେ ଅର୍ଥ ହେରଫେର ମାମଲାରେ ମାର୍ଚ୍ଚ ୨୧ ତାରିଖ ଦିନ ଇଡି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିଲା । ସେ ଏବେ ତିହାର ଜେଲରେ ଅଛନ୍ତି । ତେବେ ଏହି ମାମଲାରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ସେ ନିରାଶ ହୋଇଥିଲେ । ଆଜି (ବୁଧବାର) ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ ହାଇକୋର୍ଟଙ୍କ ରାୟକୁ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.