ETV Bharat / bharat

ଖୁବଶୀଘ୍ର ଭାରତ ହେବାକୁ ଯାଉଛି 'ରାମ ରାଜ୍ୟ': ରାଜନାଥ ସିଂ - Rajnath Singh on Ram Rajya - RAJNATH SINGH ON RAM RAJYA

RAJNATH SINGH ON RAM RAJYA: କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂଙ୍କ ତେଲେଙ୍ଗାନା ଗସ୍ତ । କହିଲେ ଖୁବଶୀଘ୍ର ଭାରତ ହେବାକୁ ଯାଉଛି 'ରାମ ରାଜ୍ୟ', ଯାହାର ସଙ୍କେତ ମିଳିସାରିଛି । ଅଧିକ ପଢନ୍ତୁ

RAJNATH SINGH ON RAM RAJYA
RAJNATH SINGH ON RAM RAJYA
author img

By ETV Bharat Odisha Team

Published : Apr 19, 2024, 11:03 PM IST

ହାଇଦ୍ରାବାଦ: ଖୁବଶୀଘ୍ର ଭାରତ ହେବାକୁ ଯାଉଛି ରାମ ରାଜ୍ୟ । ଏନେଇ ସଙ୍କେତ ମିଳିସାରିଛି । କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଆଜି (ଶୁକ୍ରବାର) ତେଲେଙ୍ଗାନାର ସିକନ୍ଦରାବାଦ ଗସ୍ତ କରି ଏକ ବିଶାଳ ରାଲିରେ ଯୋଗଦେଇ ଏପରି କହିଛନ୍ତି । ଏହାସହିତ ରାଜନାଥ କଂଗ୍ରେସ ଉପରେ ମଧ୍ୟ ବର୍ଷିଛନ୍ତି । କଂଗ୍ରେସ ସର୍ବଦା ତୃଷ୍ଟିକରଣର ରାଜନୀତି କରିଛି । ହେଲେ ଭାରତୀୟ ଜନତା ପାର୍ଟି ଯେଉଁ ପ୍ରତିଶୃତି ଦେଇଛି ତାହାକୁ ପୂରଣ କରିଛି ବୋଲି ରାଜନାଥ କହିଛନ୍ତି ।

ଆଜି କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ତଥା ତେଲେଙ୍ଗାନା ବିଜେପି ମୁଖ୍ୟ କିଶନ ରେଡ୍ଡୀ ସିକନ୍ଦରାବାଦ ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି । ସେ ଆଜି ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିଶାଳ ଜନସଭାକୁ ସମ୍ବୋଧିତ କରିଥିଲେ । କିଶନ ରେଡ୍ଡିଙ୍କୁ ଭୋଟ ଦେବାକୁ ମଧ୍ୟ ନିର୍ବାଚନମଣ୍ଡଳୀର ଭୋଟରଙ୍କୁ ଅପିଲ୍‌ କରିଥିଲେ । ସେ କହିଥିଲେ, "ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ହେବା ପରେ ଖୁବଶୀଘ୍ର ଭାରତ ମଧ୍ୟ ରାମ ରାଜ୍ୟରେ ପରିଣତ ହେବ ବୋଲି ସଙ୍କେତ ମିଳିଛି ।"

ଏହା ବି ପଢନ୍ତୁ- ଭାରତୀୟ ସଂସ୍କୃତି ପାଇଁ ସୁରକ୍ଷିତ ସ୍ଥାନ ହେଉଛି ସାଉଥ ଇଣ୍ଡିଆ: ପ୍ରତିରକ୍ଷା ମନ୍ତ୍ରୀ

କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଆହୁରି କହିଥିଲେ, "ବିଜେପି ଯାହା ବି ପ୍ରତିଶୃତି ଦିଏ, ତାକୁ ପୂରଣ କରେ । 2014ରେ ଯେତେବେଳେ ବିଜେପି ଶାସନ କ୍ଷମତାକୁ ହାତେଇଥିଲା, ସେତେବେଳେ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ଲାଗି ପ୍ରତିଶୃତି ଦେଇଥିଲା । ଏହି ଭବ୍ୟ ମନ୍ଦିର ନିର୍ମାଣରେ ଦୁନିଆର କୌଣସି ଶକ୍ତି ବିଜେପିକୁ ରୋକିପାରିନଥିଲା । ଏଥର ନିର୍ବାଚନୀ ଇସ୍ତାହାର ପତ୍ରରେ ବିଜେପି ପ୍ରତିଶୃତି ଦେଇଛି ଯେ, ଯଦି ଦଳ ଶାସନ କ୍ଷମତାକୁ ଆସେ ତେବେ ଏକକ ନାଗରିକ ସଂହିତା (UCC) ସାରା ଦେଶରେ ଲାଗୁ କରିବ । ବିକଶିତ ଇସଲାମିକ ରାଜ୍ୟରେ ମଧ୍ୟ ଏକକ ନାଗରିକ ସଂହିତା ଲାଗୁ କରାଯାଇଛି । କିନ୍ତୁ ସଂଖ୍ୟାଲଘୁଙ୍କ ମଧ୍ୟରେ ୟୁସିସିକୁ ନେଇ ମିଥ୍ୟା ଖବର ପ୍ରଚାର କରାଯାଉଛି ।"

ପ୍ରତିରକ୍ଷା ମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି ଯେ ସିଏଏ ଲାଗୁ ହେବା ପରେ କାହାର ବି ନାଗରିକତା ଯିବନାହିଁ । ଅନ୍ୟପଟେ ବିଜେପି ଉପରେ ଧାର୍ମିକ ଭେଦଭାବ ଅଭିଯୋଗ ଲଗାଯାଉଥିବା ସତ୍ତ୍ବେ ବିଶ୍ବର ଶୀର୍ଷ 5ଟି ଇସଲାମିକ ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଛି । ବିଜେପି ଧର୍ମ ଆଧାର ଉପରେ ନୁହେଁ, ବରଂ ନ୍ୟାୟ ଓ ମାନବିକତା ଆଧାରରେ କାର୍ଯ୍ୟ କରିଥାଏ ବୋଲି ରାଜନାଥ କହିଛନ୍ତି । ଭାରତ ବିଶ୍ବର ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଉଛି, ଏହି କଥା ସହ ଦେଶର ସମସ୍ତ ଅର୍ଥନୀତିଜ୍ଞ ସହମତ ଅଛନ୍ତି । 2027 ସୁଦ୍ଧା ଭାରତ ବିଶ୍ବର ତୃତୀୟ ସର୍ବବୃହତ ଅର୍ଥନୀତିରେ ପହଞ୍ଚିବ ବୋଲି କହିଛନ୍ତି ରାଜନାଥ ।

ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ କିଶନ ରେଡ୍ଡି ରାଜ୍ୟର ସମସ୍ତ 17ଟି ଲୋକସଭା ଆସନରେ ବିଜେପିକୁ ବିଜୟ କରିବା ଲାଗି ମତଦାତାଙ୍କୁ ଅପିଲ୍‌ କରିଛନ୍ତି । ଗତ 5 ବର୍ଷରେ ସେ ନିଜ ନିର୍ବାଚନମଣ୍ଡଳୀ ପାଇଁ କଣ କରିଛନ୍ତି, ଭୋଟରଙ୍କୁ ତାର ତାଲିକା ମଧ୍ୟ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.