ETV Bharat / bharat

ଆନ୍ଧ୍ରରେ ପୁଣି ଆରମ୍ଭ ହେଲା ନାଇଡୁ ରାଜ: ୪ର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚନ୍ଦ୍ରବାବୁ, ମୋଦି- ଶାହ ଉପସ୍ଥିତ - Chandrababu Naidu take oath

author img

By ETV Bharat Odisha Team

Published : Jun 12, 2024, 12:58 PM IST

Chandrababu Naidu sworn-in as AP CM: ଆନ୍ଧ୍ରରେ ଆରମ୍ଭ ହେଲା ନାଇଡୁଙ୍କ ୪ର୍ଥ ପାଳି । ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦି, ଶାହ, ଭେଙ୍କେୟା ନାଇଡୁ ଉପସ୍ଥିତ । ଉପମୁଖ୍ୟମନ୍ତ୍ରୀ ଭାବେ ପବନ କଲ୍ୟାଣ ମଧ୍ୟ ନେଲେ ଶପଥ । ଅଧିକ ପଢନ୍ତୁ

Chandrababu Naidu sworn-in as AP CM
Chandrababu Naidu sworn-in as AP CM (ETV Bharat Odisha)

ହାଇଦ୍ରାବାଦ: ଆନ୍ଧ୍ରରେ ପୁଣି ଆରମ୍ଭ ହେଲା ଚନ୍ଦ୍ରବାବୁ ନାଇଡୁଙ୍କ ଶାସନ । ୪ର୍ଥ ଥର ପାଇଁ ଆଜି ଚନ୍ଦ୍ରବାବୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ବିଜୟୱାଡାରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଆନ୍ଧ୍ର ରାଜ୍ୟପାଳ ଅବଦ୍ଦୁଲ ନଜିର, ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ, ଟିଡିପିର ୨୧ ବିଧାୟକ, ଜନସେନା ପାର୍ଟିରୁ ୩ ଓ ବିଜେପିରୁ ଜଣେ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ଗୃହମନ୍ତ୍ରୀ ଅମିତ ଶାହ, ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା ଓ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ପ୍ରମୁଖ ସାମିଲ ହୋଇଥିଲେ । ‘ଏନଡିଏ’ ମେଣ୍ଟର ଅନ୍ୟତମ ସହଯୋଗୀ ଦଳ ଜନସେନା ପାର୍ଟି ମୁଖ୍ୟ ପବନ କଲ୍ୟାଣ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

ଆନ୍ଧ୍ର ରାଜନୀତିରେ ଏକ ଚର୍ଚ୍ଚିତ ଚେହେରା ହେଉଛନ୍ତି ଟିଡିପି ପ୍ରତିଷ୍ଠାତା ଚନ୍ଦ୍ରବାବୁ । ସେ ଚଳିତଥରକୁ ମିଶାଇ ମୋଟ ୪ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ୧୯୯୫ରେ ସେ ପ୍ରଥମଥର ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇଥିଲେ । ଏହା ପରେ କ୍ରମାଗତ ୨୦୦୪ ପର୍ଯ୍ୟନ୍ତ ୯ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଥିଲେ । ଆନ୍ଧ୍ର ବିଭାଜିତ ହେବା ପରେ ସେ ୨୦୧୪ରେ ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ ୨୦୧୯ରେ ତାଙ୍କୁ ଜଗନଙ୍କ ପାର୍ଟି ୱାଇଏସଆର-କଂଗ୍ରେସ ଠାରୁ ପରାଜିତ ହେବାକୁ ପଡିଥିଲା । ଏହାପରେ ସେ ଏକାଧିକ ଘୋଟାଲା ମାମଲାରେ ଛନ୍ଦି ହୋଇଥିଲେ । ଗତବର୍ଷ ସେ ଗିରଫ ହୋଇ ଜେଲ ମଧ୍ୟ ଯାଇଥିଲେ । ଜେଲରୁ ବେଲରେ ଆସି ନିର୍ବାଚନ ଲଢିଥିଲେ ଚନ୍ଦ୍ରବାବୁ । ଦୀର୍ଘ ବର୍ଷ ପରେ ସେ ବିଜେପି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟକୁ ଫେରିଥିଲେ । ଚଳିତଥର ତାଙ୍କ ଦଳ ‘ଟିଡିପି’ ଏକାକୀ ୧୩୫ ଆସନ ଜିତିଥିଲା । ‘ଏନଡିଏ’ ମେଣ୍ଟ ଚନ୍ଦ୍ରବାବୁଙ୍କ ନେତୃତ୍ବରେ ଏଥର ସରକାର ଗଠନ କରିଛି ।

ଏହା ମଧ୍ୟ ପଢନ୍ତୁ :- ଚନ୍ଦ୍ରବାବୁ ‘ଏନଡିଏ’ ବିଧାୟକ ଦଳ ନେତା ନିର୍ବାଚିତ, କାଲି ଶପଥ - TDP supremo N Chandrababu Naidu

୧୭୫ ଆସନ ମଧ୍ୟରୁ ଟିଡିପି ଏକାକୀ ୧୩୫ ଆସନ ଜିତିଛି । ପବନ କଲ୍ୟାଣଙ୍କ ଦଳ ୨୧ ଓ ବିଜେପି ୮ ସିଟରେ ବିଜୟୀ ହୋଇଛି । ‘ଏନଡିଏ’ ମେଣ୍ଟ ନିକଟରେ ୧୬୪ ଥିବାବେଳେ ବିଦାୟୀ ଶାସକ ଦଳ ଓ୍ବାଇଏସଆର-କଂଗ୍ରେସ ନିକଟରେ ମାତ୍ର ୧୧ଟି ଆସନ ରହିଛି । ଘୋଟାଲା ମାମଲାରେ ଗିରଫ ହୋଇ ଜେଲ ଯାଇଥିବା ଚନ୍ଦ୍ରବାବୁ ନାଇଡୁ ଏବେ ବେଲରେ ଆସି ନିର୍ବାଚନ ଲଢିଥିଲେ । ପ୍ରଚଣ୍ଡ ବହୁମତ ସହ ସେ ନିର୍ବାଚନ ଜିତି ପୁଣିଥରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.