ETV Bharat / bharat

ନିର୍ବାଚନୀ ଏଣ୍ଟ୍ରି ମାରିଲେ ସୁଷମା ସ୍ବରାଜଙ୍କ ଝିଅ ବାଂସୁରୀ

author img

By ETV Bharat Odisha Team

Published : Mar 2, 2024, 9:51 PM IST

Sushma Swaraj's Daughter, Bansuri Swaraj, To Make Her Poll Debut: ନିର୍ବାଚନୀ ଏଣ୍ଟ୍ରି ମାରିଲେ ସୁଷମା ସ୍ବରାଜଙ୍କ ଝିଅ ବାଂସୁରୀ ସ୍ବରାଜ । ନୂଆଦିଲ୍ଲୀ ଆସନରୁ ଲଢିବେ । ଅଧିକ ପଢନ୍ତୁ

ନିର୍ବାଚନୀ ଏଣ୍ଟ୍ରି ମାରିଲେ ସୁଷମା ସ୍ବରାଜଙ୍କ ଝିଅ ବଂସୁରୀ

ନୂଆଦିଲ୍ଲୀ: ନିର୍ବାଚନୀ ଡେବ୍ୟୁ କରିବାକୁ ଯାଉଛନ୍ତି ବିଜେପିର ଦିବଙ୍ଗତ ବରିଷ୍ଠ ମହିଳା ନେତ୍ରୀ ତଥା ପୂର୍ବତନ ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ଝିଅ ବାଂସୁରୀ ସ୍ବରାଜ । ଆଜି ପ୍ରଥମ ପର୍ଯ୍ୟାୟରେ ଜାରି ତାଲିକାରେ ବାଂସୁରୀଙ୍କୁ ଦଳ ନୂଆଦିଲ୍ଲୀ ସଂସଦୀୟ ଆସନରୁ ଟିକେଟ ଦେଇଛି । କେନ୍ଦ୍ରଶାସିତ ଅଞ୍ଚଳ ତଥା ରାଜଧାନୀ ଦିଲ୍ଲୀରେ ମୋଟ 7 ସଂସଦୀୟ ଆସନ ଥିବା ବେଳେ ସମସ୍ତ ଆସନ ଏବେ ବିଜେପି ଖାତାରେ ରହିଛି । ଆଜି ଦଳ 7 ଆସନରୁ 5 ଆସନରେ ପ୍ରାର୍ଥୀ ଘୋଷଣା କରିଛି । ଏଥିମଧ୍ୟରେ 4ଟି ଆସନରେ ବର୍ତ୍ତମାନର ସାଂସଦଙ୍କ ଟିକେଟ କଟିଛି । ଅନ୍ୟପଟେ ଅନ୍ୟ ଦଇ ଆସନ ପୂର୍ବ-ଦିଲ୍ଲୀ ଓ ଉତ୍ତର ପଶ୍ଚିମ ଦିଲ୍ଲୀ ଆସନରେ ପ୍ରାର୍ଥୀ ଘୋଷଣା ହୋଇନି । ପୂର୍ବ ଦିଲ୍ଲୀରୁ ସାଂସଦ ଥିବା ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଗୌତମ ଗମ୍ଭୀର ଏଥର ନିର୍ବାଚନ ଲଢିବାକୁ ଅନିଚ୍ଛା ପ୍ରକାଶ କରି ପାର୍ଟିକୁ ଅବଗତ କରିସାରିଛନ୍ତି ।

ବାଂସୁରୀଙ୍କ ସମ୍ପର୍କରେ...

ବାଂସୁରୀ ଜଣେ ଯୁବ ଆଇନଜୀବୀ । ଲଣ୍ଡନରେ ଆଇନରେ ଉଚ୍ଚଶିକ୍ଷା ଶେଷ କରିବା ପରେ ସେ 2007 ରୁ ସୁପ୍ରିମକୋର୍ଟରେ ଆଇନ ପ୍ରାକ୍ଟିସ ଜାରି ରଖିଛନ୍ତି । ସେ ପୂର୍ବରୁ ମଧ୍ୟ ଭାରତୀୟ ଜନତା ପାର୍ଟି ସହ ରହିଛନ୍ତି । ଗତବର୍ଷ ସେ ବିଜେପିରେ ସାମିଲ ହେବା ପରେ ତାଙ୍କୁ ଦଳ ଲିଗାଲ ସେଲର ଆବାହକ ଭାବେ ଦାୟିତ୍ବ ଦେଇଛି । ଦିଲ୍ଲୀ ସେବା ସଂଶୋଧନ ବିଲ ଆଗତ ସମୟରେ ବାଂସୁରୀ କେଜ୍ରିଓ୍ବାଲ ସରକାରଙ୍କୁ କଡା ସମାଲୋଚନା କରି ଟାର୍ଗେଟ କରିଥିଲେ । ଏକାଧିକ ଆଇନଗତ ପ୍ରସଙ୍ଗରେ ସେ ଦଳରୁ ଦୃଢତାର ସହ ପ୍ରତିନିଧିତ୍ବ କରିଛନ୍ତି । ଗତବର୍ଷ ଦଳରେ ସାମିଲ ହୋଇଥିବା ବାଂସୁରୀଙ୍କୁ ଚଳିତଥର ନିର୍ବାଚନୀ ଏଣ୍ଟ୍ରି କରିବାକୁ ଦଳ ସୁଯୋଗ ଦେଇଛି ।

ଏହା ମଧ୍ୟ ପଢନ୍ତୁ :- ହେବ କି ମେଣ୍ଟ ! BJP ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଖୋଲିଲାନି ଓଡିଶା ଖାତା

ସାଧାରଣ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବାର କିଛି ଦିନ ପୂର୍ବରୁ ଆଜି ଭାରତୀୟ ଜନତା ପାର୍ଟି ପ୍ରଥମ ପର୍ଯ୍ୟାୟରେ 18 ରାଜ୍ୟରେ 195 ଆସନରେ ପ୍ରାର୍ଥୀ ଘୋଷଣା କରିଛି । ପ୍ରଧାନମନ୍ତ୍ରୀ ମୋଦି ନିଜ ତୃତୀୟ ଥର ପାଇଁ ପାରମ୍ପରିକ ଆସନ ଉତ୍ତର ପ୍ରଦେଶର ବାରାଣାସୀରୁ ଲଢିବାକୁ ଯାଉଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ ପୂର୍ବଥର ପରି ଗାନ୍ଧୀନଗର ଆସନ,ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରୁ ନିର୍ବାଚନ ଲଢିବେ । ଆଜି ଘୋଷିତ ପ୍ରାର୍ଥୀଙ୍କ ମଧ୍ୟରେ ମୋଟ 34 କେନ୍ଦ୍ରମନ୍ତ୍ରୀଙ୍କ ସମେତ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ ମିଳିଛି । ଏଥିରେ 28 ଜଣ ମହିଳା, 50 ବର୍ଷରୁ କମ ଆୟୁବର୍ଗର 47 ଯୁବ ପ୍ରାର୍ଥୀ ରହିଛନ୍ତି । ସେହିପରି ଅନ୍ୟାନ୍ୟ ପଛୁଆ ବର୍ଗ ‘ଓବିସି’ରୁ 47 ଜଣ ପ୍ରାର୍ଥୀ ରହିଛନ୍ତି । ଚଳିତ ପର୍ଯ୍ୟାୟରେ ଉତ୍ତର ପ୍ରଦେଶରୁ ସର୍ବାଧିକ 51 ପ୍ରାର୍ଥୀ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.