ETV Bharat / bharat

SIT ହେପାଜତରେ ପ୍ରଜ୍ଜ୍ବଳଙ୍କ ବାପା ଏଚଡି ରେବନ୍ନା - HD Revanna taken into custody - HD REVANNA TAKEN INTO CUSTODY

HD REVANNA TAKEN INTO CUSTODY: ଯୌନ କେଳେଙ୍କାରୀ ମାମଲାରେ ଜଡ଼ିତ ପୁଅ ଫେରାର ଥିବା ବେଳେ ଅନ୍ୟ ଏକ ମାମଲାରେ SIT ହେପାଜତରେ ପୂର୍ବତନ କର୍ଣ୍ଣାଟକ ମନ୍ତ୍ରୀ ଏଚଡି ରେବନ୍ନା । ଅଧିକ ପଢନ୍ତୁ

HD REVANNA TAKEN INTO CUSTODY
HD REVANNA TAKEN INTO CUSTODY (Facebook/HD Revanna)
author img

By ETV Bharat Odisha Team

Published : May 4, 2024, 8:54 PM IST

ବେଙ୍ଗାଲୁରୁ: ଏସଆଇଟି ହେପାଜତକୁ ଗଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଡି ଦେବେଗୌଡାଙ୍କ ପୁଅ ତଥା ନିଲମ୍ବିତ ଜେଡିଏସ ସାଂସଦ ପ୍ରଜ୍ଜ୍ବଳ ରେବନ୍ନାଙ୍କ ପିତା ଏଚଡି ରେବନ୍ନା । କେଆର ନଗର ପୋଲିସ ଷ୍ଟେସନରେ ତାଙ୍କ ବିରୋଧରେ ରୁଜୁ ହୋଇଥିବା ଅପହରଣ ମାମଲାରେ ପଚରାଉଚରା କରିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏଚଡି ରେବନ୍ନା ସ୍ଥାନୀୟ ଏକ କୋର୍ଟରେ ଅନ୍ତରୀଣ ଜାମିନ ଆବେଦନ କରିଥିବା ବେଳେ କୋର୍ଟ ଏହାକୁ ଖାରଜ କରିଦେଇଥିଲେ । ଏହା ପରେ ପରେ ତାଙ୍କୁ ଗିରଫ କରିଛି ସ୍ବତନ୍ତ୍ର ତଦନ୍ତକାରୀ ଟିମ ।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ାଙ୍କ ବେଙ୍ଗାଲୁରୁ ପଦ୍ମନାଭନଗର ସ୍ଥିତ ବାସଭବନରୁ ରେବନ୍ନାଙ୍କୁ ଗିରଫ କରିଛି ଏସଆଇଟି । ଏହାପରେ ତାଙ୍କୁ ସିଆଇଡି ପରିସରରେ ଥିବା ଏସଆଇଟି ଅଫିସକୁ ନିଆଯାଇଛି । ଏଚଡି ରେବନ୍ନା ଗିରଫ ହେବା ସମୟରେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । କୋର୍ଟ ସନ୍ଧ୍ୟାରେ ଅନ୍ତରୀଣ ଜାମିନ ଆବେଦନ ଖାରଜ କରିବା ପରେ ଏସଆଇଟି ଟିମ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ାଙ୍କ ବାସଭବନରେ ପହଞ୍ଚିଥିଲା ।

ଏହା ବି ପଢନ୍ତୁ- ପ୍ରଜ୍ଜ୍ବଳ ରେବନ୍ନାଙ୍କ ବିରୋଧରେ ଜାରି ହୋଇପାରେ ବ୍ଲୁ କର୍ଣ୍ଣର ନୋଟିସ୍ , ଜାଣନ୍ତୁ କଣ

ଏଚଡି ରେବନ୍ନାଙ୍କ ପୁଅ ପ୍ରଜ୍ଜ୍ବଳ ରେବନ୍ନାଙ୍କ ଦ୍ବାରା ଯୌନ ଶୋଷଣର ଶିକାର ହୋଇଥିବା ଜଣେ ମହିଳାଙ୍କୁ ଏଚଡି ରେବନ୍ନା ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି । ଏନେଇ ପୀଡ଼ିତାଙ୍କ ପୁଅ ମେ 2 ତାରିଖରେ ଥାନାରେ ଅଭିଯୋଗ କରିଥିଲେ । ମହିଳାଙ୍କୁ ପ୍ରଜ୍ଜ୍ବଳ ଦୁଷ୍କର୍ମ ସହିତ ଏହାର ଭିଡିଓ କରିଥିଲେ । ଯାହାର ଭିଡିଓ ଭାଇରାଲ ହେବା ପରେ ମହିଳାଙ୍କୁ ଅପହରଣ କରାଯାଇଥିବା ପୀଡ଼ିତାଙ୍କ ପୁଅ ଅଭିଯୋଗ କରିଥିଲେ । ଏଚଡି ରେବନ୍ନା ହାସନ ଜିଲ୍ଲାର ହୋଲେନାରାସିପୁରା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ଅଛନ୍ତି । ସେ ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀଙ୍କ ବଡ଼ ଭାଇ ।

ଏହା ବି ପଢନ୍ତୁ- ଦେବେ ଗୌଡ଼ାଙ୍କ ନାତି ବିରୋଧରେ ସଙ୍ଗୀନ ଅଭିଯୋଗ, ମହିଳାଙ୍କୁ କରୁଛନ୍ତି ବ୍ଲାକମେଲ

ଏଚଡି ରେବନ୍ନାଙ୍କ ପୁଅ ପ୍ରଜ୍ଜ୍ବଳ ଯିଏକି ଯୌନ କେଳେଙ୍କାରୀ ମାମଲାରେ ଅଭିଯୁକ୍ତ ଅଛନ୍ତି, ସେ ହାସନ ସଂସଦୀୟ କ୍ଷେତ୍ରର ସାଂସଦ ଅଛନ୍ତି । ତାଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିବା ପରେ ଦଳରୁ ତାଙ୍କୁ ନିଲମ୍ବିତ କରାଯାଇଛି । 33 ବର୍ଷୀୟ ପ୍ରଜ୍ଜ୍ବଳ ଏବେ ଦେଶରୁ ପଳାୟନ କରିଥିବା ବେଳେ ତାଙ୍କ ବିରୋଧରେ ଲୁକ ଆଉଟ୍‌ ନୋଟିସ୍‌ ମଧ୍ୟ ଜାରି କରାଯାଇଛି । ଏପରିକି ଚଳିତ ଲୋକସଭା ନିର୍ବାଚନ ଲାଗି ସେ ହାସନ ସଂସଦୀୟ କ୍ଷେତ୍ର ଲାଗି ଏନଡିଏ ପ୍ରାର୍ଥୀ ମଧ୍ୟ ଥିଲେ । ଗତବର୍ଷ ସେପ୍ଟେମ୍ବରରେ ଏନଡିଏ ସହିତ ମେଣ୍ଟ କରିଥିଲା ଜେଡିଏସ । ହୋଲେନାରାସିପୁରା ପୋଲିସ ଷ୍ଟେସନରେ ଉଭୟ ବାପ-ପୁଅଙ୍କ ବିରୋଧରେ ଯୌନ ଶୋଷଣ ମାମଲା ରୁଜୁ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.