ଅହମ୍ମଦାବାଦ: ଭୟଙ୍କର ସଡକ ଦୁର୍ଘଟଣାରେ ଚାଲିଗଲା 10 ଜୀବନ । ଗୁଜୁରାଟ ରାଜ୍ୟର ଅହମ୍ମଦାବାଦ-ଭଦୋଦରା ଏକ୍ସପ୍ରେସ ଓ୍ବେରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଟ୍ରକ-କାର ମଧ୍ୟରେ ଦୁର୍ଘଟଣା ଫଳରେ କାରରେ ଥିବା ସମସ୍ତ 10 ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କାରଟି ଭଦୋଦରାରୁ ଅହମ୍ମଦାବାଦ ଯାଉଥିବା ନେଇ ଜଣାପଡିଛି ।
ଏହାମଧ୍ୟ ପଢନ୍ତୁ.. ଖାଇକୁ ଖସିଲା କାର୍; ଚାଲିଗଲା ୬ ଜୀବନ, ୪ ଗୁରୁତର - Jammu Kashmir Road Accident
ସୂଚନା ଅନୁଯାୟୀ, ଆଜି (ବୁଧବାର) ଗୁଜରାଟର ଅହମ୍ମଦାବାଦ-ଭଦୋଦରା ଏକ୍ସପ୍ରେସଓ୍ବେରେ ନଡିୟାଦ ନିକଟରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଏକ ଧଳା ରଙ୍ଗର କାର ଓ ତେଲ ଟ୍ୟାଙ୍କର ମଧ୍ୟରେ ଧକ୍କା ଫଳରେ 10ଜଣଙ୍କ ଜୀବନ ଯାଇଥିବା ନେଇ ଜଣାପଡିଛି । ତେବେ କାରଟି ଦ୍ରୁତ ଗତିରେ ଆସି ଏକ ତେଲ ଟ୍ୟାଙ୍କରକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ 8 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 2 ଜଣ ଗୁରୁତର ଆହତ ହୋଇଥିଲେ । ଆହତଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଅନ୍ୟ 2ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଜଣାପଡିଛି । ଦୁର୍ଘଟଣା ପରେ ଅହମ୍ମଦାବାଦ-ଭଦୋଦରା ଏକ୍ସପ୍ରେସ ଓ୍ବେରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଲୋକମାନେ ଜମା ହୋଇଯାଇଥିଲେ । ପରେ ପୋଲିସ ପହଞ୍ଚି ଭିଡ ହଟାଇବା ସହ ତଦନ୍ତ ଆରମ୍ଭ କରିିଛି ।
ଏହାମଧ୍ୟ ପଢନ୍ତୁ.. କ୍ରେନକୁ ଶକ୍ତ ଧକ୍କା ଦେଲା ଅଟୋ, ଘଟଣାସ୍ଥଳରେ 7 ମୃତ - Road Accident In Patna
ନଡିୟାଦ ପୋଲିସ ଷ୍ଟେସନ ଇନ୍ସପେକ୍ଟର କିରିତ ଚୌଧୁରୀଙ୍କ କହିବା ଅନୁଯାୟୀ, କାରଟି ଭଦୋଦରାରୁ ଅହମ୍ମଦାବାଦ ଅଭିମୁଖେ ଯାଉଥିବା ବେଳେ ଏକ ଅହମ୍ମଦାବାଦ-ଭଦୋଦରା ଏକ୍ସପ୍ରେସଓ୍ବେରେ ଏକ ଟ୍ରକକୁ ଧକ୍କା ହେଇଥିଲା । 8 ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲରେ ଆଉ 2 ଜଣଙ୍କ ଜୀବନ ଯାଇଛି । ଘଟଣାର ତଦନ୍ତ କରାଯାଉଛି ।
ଅନ୍ୟପଟେ ନଦିୟାଦ ବିଧାୟକ ପଙ୍କଜ ଦେଶାୟୀ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ସମ୍ଭବତଃ ଟ୍ରକଟି କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏକ୍ସପ୍ରେସଓ୍ବେର ବାମ ପଟେ ଛିଡା ହୋଇ ଯାଇଥିବ । ଏହି ସମୟରେ କାରଟି ବ୍ରେକ ମାରିବାକୁ ସମୟ ପାଇନଥିବ ଓ ଟ୍ରକରେ ପିଟି ହୋଇଯାଇଥିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ