ETV Bharat / bharat

15ରେ କେଜ୍ରିଓ୍ବାଲଙ୍କ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ - Arvind Kejriwal plea in sc

author img

By ETV Bharat Odisha Team

Published : Apr 13, 2024, 1:42 PM IST

SC to hear on April 15 plea of Delhi CM Arvind Kejriwal: ସୋମବାର କେଜ୍ରିଓ୍ବାଲଙ୍କ ଆବେଦନର ଶୁଣାଣି । ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟରେ ହୋଇଛନ୍ତି ଦ୍ବାରସ୍ଥ । ଅଧିକ ପଢନ୍ତୁ

15 ରେ କେଜ୍ରିଓ୍ବାଲଙ୍କ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବିରୋଧରେ ସର୍ବୋଚ୍ଚ କୋର୍ଟରେ କେଜ୍ରିଓ୍ବାଲ କରିଥିବା ଆବେଦନର ଶୁଣାଣି 15 ତାରିଖରେ ହେବ । ଦିଲ୍ଲୀ ହାଇକୋର୍ଟ ଗିରଫଦାରୀକୁ ବୈଧ ଦର୍ଶାଇବା ସହ କେଜ୍ରିଓ୍ବାଲଙ୍କ ଆବେଦନକୁ ଖାରଜ କରିଦେଇଥିଲେ । ଏହା ବିରୋଧରେ ସେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ସର୍ବୋଚ୍ଚ କୋର୍ଟ ପୂର୍ବରୁ ଜରୁରୀ ଶୁଣାଣି କରିବା ପାଇଁ ମନା କରିଥିଲେ । ସୋମବାର ଏହି ମାମଲାକୁ ଶୁଣାଣି ତାଲିକାଭୁକ୍ତ କରାଯାଇଛି । ସର୍ବୋଚ୍ଚ କୋର୍ଟଙ୍କ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବା ନେଇ ସମ୍ଭାବନା ରହିଛି । ଦିଲ୍ଲୀ ହାଇକୋର୍ଟରୁ ନିରାଶ ହୋଇଥିବା କେଜ୍ରିଓ୍ବାଲଙ୍କ ଭାଗ୍ୟ ଏହି ଶୁଣାଣି ଉପରେ ହିଁ ନିର୍ଭର କରୁଛି ।

21 ତାରିଖରେ ଦିଲ୍ଲୀ ହାଇକୋର୍ଟ କେଜ୍ରିଓ୍ବାଲଙ୍କ ବିରୋଧରେ କେନ୍ଦ୍ରୀୟ ସଂସ୍ଥାର କାର୍ଯ୍ୟାନୁଷ୍ଠାନରେ କୌଣସି ରୋକ ଲଗାଇବା କିମ୍ବା କେଜ୍ରିଓ୍ବାଲଙ୍କୁ ଅନ୍ତରୀଣ ସୁରକ୍ଷା ଦେବା ପାଇଁ ମନା କରିଥିଲେ । ସେହିଦିନ ସଂଧ୍ୟାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେଜ୍ରିଓ୍ବାଲଙ୍କ ବାସଭବନରେ ଓ୍ବାରେଣ୍ଟ ସହ ଚଢାଉ କରିବା ପରେ ବିଳମ୍ବିତ ସଂଧ୍ୟାରେ ତାଙ୍କୁ ଗିରଫ ମଧ୍ୟ କରିଥିଲା । ପରଦିନ (22 ତାରିଖ) ରାଉଜ ଆଭେନ୍ୟୁ କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା । ତାଙ୍କୁ ଦୁଇଟି ପର୍ଯାୟରେ ତାଙ୍କୁ କେନ୍ଦ୍ରୀୟ ସଂସ୍ଥା ରିମାଣ୍ଡରେ ନେଇ ଜେରା ମଧ୍ୟ କରିସାରିଛି । ଏବେ ସେ ବିଚାର ବିଭାଗୀୟ ଜେଲରେ ଅଛନ୍ତି ।

ସେ ଏହି ଗିରଫଦାରୀକୁ ବେଆଇନ ଦର୍ଶାଇ ପ୍ରଥମେ ଦିଲ୍ଲୀ ହାଇକୋର୍ଟରେ ଦ୍ବାରସ୍ଥ ହୋଇଥିଲେ । ହେଲେ ସେଠାରୁ ତାଙ୍କୁ ନିରାଶ ହେବାକୁ ପଡିଛି । ଏବେ ସେ ସୁପ୍ରିମକୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି । ଯାହାର ଶୁଣାଣି 15 ତାରିଖ (ସୋମବାର) ହେବାକୁ ଯାଉଛି । ସର୍ବୋଚ୍ଚ କୋର୍ଟଙ୍କ ରାୟ ଉପରେ କେଜ୍ରିଓ୍ବାଲଙ୍କ ରାଜନୈତିକ ଭାଗ୍ୟ ନିର୍ଭର କରୁଛି । ଯଦି ସେ ସୁପ୍ରିମକୋର୍ଟରୁ ଆଶ୍ବସ୍ତି ନପାଆଇନ୍ତି, ତେବେ ସେ କେତେ ଦିନ ଜେଲ ଭିତରେ ରହି ମୁଖ୍ୟମନ୍ତ୍ରୀ ଦାୟିତ୍ବ ବଜାୟ ରଖିବେ ସେନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି ।

ଏହା ମଧ୍ୟ ପଢନ୍ତୁ :-ଜାଲିଆନାୱାଲା ବାଗ ନରସଂହାରକୁ ପୂରିଲା 105 ବର୍ଷ, ବୈଶାଖୀରେ ବୋହିଥିଲା ରକ୍ତର ନଦୀ - JALLIANWALA BAGH MASSACRE

ଏହି ମାମଲାରେ ପ୍ରଥମେ ଗିରଫ ହୋଇଥିବା କେଜ୍ରିଓ୍ବାଲଙ୍କ ଘନିଷ୍ଠ ସହଯୋଗୀ ମନୀଷ ସିସୋଦିଆ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ବେଲ ପାଇବାରେ ସକ୍ଷମ ହୋଇନାହାନ୍ତି । ଏବେ ତେଲେଙ୍ଗାନା ଏମଏଲସି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତା ମଧ୍ୟ ପ୍ରଥମେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ପରେ ଜୁଡିସିଆଲ କଷ୍ଟଡି ମଧ୍ୟରେ ସିବିଆଇ ଦ୍ବାରା ଗିରଫ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.