ETV Bharat / bharat

କୋଲକାତା ହାଇକୋର୍ଟଙ୍କ ଦ୍ବିତୀୟ ନିର୍ଦ୍ଦେଶ ପରେ CBIକୁ ହସ୍ତାନ୍ତର ହେଲା ସନ୍ଦେଶଖାଲି ଅଭିଯୁକ୍ତ ଶାହାଜାହାନ

author img

By ETV Bharat Odisha Team

Published : Mar 6, 2024, 9:35 PM IST

Sandeshkhali Row: କୋଲକାତା ହାଇକୋର୍ଟଙ୍କ ଦ୍ବିତୀୟ ନିର୍ଦ୍ଦେଶ ପରେ CBIକୁ ହସ୍ତାନ୍ତର ହେଲା ସନ୍ଦେଶଖାଲି ଅଭିଯୁକ୍ତ ଶାହାଜାହାନ । ହାଇକୋର୍ଟଙ୍କୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଛନ୍ତି ମମତା ସରକାର । ଅଧିକ ପଢନ୍ତୁ

କୋଲକାତା ହାଇକୋର୍ଟଙ୍କ ଦ୍ବିତୀୟ ନିର୍ଦ୍ଦେଶ ପରେ CBI କୁ ହସ୍ତାନ୍ତର ହେଲା ସନ୍ଦେଶଖାଲି ଅଭିଯୁକ୍ତ ଶାହାଜାହାନ

କୋଲକାତା: ହାଇକୋର୍ଟଙ୍କ ଦ୍ବିତୀୟ ନିର୍ଦ୍ଦେଶ ପରେ ବହୁଚର୍ଚ୍ଚିତ ଶନ୍ଦେଶଖାଲି ମହିଳା ନିର୍ଯାତନାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶେଖ ଶାହାଜାହନକୁ କେନ୍ଦ୍ରୀୟ ସଂସ୍ଥା ‘ସିବିଆଇ’କୁ ହସ୍ତାନ୍ତର କରିଛି ପଶ୍ଚିମବଙ୍ଗ ପୋଲିସ । ଆଜି ଅପରାହ୍ନରେ କୋର୍ଟ ଅଭିଯୁକ୍ତଙ୍କୁ ଅପରାହ୍ନ 4.15 ସୁଦ୍ଧା ସିବିଆଇକୁ ହସ୍ତାନ୍ତର କରିବା ପାଇଁ ରାଜ୍ୟ ସରକାର ଓ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ଟିମ କୋଲକାତା ପୋଲିସର ମୁଖ୍ୟାଳୟରେ ପହଞ୍ଚିଥିଲା । ଏବେ କେନ୍ଦ୍ରୀୟ ସଂସ୍ଥା ଶେଖ ଶାହାଜାହନକୁ କଷ୍ଟଡିକୁ ନେଇ ଜେରା କରୁଛି ।

ତେବେ ଗତକାଲି ଏହି ମାମଲାରେ କୋଲକାତା ହାଇକୋର୍ଟ ସମାନ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହା ବିରୋଧରେ ମମତା ସରକାର ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ । ଆଜି ପୁଣି ଥରେ ହାଇକୋର୍ଟ ଏହି ମାମଲାରେ ସରକାରଙ୍କୁ ତାଗିଦ କରିବା ସହ ଅପରାହ୍ନରେ ସିବିଆଇକୁ ହସ୍ତାନ୍ତର କରିବା ଲାଗି କହିଥିଲେ । ସର୍ବୋଚ୍ଚ କୋର୍ଟରେ ଏହି ମାମଲା ବିଚାରାଧୀନ ଥିବାରୁ ଶାହାଜାହାନକୁ ସିବିଆଇ ହସ୍ତାନ୍ତର କରାଯିବା ଉଚିତ ନୁହେଁ ବୋଲି ପଶ୍ଚିମବଙ୍ଗ ସିଆଇଡି ପକ୍ଷରୁ ମାମଲା ଲଢୁଥିବା ଓକିଲ ଯୁକ୍ତି ବାଢିଥଲେ । ସୁପ୍ରିମକୋର୍ଟ ଆଜି (ବୁଧବାର) ଶୁଣାଣିରେ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ହାଇକୋର୍ଟଙ୍କ ଆଦେଶ ବଳବତ୍ତର ରହିବ । ଏହାର ମାତ୍ର କିଛି ଘଣ୍ଟା ମଧ୍ୟରେ ହାଇକୋର୍ଟ ମଧ୍ୟ ଦ୍ବିତୀୟ ନିର୍ଦ୍ଦେଶ ଜାରି କରିଥିଲେ ।

ଏହା ମଧ୍ୟ ପଢନ୍ତୁ :- ସନ୍ଦେଶଖାଲି ମାମଲାରେ CBIକୁ ତଦନ୍ତଭାର ଦେଲେ କୋଲକାତା ହାଇକୋର୍ଟ, ସୁପ୍ରିମକୋର୍ଟ ଗଲା ମମତା ସରକାର

ଗତ ଗୁରୁବାର ୫୫ ଦିନର ଲୁଚକାଳି ଖେଳ ପରେ ମୁଖ୍ୟ ଅଭିଯୁକ୍ତ ଶାହାଜାହାନକୁ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ମିନାଖାନ ଅଞ୍ଚଳରୁ ପୋଲିସ ଶାହାଜାହନକୁ ଗିରଫ କରିବାରେ ସଫଳ ହୋଇଥିଲା । ଗତ ଜାନୁଆରୀ ୫ ତାରିଖରୁ ସେ ଫେରାର ଥିଲା । ତା ବିରୋଧରେ ମୋଟ 43ଟି ଅପରାଧିକ ମାମଲା ରହିଛି । କେନ୍ଦ୍ରୀୟ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆର୍ଥିକ ହେରଫେର ମାମଲାରେ ତାର ଠିକଣାରେ ଚଢାଉ କରିବାକୁ ଗଲା ବେଳେ ତାର ସମର୍ଥକମାନେ କେନ୍ଦ୍ରୀୟ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ । ଏଥିରେ ଏକାଧିକ ଅଧିକାରୀ ଆହତ ହୋଇଥିଲେ । ଏହାପରଠାରୁ ସେ ଫେରାର ରହିଥିଲା । ପରେ ସ୍ଥାନୀୟ ମହିଳାମାନେ ଶାହଜାହାନ ଓ ତାର ସହଯୋଗୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣି ଆନ୍ଦୋଳନ କରିଥିଲେ । ସେମାନେ ଶାହାଜାହନ ଓ ତାର ସହଯୋଗୀଙ୍କ ଦ୍ବାରା ବର୍ଷ ବର୍ଷ ଧରି ଯୌନ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ କରିଥିଲେ । ଏହି ମାମଲାରେ ଏବେ ମଧ୍ୟ ରାଜ୍ୟରେ ରାଜନୀତି ଓ ପ୍ରତିବାଦ ଜାରି ରହିଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.