ETV Bharat / bharat

ମହାଦେବ ଆପ୍ ମାମଲା: କୋଲକାତାରୁ ୫ ଅଭିଯୁକ୍ତ ଗିରଫ - Mahadev Satta App Case

MAHADEV SATTA APP CASE: ମହାଦେବ ଆପ୍ ସହିତ ସମ୍ପୃକ୍ତ ଥିବା ପାଞ୍ଚ ଅଭିଯୁକ୍ତଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରିଛି ରାୟପୁର ପୋଲିସ । ଅଭିଯୁକ୍ତଙ୍କ ନିକଟରୁ ୭ଟି ଲାପଟପ୍ ଏବଂ ୧୯ଟି ମୋବାଇଲ୍ ଫୋନ୍ ଜବତ ହୋଇଛି । ଅଧିକ ପଢନ୍ତୁ

ମହାଦେବ ଆପ୍ ମାମଲା: ରାୟପୁର ପୋଲିସ ସଫଳତା , କୋଲକାତାରୁ ୫ ଗିରଫ
ମହାଦେବ ଆପ୍ ମାମଲା: ରାୟପୁର ପୋଲିସ ସଫଳତା , କୋଲକାତାରୁ ୫ ଗିରଫ (ETVBharatOdisha)
author img

By ETV Bharat Odisha Team

Published : May 12, 2024, 10:43 PM IST

ରାୟପୁର: ମହାଦେବ ଆପ୍ ମାମଲାରେ ରାୟପୁର ପୋଲିସ ବଡ଼ ସଫଳତା । ପଶ୍ଚିମବଙ୍ଗରୁ ଗିରଫ ହେଲା ୫ ଅଭିଯୁକ୍ତ । ମହାଦେବ ଆପ୍ ମାମଲାରେ ରାୟପୁର ପୋଲିସର ତଦନ୍ତ ଜାରି ରଖିଛି । ମେ ୯ ରେ ଛତିଶଗଡ ପୋଲିସ କନଷ୍ଟେବଳ ଅର୍ଜୁନ ଯାଦବଙ୍କୁ ମଧ୍ୟପ୍ରଦେଶର ପଞ୍ଚମାରହିରୁ EOW ଗିରଫ କରିଥିଲା । ସେବେଠାରୁ ଅର୍ଜୁନ ଯାଦବକୁ ନେଇ ପୋଲିସ ପଚରାଉଚରା କରୁଥିଲା । ଏହି ମାମଲାର ତଦନ୍ତ ବେଳେ ରାୟପୁର ପୋଲିସ ମିଳିଛି ଆଉ ଏକ ସଫଳତା । ମହାଦେବ ଆପ୍ ସହିତ ସମ୍ପୃକ୍ତ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ପଶ୍ଚିମବଙ୍ଗର କୋଲକାତାରୁ ଗିରଫ କରିଛି ପୋଲିସ । ତେବେ ଗିରଫ ସମସ୍ତ ଅଭିଯୁକ୍ତ ବିହାର ବାସିନ୍ଦା ବୋଲି ଜଣାପଡ଼ିଛି । ଏନେଇ ଆଜି (ରବିବାର) ଦିନ ଛତିଶଗଡ ପୋଲିସ ଆଇଜି ଅମରଶ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ଅଭିଯୁକ୍ତମାନେ ଏକ ଫ୍ଲାଟରେ ଲୁଚି ବ୍ୟାଟିଂ କରୁଥିଲେ । ସମସ୍ତ ଅଭିଯୁକ୍ତ ବିହାରର ବାସିନ୍ଦା ଏବଂ ଗିରଫ ଅର୍ଜୁନ ଯାଦବ ସହ କାର୍ଯ୍ୟ କରୁଥିଲେ । ଅଭିଯୁକ୍ତଙ୍କଠାରୁ ଲାପଟପ୍ ଏବଂ ମୋବାଇଲ୍ ଫୋନ ଜବତ କରାଯାଇଛି । ଗିରଫ ସମସ୍ତ ଅଭିଯୁକ୍ତ ମଧ୍ୟ ଆଇପିଏଲ ମ୍ୟାଚ୍‌ରେ ବ୍ୟାଟିଂରେ ଜଡିତ ଥିଲେ । ପୋଲିସର ପଚରାଉଚରା ବେଳେ ରାୟପୁର ପୋଲିସ ମଧ୍ୟ ମହାଦେବ ଆପ୍ ଜରିଆରେ ଆଇପିଏଲରେ ବ୍ୟାଟିଂ କରିଥିବା ସୂଚନା ଦେଇଛି । ଅଭିଯୁକ୍ତ ମହାଦେବ ଆପର ୩୬୪ ଆଇଡି ମାଧ୍ୟମରେ ବ୍ୟାଟିଂ କରୁଥିଲେ ।

ଏହା ମଧ୍ୟ ପଢନ୍ତୁ .......ମହାଦେବ ବେଟିଂ ଆପ୍ ମାମଲାରେ ଅଭିନେତା ସାହିଲ ଖାନ ଗିରଫ - Sahil Khan Arrested

ଅଭିଯୁକ୍ତଙ୍କ ନିକଟରୁ ୭ଟି ଲାପଟପ୍ ଏବଂ ୧୯ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି । ଯାହାର ମୂଲ୍ୟ ୬ଲକ୍ଷ ୬୦ହଜାର ଟଙ୍କା ହେବ । ତେବେ ଏହାପୂର୍ବରୁ ରାୟପୁର ପୋଲିସ ବେଟିଂ ମାମଲାରେ ଆଠ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ସେମାନଙ୍କ ଠାରୁ ପୋଲିସ ଅନେକ ବ୍ୟାଙ୍କ ଆକାଉଣ୍ଟ ଜବତ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ଜାଣିବାକୁ ପାଇଛି ଯେ ମୋଟ ୩୨କୋଟିରୁ ଅଧିକ ମୂଲ୍ୟର ଋଣ ଦିଆଯାଇଛି । ଅଭିଯୁକ୍ତଙ୍କ ନିକଟରୁ ୩୫ଟି ବ୍ୟାଙ୍କ ଆକାଉଣ୍ଟ ଜବତ ହୋଇଛି । ଏହାସହ ମୋବାଇଲ୍ ଏବଂ ବ୍ୟାଙ୍କ ଆକାଉଣ୍ଟରୁ ହଜାର ହଜାର ଖେଳାଳିଙ୍କ ସମ୍ପର୍କରେ ପୋଲିସ ସୂଚନା ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.