ETV Bharat / bharat

ରାଷ୍ଟ୍ରପତି ଭବନରେ ରାତ୍ରିଭୋଜନ କଲେ ମାକ୍ରୋନ, ପରସା ଯାଇଥିଲା ଭାରତର ପାରମ୍ପରିକ ଖାଦ୍ୟ - ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ

Special dinner for Macron: ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସମ୍ମାନର୍ଥେ ରାଷ୍ଟ୍ରପତି ଭବନରେ ସ୍ବତନ୍ତ୍ର ଭୋଜନର ଆୟୋଜନ । ସୋରିଷ ସାଗ ଓ କେଶର ବାଦାମ ଶୋରବା ଖାଇଲେ ଫ୍ରାନ୍ସ ରାଷ୍ଟ୍ରପତି । ଅଧିକ ପଢନ୍ତୁ

ଫ୍ରାନ୍ସ ରାଷ୍ଟ୍ରପତି
special dinner for Macron
author img

By ETV Bharat Odisha Team

Published : Jan 27, 2024, 6:15 PM IST

ନୂଆଦିଲ୍ଲୀ: ଭାରତ ଗସ୍ତରେ ରହିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ । ଶୁକ୍ରବାର ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମାକ୍ରୋନ । ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସମ୍ମାନର୍ଥେ ରାଷ୍ଟ୍ରପତି ଭବନରେ ସ୍ବତନ୍ତ୍ର ଭୋଜନର ଆୟୋଜନ କରାଯାଇଥିଲା । ଭୋଜନରେ ଭାରତର ପାରମ୍ପରିକ ସୁସ୍ବାଦୁ ଖାଦ୍ୟ ମାକ୍ରୋନଙ୍କୁ ପରସା ଯାଇଥିଲା । ଭାରତୀୟ ଖାଦ୍ୟର ସ୍ବାଦ ଚାଖିଥିଲେ ମାକ୍ରୋନ । ଯାହା ତାଙ୍କୁ ବେଶ ପସନ୍ଦ ମଧ୍ୟ ଆସିଥିଲା ।

ଫ୍ରାନ୍ସ ରାଷ୍ଟ୍ରପତି
special dinner for Macron

ପାରମ୍ପରିକ ଭାରତୀୟ ଖାଦ୍ୟରେ ବିଭିନ୍ନ ପ୍ରକାର ସୁସ୍ବାଦୁ ବ୍ୟଞ୍ଜନ ରହିଥିଲା । କେଶର ବାଦାମ ଶୋରବା ଠାରୁ ଆରମ୍ଭ କରି ସୋରିଷ ସାଗ, ମକ୍କେ କି ରୋଟି, ଜିରା ଆଳୁ, ପୋଦିନା ରାଇତା ପରି ବିଭିନ୍ନ ପ୍ରକାର ଖାଦ୍ୟ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ପରସା ଯାଇଥିଲା । ମେନୁରେ ଥିବା ଅନ୍ୟ ବ୍ୟଞ୍ଜନ ଗୁଡିକ ହେଉଛି ଛେନା ପାଟୁରୀ, ଆଚାରୀ ଆଲୁ ଅର ଖୁମ, ଅଞ୍ଜୀର କୋଫତା, ବାଇଗଣ-ଇ-ସବଜ, ଡାଲ ଡେରା, ସବଜି ପୁଲାଓ । ସେହିପରି ଡେଜଟରେ ଗାଜର ନାଜାକତ, ଫିର୍ନି ମିଲେ ଫ୍ୟୁଇଲ, ଫଳ ଏବଂ କଫି ରହିଥିଲା । ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସମେତ ସ୍ବତନ୍ତ୍ର ଭୋଜନରେ ଉପରାଷ୍ଟ୍ରପତି ଜଗଦୀପ ଧନଖର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସିଜେଆଇ ଡିୱାଇ ଚନ୍ଦ୍ରଚୂଡ ଉପସ୍ଥିତ ଥିଲେ।

ଏହା ମଧ୍ୟ ପଢନ୍ତୁ-ଫ୍ରାନ୍ସର 4 ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ସମ୍ମାନ, ସୁଦୃଢ ହେଉଛି ସମ୍ପର୍କ

ଭୋଜନ ଶେଷ ହେବା ପରେ ରାଷ୍ଟ୍ରପତି ସମ୍ବୋଧନ କରି ଭାରତ ଓ ଫ୍ରାନ୍ସର ଭବିଷ୍ୟତ ଓ ସହଭାଗୀତା ସମ୍ପର୍କରେ ମତ ରଖିଥଲେ । ଦୁଇ ଦେଶ ଏକ ଏପରି ଭବିଷ୍ୟତ ଗଠନ କରୁଛନ୍ତି ଯାହା ଉଭୟ ଦେଶର ଲୋକଙ୍କ ପାଇଁ, ବିଶେଷ କରି ଯୁବକମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ଦୁଇ ଦେଶ ଏକ ଶକ୍ତିଶାଳୀ ତଥା ସଫଳ ଫ୍ରାନ୍ସ ଏବଂ ଏକ ସୁରକ୍ଷିତ ତଥା ବିକଶିତ ଭାରତ ଗଠନ କରୁଛନ୍ତି ବୋଲି କହିଥିଲେ ରାଷ୍ଟ୍ରପତି ।

ରାଷ୍ଟ୍ରପତି କହିଥିଲେ, ''ହସ୍ତଶିଳ୍ପ ଠାରୁ ଆରମ୍ଭ କରି ମହାକାଶ ପର୍ଯ୍ୟନ୍ତ ଭାରତ ଏବଂ ଫ୍ରାନ୍ସ ଭବିଷ୍ୟତ ପାଇଁ ଏକ ସହଭାଗୀ ଯାତ୍ରା କରୁଛନ୍ତି । ମିଳିତ ଭାବରେ ଆମେ ଏକ ଭବିଷ୍ୟତ ଗଠନ କରୁଛୁ ଯାହା ଆମ ଲୋକଙ୍କ ପାଇଁ, ବିଶେଷ କରି ଆମର ଯୁବକମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଆଶାର ଭବିଷ୍ୟତ, ସମାନ ସୁଯୋଗ, ଗୁଣାତ୍ମକ ଶିକ୍ଷା, ଅନୁସନ୍ଧାନ, ଉଦ୍ଭାବନ ଏବଂ ଏକ ସ୍ୱଚ୍ଛ ପରିବେଶ ସହ ଆମେ ଏକ ଶକ୍ତିଶାଳୀ ତଥା ସଫଳ ଫ୍ରାନ୍ସ, ଏକ ସୁରକ୍ଷିତ ତଥା ବିକଶିତ ଭାରତ ଏବଂ ଶାନ୍ତିରେ ପରିପୂର୍ଣ୍ଣ ଏକ ବିଶ୍ୱ ଗଠନ କରୁଛୁ । ଖାଦ୍ୟ ଏବଂ ପାନୀୟ ପ୍ରସଙ୍ଗରେ ମଧ୍ୟ ଆମେ ଆମର ବିଶେଷତ୍ୱ ସହିତ ପରସ୍ପରକୁ ପ୍ରଭାବିତ କରିଛୁ । ଯେପରି ଫ୍ରାନ୍ସରେ ପ୍ରାଚୀନ ଭାରତୀୟ ଭାଷା ଏବଂ ବୈଦିକ ଅଧ୍ୟୟନର ପ୍ରଭାବଶାଳୀ ପଣ୍ଡିତ ଅଛନ୍ତି, ସେହିପରି ଫ୍ରାନ୍ସିସ ଭାଷା ଭାରତର ଛାତ୍ରମାନଙ୍କର ମଧ୍ୟ ପସନ୍ଦ ଅଟେ । "

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.