ETV Bharat / bharat

ଅଭିନେତା ଚିରଞ୍ଜୀବୀ ଓ ବୈଜୟନ୍ତୀମାଳାଙ୍କୁ ପଦ୍ମ ବିଭୂଷଣ ସମ୍ମାନ - Padma Award 2024 - PADMA AWARD 2024

President confers Padma Award 2024: ରାଷ୍ଟ୍ରପତି ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ଏମ ଫାତିମା ବିବିଙ୍କୁ ମରଣୋତ୍ତର ଭାବେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି । ସେହିଭଳି ଅଭିନେତା ଚିରଞ୍ଜୀବୀ ଓ 90 ବର୍ଷୀୟା ଭେଟେରାନ ଅଭିନେତ୍ରୀ ବୈଜୟନ୍ତୀମାଳାଙ୍କୁ ପଦ୍ମ ବିଭୂଷଣ ସମ୍ମାନ ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

Padma Award
Padma Award (ANI)
author img

By ETV Bharat Odisha Team

Published : May 10, 2024, 9:22 AM IST

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ନିଜ ନିଜ କ୍ଷେତ୍ରରେ ବିଶିଷ୍ଟ ସେବା ଓ ଉଚ୍ଚକୋଟୀର ପ୍ରଦର୍ଶନ କରିଥିବା କଳାକାର ତଥା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି । ଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନର ଦରବାର ହଲରେ ଆୟୋଜିତ ଏକ ସମାରୋହରେ ଏହି ସମ୍ମାନଜନକ ପୁରସ୍କାର ବିତରଣ କରାଯାଇଛି । ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ଏମ ଫାତିମା ବିବିଙ୍କୁ ମରଣୋତ୍ତର ଭାବେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି । ସେହିଭଳି ଅଭିନେତା ଚିରଞ୍ଜୀବୀ ଓ 90 ବର୍ଷୀୟା ଭେଟେରାନ ଅଭିନେତ୍ରୀ ବୈଜୟନ୍ତୀମାଳଙ୍କ ସିନେମା କ୍ଷେତ୍ରରେ ଉଚ୍ଚକୋଟୀର ଅବଦାନ ପାଇଁ ସେମାନଙ୍କୁ ପଦ୍ମ ବିଭୂଷଣ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ଚଳିତ ବର୍ଷ ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ପଦ୍ମ ପୁରସ୍କାର ବିଜେତାଙ୍କ ନାଁ ଘୋଷଣା କରାଯାଇଥିଲା ।

ପଦ୍ମ ପୁରସ୍କାରରେ ସମ୍ମାନିତ ବ୍ୟକ୍ତି:

ବିଗତ ଦିନର ଭେଟେରାନ ଅଭିନେତ୍ରୀ ୯୦ ବର୍ଷୀୟା ବୈଜୟନ୍ତୀମାଳା ବାଲି, ୬୮ ବର୍ଷୀୟ ତେଲୁଗୁ ଷ୍ଟାର କୋନିଡେଲା ଚିରଞ୍ଜୀବୀଙ୍କୁ ପଦ୍ମ ବିଭୂଷଣ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ଦିବ୍ୟଙ୍ଗତ ଏମ ଫାତିମା ବିବି (ମରଣୋତ୍ତର) ଓ 'ବମ୍ୱେ ସମାଚାର'ର ମାଲିକ ହୋର୍ମୁସଜୀ ଏମ କାମା, ବିଜେପି ନେତା ଓ ରାଜଗୋପାଳ, ଲଦାଖର ଆଧ୍ୟାତ୍ମିକ ନେତା ତୋଗଦାନ ରିନପୋଚେ (ମରଣୋତ୍ତର), ତାମିଲ ଅଭିନେତା ଦିବ୍ୟଙ୍ଗତ କ୍ୟାପ୍ଟେନ ବିଜୟକାନ୍ତ (ମରଣୋତ୍ତର), ଗୁଜୁରାଟୀ ଖବରକାଗଜ ସଂସ୍ଥା 'ଜନ୍ମଭୂମୀ' ସଂସ୍ଥାର ସିଇଓ ଓ ଏଡିଟର କୁନ୍ଦନ ବ୍ୟାସଙ୍କୁ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଛି । ଫାତିମା ବିବି, ତୋଗଦାନ ରିନପୋଚେ ଓ ବିଜୟକାନ୍ତଙ୍କ ପରିବାର ବର୍ଗ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ... ଆଡଭାନୀଙ୍କ ସମେତ ପାଞ୍ଚ ବିଶିଷ୍ଟ ବ୍ୟକ୍ତିଙ୍କୁ ଭାରତରତ୍ନରେ ସମ୍ମାନିତ କଲେ ରାଷ୍ଟ୍ରପତି - President Confers Bharat Ratna

ହୃଦରୋଗ ବିଶେଷଜ୍ଞ ଡକ୍ଟର ଅଶ୍ୱିନ ବାଲଚାନ୍ଦ ମେହେଟ୍ଟା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ସତ୍ୟବ୍ରତ ମୁଖାର୍ଜୀଙ୍କୁ ମରଣୋତ୍ତର ଭାବେ ପଦ୍ମ ଭୂଷଣ ସମ୍ମାନ ଦିଆଯାଇଛି । ସେହିପରି ଭାରତର ହସ୍ତୀକନ୍ୟା ଭାବେ ପରିଚିତ ଦେଶର ପ୍ରଥମ ମହିଳା ହାତୀ ମାହୁନ୍ତ ପାର୍ବତୀ ବରୁହା, ତେଲେଙ୍ଗାନାର ଭେଲୁ ଆନନ୍ଦାଚାରୀ, ତ୍ରିପୁରାର ସ୍ମୃତିରେଖା ଚମ୍କା, ଆଣ୍ଡାମାନ ଓ ନିକୋବରର ଚାଷୀ କେ ଚେଲ୍ଲାମ୍ମଲ, କ୍ରୀଡାବିତ ଜ୍ୟୋସ୍ନା ଚିନ୍ନପା, ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ଗାୟକ ସୋମଦତ୍ତ ବଟ୍ଟୁ, କୃଷି କ୍ଷେତ୍ରରେ ସତ୍ୟନାରାୟଣ ବେଲରୀ, କଳାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜୋର୍ଡାନ ଲେପଚାଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି ।

ସ୍ୱତନ୍ତ୍ର ସମାରୋହରରେ ସମ୍ମାନ ପ୍ରଦାନ:

ବିଶିଷ୍ଟ ବ୍ୟକ୍ତିମାନଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବା ପାଇଁ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ରାଷ୍ଟ୍ରପତିଙ୍କ ସମେତ ଉପରାଷ୍ଟ୍ରପତି ଜଗଦୀପ ଧନଖଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଥିଲେ । ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ମଧ୍ୟରୁ ପଦ୍ମ ପୁରସ୍କାର ତିନି ପ୍ରକାରର ଅଟେ । ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ ପଦ୍ମଶ୍ରୀ ପ୍ରଦାନ କରାଯାଇଥାଏ । ବିଭିନ୍ନ କ୍ଷେତ୍ରରେ ଅର୍ଥାତ କଳା, ସାହିତ୍ୟ ଓ ଶିକ୍ଷା, ସାମାଜିକ କାର୍ଯ୍ୟ, ବିଜ୍ଞାନ ଓ ଇଞ୍ଜିନିୟରିଂ, ବ୍ୟବସାୟ ଓ ଉଦ୍ୟୋଗ, ଚିକିତ୍ସା, ଖେଳ, ସିଭିଲ ସେବା ଆଦି କ୍ଷେତ୍ରରେ ଶ୍ରେଷ୍ଠ ତଥା ଉଚ୍ଚକୋଟୀର ପ୍ରଦର୍ଶନ କରିଥିବା ବ୍ୟକ୍ତିମାନଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଏ । ଏହି ପୁରସ୍କାରଗୁଡିକର ଘୋଷଣା ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ କରାଯାଇଥାଏ ।

୨୦୨୪ ବର୍ଷ ପାଇଁ ରାଷ୍ଟ୍ରପତି ୧୩୨ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବାକୁ ମଞ୍ଜୁରୀ ଦେଇଛନ୍ତି । ଏହି ସୂଚୀରେ ୫ ପଦ୍ମ ବିଭୂଷଣ, ୧୭ ପଦ୍ମ ଭୂଷଣ ଓ ୧୧୦ ପଦ୍ମଶ୍ରୀ ପୁରସ୍କାର ରହିଛି । ପୁରସ୍କାର ସମ୍ମାନର ଅଧିକାରୀ ମଧ୍ୟରେ ୩୦ ଜଣ ମହିଳାଙ୍କ ନାଁ ରହିଛି । ଏହି ସୂଚୀରେ 8 ଜଣ ବିଦେଶୀ/ ଏନଆରଆଇ/ ପିଆଇଓ/ ଓସିଆଇଙ୍କ ନାଁ ରହିଥିବା ବେଳେ ୯ଟି ମରଣୋତ୍ତର ପୁରସ୍କାର ବିଜେତାଙ୍କ ନାଁ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.